ETV Bharat / city

ଚାନ୍ଦବାଲି ଥାନାରେ ପରମେଶ୍ବର, ଶର୍ମିଷ୍ଠାଙ୍କୁ ରାଜ୍ୟ ବାହାରେ ଖୋଜିବ କ୍ରାଇମବ୍ରାଞ୍ଚ

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚଙ୍କୁ ହସ୍ତାନ୍ତର ପରେ ପ୍ରତିକ୍ରିୟା ରଖିଲେ ଏଡିଜି । ଖୁବଶୀଘ୍ର କ୍ରାଇମବ୍ରାଞ୍ଚର ୨ଟି ଟିମ୍ କରିବ ତଦନ୍ତ । ଅଧିକ ପଢନ୍ତୁ

Cameraman Murder Case: ରାଜ୍ୟ ବାହାରେ ଖୋଳତାଡ କରିବ କ୍ରାଇମବ୍ରାଞ୍ଚ

author img

By

Published : Mar 23, 2022, 5:34 PM IST

ଭୁବନେଶ୍ବର/ଭଦ୍ରକ: ରାଜ୍ୟ ବାହାରେ ଥାଇପାରେ ଶର୍ମିଷ୍ଠା । ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ ରାଜ୍ୟ ବାହାରେ ଥାଇପାରେ ବୋଲି ସନ୍ଦେହ କରୁଛି କ୍ରାଇମବ୍ରାଞ୍ଚ । ଏନେଇ ୨ ଟିମ ତଦନ୍ତ ଗଠନ କରାଯାଇ ତଦନ୍ତ କରାଯିବ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।

Cameraman Murder Case: ରାଜ୍ୟ ବାହାରେ ଖୋଳତାଡ କରିବ କ୍ରାଇମବ୍ରାଞ୍ଚ

ଏଡିଜି କହିଛନ୍ତି ଯେ, ଗଠନ ହେବାକୁ ଥିବା ୨ଟି ଟିମ୍ ମଧ୍ୟରୁ ଗୋଟିଏ ରାଜ୍ୟ ବାହାରକୁ ପଠାଯିବ ଏବଂ ଅନ୍ୟଟି ଘଟଣାର ତଦନ୍ତ ଓ ପ୍ରମାଣ ଯୋଗାଡ କରିବ । ଜଣେ ଡିଏସପିଙ୍କ ନେତୃତ୍ବରେ ଟିମ ଗଠନ କରାଯାଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ୍ । ଏନେଇ ସମସ୍ତ ଟେକ୍ନିକାଲ ଦିଗ ଉପରେ ଧ୍ୟାନ ଦିଆଯାଇ ତଦନ୍ତ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।

ସେପଟେ ହତ୍ୟାକାଣ୍ଡ ପରେ ଫେରାର୍ ଥିବା ଶର୍ମିଷ୍ଠାଙ୍କ ଆକାଉଣ୍ଟକୁ ଭାଇ ପରମେଶ୍ବର ଟଙ୍କା ପଠାଉଥିବା ଜାଣିବାକୁ ପାଇଛି ପୋଲିସ । ଶର୍ମିଷ୍ଠାଙ୍କ ଆକାଉଣ୍ଟକୁ 10 ହଜାର ଟଙ୍କା ଭାଇ ପରମେଶ୍ୱର ପଠାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା । ଅନ୍ୟପଟେ ବିଜୟୱାଡାରୁ ପରମେଶ୍ୱରକୁ କଡା ସୁରକ୍ଷା ବଳୟ ମଧ୍ୟରେ ଚାନ୍ଦବାଲି ଥାନାରେ ପହଞ୍ଚାଇଛି ପୋଲିସ । ଆଜି(ବୁଧବାର) କୋର୍ଟରେ ହାଜର ହେବ ପରମେଶ୍ବର ।

ଭୁବନେଶ୍ବରରୁ ତାପସ ପରିଡା ଏବଂ ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.