ETV Bharat / city

ପୋଲିସ ହେପାଜତରେ ହତ୍ୟାକାରୀ ୨ପୁଅ, ପୋଷ୍ଟମର୍ଟମ ୱାର୍ଡରେ ମା'ର ମୃତଦେହ

ମା'ର ମୃତଦେହ ନେବାକୁ ଆସିପାରିଲେନି ପୁଅ । କାରଣ ମା' କୁ ମର୍ଡର କରି ପୋଲିସ ହେପାଜତରେ ପୁଅ ।

Two sons killed mother now in police custody, mother's body in postmortem ward
ପୋଲିସ ହେପାଜତରେ ହତ୍ୟାକାରୀ ୨ପୁଅ, ପୋଷ୍ଟମର୍ଟମ ୱାର୍ଡରେ ମା'ର ମୃତଦେହ
author img

By

Published : Sep 19, 2020, 7:01 AM IST

ଭୁବନେଶ୍ବର: ମା'ର ମୃତଦେହ ନେବାକୁ ଆସିପାରିଲେନି ପୁଅ । କାରଣ ମା'କୁ ମର୍ଡର କରି ପୋଲିସ ହେପାଜତରେ ପୁଅ । ଫଳରେ ମୃତ ବିନୋଦିନି ମିଶ୍ରଙ୍କ ମୃତଦେହ ଏବେ କ୍ଯାପିଟାଲ ହସ୍ପିଟାଲର ମୃତଦେହ ସଂରକ୍ଷଣ ଗୃହରେ ରହିଛି ।

ଅନ୍ୟପଟେ ସ୍ବାମୀ ନିହାର ପ୍ରଧାନ ଏକ ହତ୍ଯା ମାମଲାରେ ଜେଲରେ ସଜ୍ଜା କାଟୁଛନ୍ତି । ଏପରି ସ୍ଥିତିରେ କିଏ ମୃତଦେହ ନେଇ ସତ୍କାର କରିବ ତାକୁ ନେଇ ଉଠିଛି ପ୍ରଶ୍ନ ।

ହତ୍ଯା କରିଥିବା ୨ ପୁଅଙ୍କୁ ପୋଲିସ ପଚରାଉଚରା କରୁଛି । କାରଣ ମା' କୁ ହତ୍ଯା ପରେ ୨ ନାବାଳକ ପୁଅ ଘରୁ ଖସି ପଳାଇଥିଲେ । ସୁନ୍ଦରପଦା ଅର୍ଚ୍ଚିତ ଆପାର୍ଟମେଣ୍ଟରେ ଲୁହା ରଡରେ ମା' ର ମୁଣ୍ଡକୁ ପିଟି ନୃଶଂସ ହତ୍ଯା ପରେ ଖସି ପଳାଇଥିଲେ ଦୁଇ ପୁଅ । ପରେ କ୍ଯାପିଟାଲ ହସ୍ପିଟାଲ ଆସି ସେଠାରୁ ଜଣଙ୍କ ନମ୍ବରରୁ ପଡୋଶୀକୁ ଫୋନ କରିଥିଲେ । ପରେ ରେଳ ଷ୍ଟେସନରେ ବୁଲୁଥିବାବେଳ, ଫୋନ ନମ୍ବର ଟ୍ରାକ କରି ପ୍ରଥମେ କ୍ଯାପିଟାଲ ହସପିଟାଲ ଅଞ୍ଚଳରୁ ସିସିଟିଭରୁ ଦୁଇ ଜଣଙ୍କୁ ଚିହ୍ନଟ ଓ ପରେ ଷ୍ଟେସନ ଅଞ୍ଛଲରୁ ଦୁଇଜଣଙ୍କୁ ପୋଲିସ ହେପାଜତକୁ ନେଇଥିଲା ।

ତେବେ ହତ୍ଯା କିପରି କଲେ ପରେ କିପରି ସେଠାରୁ ଆସିଲେ ସେନେଇ ପଚରାଉଚରା ଜାରି ରଖିଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.