ETV Bharat / city

ଓଡିଶାକୁ ଦୁଇଟି ଜାତୀୟ ସମ୍ମାନ

ମତ୍ସ୍ୟ ଚାଷ କ୍ଷେତ୍ରରେ ଓଡିଶାକୁ ମିଳିଛି ଦୁଇଟି ଜାତୀୟ ସମ୍ମାନ । ଅଧିକ ପଢନ୍ତୁ...

author img

By

Published : Nov 23, 2020, 8:22 PM IST

ଓଡିଶାକୁ ଦୁଇଟି ଜାତୀୟ ସମ୍ମାନ
ଓଡିଶାକୁ ଦୁଇଟି ଜାତୀୟ ସମ୍ମାନ

ଭୁବନେଶ୍ବର: ଓଡିଶାକୁ ମିଳିଛି ଦୁଇଟି ଜାତୀୟ ସମ୍ମାନ । ବିଶ୍ବ ମତ୍ସ୍ୟ ଦିବସ ଅବସରେ ଓଡିଶାକୁ ଦୁଇଟି ପୁରସ୍କାରରେ ସମ୍ମାନିତ କରାଯାଇଛି । ସାମୁଦ୍ରିକ ମତ୍ସ୍ୟ ଚାଷ ଲାଗି ଓଡିଶାକୁ ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ଓ ମଧୁର ମାଛ ଚାଷ ଲାଗି କଳାହାଣ୍ଡି ଜିଲ୍ଲାକୁ ଦେଶର ଆଭ୍ୟନ୍ତରୀଣ ଶ୍ରେଷ୍ଠ ମତ୍ସ୍ୟ ଜିଲ୍ଲା ଭାବେ ସମ୍ମାନିତ କରାଯାଇଥିବା କହିଛନ୍ତି କୃଷି,ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଡ଼ ଅରୁଣ ସାହୁ ।

ଓଡିଶାକୁ ଦୁଇଟି ଜାତୀୟ ସମ୍ମାନ

ସେହିପରି ଓଡିଶା ଦେଶର ପଞ୍ଚମ ମାଛ ଉତ୍ପାଦନକାରୀ ରାଜ୍ୟ । 2019-20ରେ ମାଛ ଉତ୍ପାଦନ 8.16 ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି । ମାଛ ଉତ୍ପାଦନରେ ଗତ 5 ବର୍ଷ ମଧ୍ୟରେ 14 ପ୍ରତିଶତ ବୃଦ୍ଧି ହୋଇଥିବାବେଳେ ସାମୁଦ୍ରିକ ମତ୍ସ୍ୟ ରପ୍ତାନି 5 ବର୍ଷରେ 78 ପ୍ରତିଶତ ବୃଦ୍ଧି ପାଇଥିବା ସେ କହିଛନ୍ତି ।

2014-15 ଆର୍ଥିକ ବର୍ଷରେ ରପ୍ତାନୀ 1837 କୋଟି ଟଙ୍କା ଥିବାବେଳେ ଗତ ଆର୍ଥିକ ବର୍ଷରେ 3243 କୋଟି ଟଙ୍କା ହୋଇଛି । ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶାକୁ ପୁରସ୍କୃତ କରାଯାଉଥିବା ସେ କହିଛନ୍ତି ।

ଅନ୍ୟପଟେ ଗତ 20 ବର୍ଷ ଭିତରେ ମଧୁର ମାଛ ଉତ୍ପାଦନ ହାର ହେକ୍ଟର ପିଛା 1.85 ମେଟ୍ରିକ ଟନରୁ 3.94 ମେଟ୍ରିକ ଟନକୁ ବୃଦ୍ଧି ପାଇଛି । ଏହାକୁ 5 ମେଟ୍ରିକ ଟନରେ ପହଞ୍ଚାଇବା ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଯୋଜନା କରୁଛି । ସେହିପରି ଚିଲିକା ଭଳି ଖାର ପାଣି ଚିଙ୍ଗୁଡି ଉତ୍ପାଦନ ଗତ 20 ବର୍ଷରେ 15 ଗୁଣା ବୃଦ୍ଧି ପାଇଛି । ସାମୁଦ୍ରିକ ମତ୍ସ୍ୟଦ୍ରବ୍ୟ ରପ୍ତାନି ଏହି ସମୟରେ 10 ଗୁଣା ବୃଦ୍ଧି ପାଇଥିବା ସେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.