ETV Bharat / city

STF ହାତରେ ବିପୁଳ ପରିମାଣର ଚୋରା ବନ୍ଧୁକ, ଖୋର୍ଦ୍ଧାରୁ 2 ଦୁର୍ଦ୍ଦାନ୍ତ ଅପରାଧି ଗିରଫ - bhubaneswar news

two man arrested and four Arms sized
ଏସଟିଏଫ ହାତରେ ବିପୁଳ ପରିମାଣର ଚୋରା ବନ୍ଧୁକ, ଖୋର୍ଦ୍ଧାରୁ ଦୁର୍ଦ୍ଦାନ୍ତ ଅପରାଧି ବୁଟୁ ଓ ଜଗା ଗିରଫ
author img

By

Published : Jul 18, 2021, 8:23 AM IST

Updated : Jul 18, 2021, 12:23 PM IST

08:17 July 18

ଏସଟିଏଫ ହାତରେ ବିପୁଳ ପରିମାଣର ଚୋରା ବନ୍ଧୁକ, ଖୋର୍ଦ୍ଧାରୁ ଦୁର୍ଦ୍ଦାନ୍ତ ଅପରାଧି ବୁଟୁ ଓ ଜଗା ଗିରଫ

ଏସଟିଏଫ ହାତରେ ବିପୁଳ ପରିମାଣର ଚୋରା ବନ୍ଧୁକ, ଖୋର୍ଦ୍ଧାରୁ ଦୁର୍ଦ୍ଦାନ୍ତ ଅପରାଧି ବୁଟୁ ଓ ଜଗା ଗିରଫ

ଭୁବନେଶ୍ବର: STF ପଞ୍ଝାରେ ଦୁର୍ଦ୍ଦାନ୍ତ ବନ୍ଧୁକ ବେପାରୀ । ବସ୍ତାରେ ପୁରାଇ ବନ୍ଧୁକ ବିକୁଥିଲେ ବୁଲି ବୁଲି । କଟକ, ଭୁବନେଶ୍ଵର,ଖୋର୍ଦ୍ଧାରେ କରୁଥିଲେ ଡିଲ । ଡ୍ରଗ୍ସ ମାଫିଆ,ଖଣି ମାଫିଆଙ୍କୁ ବନ୍ଧୁକ ଯୋଗାଉଥିଲେ ୨ ବେପାରୀ । ଖୋର୍ଦ୍ଧା ଜଙ୍କିଆ ରଣପୁର ରାସ୍ତାରେ ଡିଲ ବେଳେ କାବୁ କରିଛି STF ଟିମ । ବସ୍ତାରେ ନେଉଥିବା ୫ଟି ସିଙ୍ଗଲ ବୋର ରାଇଫଲ ସହ ୫ଟି ମାଉଜର ଓ ପିସ୍ତଲ ମୋଟ ୧୦ଟି ବନ୍ଧୁକ ସହିତ ୮ଟି ଅଫୁଟା ଗୁଳି ଜବତ କରିଛି ଟିମ ।

ଓଡିଶା ମେଡ ବନ୍ଧୁକ ବିକୁଥିଲା ଦୁର୍ଦ୍ଦାନ୍ତ ଅପରାଧି ବୁଟୁ ଓରଫ ବସନ୍ତ ମହାରଣା । ଯେକି ସହଯୋଗୀ କୃଷ୍ନ ଚନ୍ଦ୍ର ଶ୍ରୀଚନ୍ଦନ ଓରଫ(ଜଗା) ଜରିଆରେ ଚଲାଇଥିଲା ବେଆଇନ ବନ୍ଧୁକ କାରବାର । ତେବେ ପୂର୍ବରୁ ଜଗତସିଂହପୁର ଲିଙ୍କରେ ୯ଟି ବନ୍ଧୁକ ଧରାପଡିବା ପରେ ଏସଟିଏଫ ପାଇଥିଲା ଏହି ଅପରାଧି ବୁଟୁର ଲିଙ୍କ।  

ଏମାନେ କମିସନରେଟ ପୋଲିସ,ଏକ୍ସସାଇଜ ଓ ଏସଟିଏଫ ପାଇଁ ଥିଲେ ମୋଷ୍ଟ ୱାଣ୍ଟେଡ । ତେବେ ପୂର୍ବରୁ ବୁଟୁ ଚନ୍ଦ୍ରଶେଖରପୁର ଥାନାର ଏକ କେସରେ ମଧ୍ୟ ଗିରଫ ହୋଇସାରିଛି । ସେତେବେଳେ ବିଦେଶୀ ବନ୍ଧୁକ କାରବାର କଲାବେଳେ ଧରାପଡିଥିଲା । ତେବେ ଚଳିତ ବର୍ଷ ୪୭ଟି ଏପରି ଚୋରା ବନ୍ଧୁକ ଜବତ କରିସାରିଲାଣି STF । ଏବେ ଦେଶୀ ବନ୍ଧୁକ କାରଖାନା ଠାବ କରିଵା ଓ ସଂଗଠିତ ଅପରାଧ ରୋକିଵା ଚ୍ୟାଲେଞ୍ଜ ରହିଛି ବୋଲି କହିଛନ୍ତି ଏସଟିଏଫ ଏସପି ଟି.ଆର ପଟେଲ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jul 18, 2021, 12:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.