ଭୁବନେଶ୍ବର : ଧଉଳି ଲିଙ୍ଗିପୁର ଏସବିଆଇ ଏଟିଏମ ତାଡି ଲୁଟ ଗ୍ୟାଙ୍ଗର ଖୁଲାସା । ବେଙ୍ଗାଲୁରୁରୁ ୨ଜଣିଆ ବାଂଲାଦେଶୀ ଏଟିଏମ (ATM) ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ହେଲେ ଲୁଟ ଟଙ୍କାର ଟଙ୍କାଟିଏ ପାଇପାରିନି ପୋଲିସ ।
କାରଣ ପୋଲିସ କହୁଛି ଏଟିଏମ ତାଡି ଲୁଟ ପରେ ଲୁଟ ଟଙ୍କାକୁ ଦଲାଲ ଜରିଆରେ ପଶ୍ଚିମବଙ୍ଗର ବର୍ଡର ଦେବିପୁର ପଟେ ବାଂଲାଦେଶୀକୁ ପଠାଇଛନ୍ତି ଲୁଟେରା। ଏହି ଲୁଟ ପଛରେ ଏହି ବାଂଲାଦେଶୀ ଇଣ୍ଟରନାସନାଲ ଗ୍ୟାଙ୍ଗର ହାତ ଅଛି ବୋଲି କମିଶନର ସୋମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଯେକି ଗ୍ୟାଙ୍ଗରେ ଅଛନ୍ତି ଏକାଧିକ ହେଲେ ଲିଙ୍ଗିପୁର ଲୁଟ ପଛରେ ରହିଛନ୍ତି ମାତ୍ର ୭ଜଣ।
ଏଟିଏମ ତାଡି ଲୁଟର କରିଥିବାର ସିସିଟିଭି ଫୁଟେଜ ଓ ଲୁଟବେଳେ ବ୍ୟବହାର କରିଥିବା ଟାଟାଏସି ଚୋରି ଗାଡିର ସମୟର ସିସିଟିଭିରୁ ମିଳିଥିଲା ଏହି ଅପରାଧିଙ୍କ ସୁରାକ । ଯାହାଙ୍କ ଫଟୋ ଓ କ୍ରାଇମର ତରିକାକୁ ଅନ୍ୟରାଜ୍ୟ ପୋଲିସକୁ ସର୍କୁଲେସନ କରାଯାଇଥିଲା । ଗୋଆରେ ସମାନ ଢଙ୍ଗରେ ଲୁଟ କରିଥିବା ଏକ ଗ୍ୟାଙ୍ଗକୁ ଦିଲ୍ଲୀ ପୋଲିସ ଠାବ କରିଥିଲା । ସେହି ଗ୍ୟାଙ୍ଗ ସହ ତାଳ ମେଳ ଖାଇଥିଲା ଏ ଗ୍ୟାଙ୍ଗର ଚୋରିର ତରିକା ।
ସେହି ଘଟଣାରେ ପୂର୍ବରୁ ଗିରଫ କରିଥିବା ଦିଲ୍ଲୀ ପୋଲିସର ତଥ୍ୟ ଆଧାରରେ ଏହି ଗ୍ୟାଙ୍ଗର ସୁରାକ ମିଳିଥିଲା ଯେ ଏମାନେ ବାଂଲାଦେଶୀ ଗ୍ୟାଙ୍ଗ। ଏମାନେ ଏହିପରି ବିଭିନ୍ନ ରାଜ୍ୟ ସହ ନେପାଳ, ମିଆଁମାର ଭୁଟାନ ଓ ବାଂଲାଦେଶୀ ଭଳି ବିଭିନ୍ନ ସ୍ଥାନ ବୁଲି ଲୁଟ କରନ୍ତି । ପରେ ଲୁଟ କରି ଚମ୍ପଟ ମାରନ୍ତି ।
ଏମାନେ କୌଣସି ମୋବାଇଲ ବ୍ୟବହାର କରନ୍ତି ନାହିଁ । ତେଣୁ କମିଶନରେଟ ପୋଲିସକୁ ମିଳିଥିବା ସିସିଟିଭି ଫଟୋ ଆଧାରରେ ସିସିଟିଭିରେ କେଉଁ ଆଡକୁ ଯାତାୟତ ଦେଖି ଏମାନଙ୍କ ରୁଟ ଆନ୍ଧ୍ରପ୍ରଦେଶ ଦେଇ ବେଙ୍ଗାଲୁରୁ ଯାଇଥିବା ଜାଣିବାକୁ ପାଇଥିଲେ । ପରେ ସେଠାରେ ଏକ ଏଟିଏମ ଲୁଟ ପାଇଁ ଯୋଜନା ବେଳେ କମିଶନରେଟ ପୋଲିସର ଯାଇଥିବା ୫ଜଣିଆ ଅଫିସର ସେହି ଗ୍ୟାଙ୍ଗର ୭ଜଣ ଗ୍ୟାଙ୍ଗ ସଦସ୍ୟଙ୍କୁ ଠାବ କରିଥିଲେ ।
ସେମାନଙ୍କୁ ବେଙ୍ଗାଲୁରୁରୁ ୨ଜଣଙ୍କୁ କାବୁ କରିଥିଲେ ପରେ ବାକି ୫ଜଣ ଖସି ପଳାଇଥିଲେ। ତେବେ ଏମାନଙ୍କୁ ଧରିବା ପାଇଁ ପୋଲିସ ପାଇଁ କଠିନ ଥିଲା ଯାହାକୁ ନେଇ ମିଶନ ଇମ୍ପୋସିବଲ ଅପରେସନ ନାଁ ଦେଇ ଧରିବା ପାଇଁ ତଦନ୍ତ ଚଳାଇଥିଲେ । ଗତ ୨୦ଦିନ ତଳେ ଆସି ଏମାନେ ଭୁବନେଶ୍ବରର ବିଭିନ୍ନ ଏଟିଏମ ଦେଖିଥିଲେ । ପରେ ଫାଙ୍କା ଓ ନିଛାଟିଆ ଦେଖି ୪ତାରିଖ ଦିନ ଲିଙ୍ଗିପୁର ଏସବିଆଇ ଏଟିଏମ ତାଡି ଲୁଟ କରିଥିଲେ ।
ଯାହାକି ଏଭଳି କ୍ରାଇମ ପ୍ରଥମଥର ଘଟିଥିଲା ୩କ୍ବିଣ୍ଟାଲ ଓଜନର ମେସିନକୁ ଟେକି ନେଇଯାଇଥିଲେ ପରେ ସେଥିରେ ଥିବା ୨୩ ଲକ୍ଷ ଟଙ୍କାକୁ ଲୁଟ କରିଥିଲେ। ଘଟଣା ପରେ ପୋଲିସ ସହର ୧୦୦୦ରୁ ୧୨୦୦୦ ହୋଟେଲ ଓ ଗେଷ୍ଟ ହାଉସର ଗେଷ୍ଟ ଲିଷ୍ଟ ସହ ଲିଷ୍ଟ ଚେକ କରି ସେମାନେ ପିନ୍ଧିଥିବା ଡ୍ରେସ ଯାହା ପୋଲିସ ସିସିଟିଭିରୁ ପାଇଥିଲା। ସେହି ଆଧାରରେ ସେମାନେ ଫେକ ଆଧାରକାର୍ଡ ଜରିଆରେ ହୋଟେଲରେ ରହିଥିବା ଜାଣିବାକୁ ପାଇଥିଲେ।
ପରେ ସେମାନେ ବସ ଯୋଗେ ଆନ୍ଧ୍ରପ୍ରଦେଶ ଦେଇ ବେଙ୍ଗାଲୁରୁ ଯାଇଥିଲେ । ଗିରଫ ଅଭିଯୁକ୍ତ ହେଲେ ଖୋକନ ମୋଲା ଓ ମିରାଜୁଲ ରେହମୁଲ ମୁଲ୍ଲା ଯେକି ବାଗେରଘାଟ ଢାକା ଠାରୁ ୩୦କିମି ଦୂର ଖୁଲମ ଜିଲ୍ଲାର ହୋଇଥିବା ପୋଲିସ ଜାଣିବାକୁ ପାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ