ETV Bharat / city

୨୯୪ କୋଟି ଜିଏସଟି ବିଲ୍ ରାକେଟ୍‌ର ପର୍ଦ୍ଦାଫାଶ, 2 ଗିରଫ

ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ସ୍ଵାର୍ଡ ଦ୍ଵାରା ୨୯୪ କୋଟି ଟଙ୍କାର ଜିଏସଟି ବିଲ୍ ରାକେଟର ପର୍ଦ୍ଦାଫାଶ କରାଯାଇଛି । ଏଥିରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରାଯାଇଛି ।

୨୯୪ କୋଟିର ଜିଏସଟି ବିଲ୍ ରାକେଟ୍‌ର ଫର୍ଦାଫାସ୍, 2 ଗିରଫ

author img

By

Published : Mar 12, 2020, 5:50 PM IST

Updated : Mar 12, 2020, 7:00 PM IST

ଭୁବନେଶ୍ବର: ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ସ୍ଵାର୍ଡ ଦ୍ଵାରା ୨୯୪ କୋଟି ଟଙ୍କାର ଜିଏସଟି ବିଲ୍ ରାକେଟର ପର୍ଦ୍ଦାଫାଶ କରାଯାଇଛି । ୫୨.୭୭ କୋଟି ଟଙ୍କାର ଜାଲ୍ ଆଇଟିସି କରିଛି ଏହି ରାକେଟ୍ । ଜିଏସଟି ଆଇନ ୨୦୧୭ର ଧାରା ୬୯ ଅନୁସାରେ ରାଜ୍ୟ ଜିଏସଟି ଆୟୁକ୍ତଙ୍କୁ ଦିଆଯାଇଥିବା କ୍ଷମତା ବଳରେ ଏହି ଠକେଇରେ ସମ୍ପୃକ୍ତ ମାଷ୍ଟର ମାଇଣ୍ଡଙ୍କୁ ଗିରଫ କରାଯାଇଛି ।

୨୯୪ କୋଟିର ଜିଏସଟି ବିଲ୍ ରାକେଟ୍‌ର ଫର୍ଦାଫାସ୍, 2 ଗିରଫ

ଗିରଫ ଦୁଇ ଅଭିଯୁକ୍ତ ହେଲେ ଶୈଳଶ୍ରୀ ବିହାରର ସାହୁ ଟ୍ରେଡର୍ସ ମାଲିକ ପ୍ରମୋଦ କୁମାର ସାହୁ ଓ ପଟିଆର ବିକାଶ ସରାଉଗି । ବିଲ୍‌ର କାରବାର ଗୁଡିକୁ ଯାଞ୍ଚ କରାଯିବା ସହ ତଥ୍ୟ ସଂଗ୍ରହ ପରେ ୧୧ଟି ବ୍ୟବସାୟିକ ପ୍ରତିଷ୍ଠାନରେ ଏକ ସମୟରେ ଚଢାଉ କରାଯାଇଥିଲା । ତେବେ ଏହା ଭୂତ ବ୍ୟବସାୟିକ ପ୍ରତିଷ୍ଠାନ ବୋଲି ଜଣାପଡିଥିଲା । ବିଭିନ୍ନ ବ୍ୟାଙ୍କରେ ଏହି ଭୂତ ବ୍ୟବସାୟିକ ପ୍ରତିଷ୍ଠାନ ନାମରେ ବ୍ୟାଙ୍କ ଖାତା ଖୋଲା ଯାଇ ପ୍ରଚୁର ଅର୍ଥ କରାବାର କରାଯାଇଛି । ଭଡାରେ ନିଆଯାଇଥିବା ଏହି ଜାଲ ପ୍ରତିଷ୍ଠାନର ଘର ମାଲିକଙ୍କୁ ମଧ୍ୟ ପଚାରାଉଚରା କରାଯାଇଛି ।

୨୯୪ କୋଟି ଜିଏସଟି ବିଲ୍ ରାକେଟ୍‌ର ପର୍ଦ୍ଦାଫାଶ, 2 ଗିରଫ
୨୯୪ କୋଟି ଜିଏସଟି ବିଲ୍ ରାକେଟ୍‌ର ପର୍ଦ୍ଦାଫାଶ, 2 ଗିରଫ

ତେବେ ୨୦୧୮ ରେ କରାଯାଇଥିବା ୨ଟି ଘରଭଡାର ଚୁକ୍ତି ନକଲି ଥିବା ଜଣାପଡ଼ିଛି । ତଦନ୍ତ ବେଳେ ଜଣାପଡିଛି ଯେ ଗିରଫ ହୋଇଥିବା ଏହି ଦୁଇ ଅଭିଯୁକ୍ତମାନେ ସରକାରୀ ଯୋଜନା ମାଧ୍ୟମରେ ଫାଇଦା ଯୋଗାଇବାର ପ୍ରଲୋଭନ ଦେଖାଇ ସ୍ଥାନୀୟ ଲୋକଙ୍କ ମାଧ୍ୟମରେ ନିରିହ ଲୋକଙ୍କ ଠାରୁ ପରିଚୟ କାଗଜପତ୍ର ହାସଲ କରୁଥିଲେ । ଏଗୁଡ଼ିକ ଅପବ୍ୟବହାର କରି ଜିଏସଟି ପଞ୍ଜିକରଣ ନେବା ସହ ବିଭିନ୍ନ ବ୍ୟାଙ୍କରେ କରେଣ୍ଟ ଆକାଉଣ୍ଟ ଖୋଲିଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Mar 12, 2020, 7:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.