ବାଲେଶ୍ବର: ପ୍ରେମ କେତେବେଳେ ଆଖିରେ ଆଖିରେ ହୁଏ ତ ପୁଣି କେତେବେଳେ ଶବ୍ଦରେ ଜଣେ ଜଣଙ୍କୁ ବୟାନ କରିଥାଏ। ପ୍ରେମ ପୁଣି ହୃଦୟର ଗଭୀରତମ ପ୍ରଦେଶରୁ ଅକୁହା କଥା ହୋଇ ବାହାରି ଆସେ ତ ପୁଣି ନିଶବ୍ଦ ଭାବେ ଗଢି ତୋଳେ ପ୍ରେମର ତାଜମହଲ। ସେମିତି ଦୁଇଜଣ ବାକ ବାଧିତ ପ୍ରେମୀ ଯୁଗଳଙ୍କ ପ୍ରେମ ଆଜି ସମାଜ ଆଗରେ ଶିଖାଇଛି ପ୍ରେମର ପରିଭାଷା। ଭାଷାରେ ସିନା ପ୍ରେମ ବଖାଣି ହୋଇନି ହେଲେ ଆଖି ମିଶିଗଲା ପରେ ହୋଇଯାଇଛି ପ୍ରେମ ଆଉ ଉଭୟ ବାନ୍ଧି ହୋଇଛନ୍ତି ଜୀବନସାଥୀ ଭାବରେ।
ଆମେ କହୁଛୁ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ବଟଗ୍ରାମ ଗାଁରେ ହୋଇଥିବା ଏମିତି ଏକ ପ୍ରେମ ବିବାହର କଥା। ବଟଗ୍ରାମ ଗାଁର ଗୌତମ ଓ ବୌଦ୍ଧ ଜିଲ୍ଲା ବଡଗାଁ ଅଞ୍ଚଳର ଗୀତାଞ୍ଜଳି ବାନ୍ଧି ହୋଇଛନ୍ତି ଜୀବନସାଥୀ ଭାବେ। ଉଭୟ ଜଟଣୀର ଏକ କଲେଜରେ ପଢ଼ୁଥିବା ବେଳେ ସେଠାରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ। ଆଖିଆଖିରେ ହୋଇଥିଲା ଭାବ ବିନିମୟ। ଉଭୟଙ୍କ ପ୍ରେମ ସମ୍ପର୍କରେ ପରିବାର ଲୋକ ଜାଣିବା ପରେ ଉଭୟଙ୍କ ବିବାହ ପାଇଁ ମନସ୍ଥ କରିଥିଲେ। ଶେଷରେ ଦୁଇ ପରିବାରର ସହମତିରେ ଏକ ମନ୍ଦିରରେ ଗୌତମ ଓ ଗୀତାଞ୍ଜଳି ବାନ୍ଧି ହୋଇଛନ୍ତି ପ୍ରେମର ସୂତା ଖିଅରେ। ସତରେ ଆଜିର ସ୍ମାର୍ଟ ପ୍ରେମର ସମୟରେ ଏ ଦୁଇ ପ୍ରେମୀଯୁଗଳ ସମାଜକୁ ଦେଇଛନ୍ତି ସଚ୍ଚା ପ୍ରେମର ବାର୍ତ୍ତା।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ