ETV Bharat / city

କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା କୋଭିଡ ଚିକିତ୍ସା ପରାମର୍ଶ କେନ୍ଦ୍ର: ଆକ୍ରାନ୍ତଙ୍କୁ ମିଳିବ ମାଗଣା ଔଷଧ - ଓଡିଶା କୋରୋନା ନ୍ୟୁଜ

କ୍ୟାପିଟାଲ ହସ୍ପିଟାଲରେ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ବ୍ୟବସ୍ଥା । ଏନେଇ ହସ୍ପିଟାଲ ପରିସରରେ ଦୁଇଟି କେନ୍ଦ୍ର ଖୋଲାଯାଇଛି । ଅଧିକ ପଢନ୍ତୁ

କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା କୋଭିଡ ଚିକିତ୍ସା ପରାମର୍ଶ କେନ୍ଦ୍ର: ଆକ୍ରାନ୍ତଙ୍କୁ ମିଳିବ ମାଗଣା ଔଷଧ

author img

By

Published : Jan 10, 2022, 7:12 PM IST

Updated : Jan 10, 2022, 8:44 PM IST

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ବ୍ୟବସ୍ଥା । ଏନେଇ ହସ୍ପିଟାଲ ପରିସରରେ ଦୁଇଟି କେନ୍ଦ୍ର ଖୋଲାଯାଇଛି । ଲକ୍ଷଣ ଥିବା ବ୍ୟକ୍ତିଙ୍କ ପରୀକ୍ଷା, ଡାକ୍ତରୀ ପରାମର୍ଶ ଓ ଔଷଧ ପ୍ରଦାନ କରାଯାଉଛି। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ହସ୍ପିଟାଲ କର୍ତ୍ତୃପକ୍ଷ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଅଣ୍ଟିଜେନ ଟେଷ୍ଟିଂ ସହ ଅନସ୍ପଟ ରିପୋର୍ଟ ଦିଆଯାଉଛି।

କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା କୋଭିଡ ଚିକିତ୍ସା ପରାମର୍ଶ କେନ୍ଦ୍ର: ଆକ୍ରାନ୍ତଙ୍କୁ ମିଳିବ ମାଗଣା ଔଷଧ

ସକାଳ 8ଟା ଠାରୁ ରାତି 8ଟା ପର୍ଯ୍ୟନ୍ତ ମିଳିବ ସେବା । ଉଭୟ କେନ୍ଦ୍ରକୁ ଉଦଘାଟନ କରିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ । ସୂଚନା ଅନୁଯାୟୀ, କ୍ୟାପିଟାଲ ହସ୍ପିଟାଲକୁ ଏବେ ଦୈନିକ 5 ରୁ 6 ହାଜର ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। ଏମାନଙ୍କ ମଧ୍ୟରେ ଅନେକ ରୋଗୀ ସନ୍ଦେହ ଜନକ ଭାବରେ କୋଭିଡ଼ ସଂକ୍ରମିତ ରହିଥାନ୍ତି । ତେଣୁ ଏହି ରୋଗୀମାନେ କ୍ୟାମ୍ପକୁ ଆସି ଟେଷ୍ଟ ସହ ମେଡ଼ିସିନ ନେଇପାରିବେ । କୋଭିଡ ଚେନ ଭାଙ୍ଗିବାକୁ ଏ ହେଉଛି ଏକ ଅଭିନବ ପ୍ରୟାସ । କୋଭିଡ ସଂକ୍ରମଣ ଠାରୁ ସମସ୍ତଙ୍କ ଠାରୁ ଦୁରେଇ ରଖିବା ଆବଶ୍ୟକ ବୋଲି କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।

ଭୁବନେଶ୍ବରରୁ ବିକାଶ ଦାଶ, ଇଟିଭି ଭାରତ

Last Updated : Jan 10, 2022, 8:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.