ETV Bharat / city

FIFA U-17 Womens World Cup: ଉଦଘାଟନୀ ସମାରୋହରେ ଯୋଗ ଦେବାକୁ ପହଞ୍ଚିଲେ ଦୁଇ କେନ୍ଦ୍ରମନ୍ତ୍ରୀ

author img

By

Published : Oct 11, 2022, 4:04 PM IST

ଆରମ୍ଭ ହେବାକୁ ଯାଉଛି ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ । ଉଦଘାଟନୀ ସମାରୋହରେ ଯୋଗ ଦେବାକୁ ଭୁବନେଶ୍ବରରେ ପହଞ୍ଚିଲେ ଦୁଇ କେନ୍ଦ୍ରମନ୍ତ୍ରୀ । ଅଧିକ ପଢ଼ନ୍ତୁ

FIFA U-17 Womens World Cup: ଉଦଘାଟନୀ ସମାରୋହରେ ଯୋଗ ଦେବାକୁ ପହଞ୍ଚିଲେ ଦୁଇ କେନ୍ଦ୍ରମନ୍ତ୍ରୀ
FIFA U-17 Womens World Cup: ଉଦଘାଟନୀ ସମାରୋହରେ ଯୋଗ ଦେବାକୁ ପହଞ୍ଚିଲେ ଦୁଇ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହେବ ୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ୍‌ ବିଶ୍ବକପ୍‌ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଏହି ମେଗା ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ସମାରୋହ ଆୟୋଜନ ହେବ । ଏଥିରେ ଯୋଗ ଦେବାକୁ ଆଜି ରାଜଧାନୀରେ ପହଞ୍ଚିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ କିରଣ ରିଜ୍‌ଜୁ ଓ ନୀତିଶ ପାରମାଣିକ ।

ଏହାକୁ ନେଇ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନୀତିଶ ପାରମାଣିକ କହିଛନ୍ତି, "ଏହା ଓଡ଼ିଶା ପାଇଁ ଏକ ଐତିହାସିକ କ୍ଷଣ ହେବାକୁ ଯାଉଛି । ତାସହିତ ଏହାଦ୍ବାରେ ଭାରତରେ ଫୁଟ୍‌ବଲ୍‌ କ୍ରୀଡ଼ାର ଭବିଷ୍ୟତ ଉଜ୍ଜଳମୟ ହୋଇ ପାରିବ । ଭାରତର କ୍ରୀଡ଼ା ଇତିହାସରେ ଏହି ମୂହୁର୍ତ୍ତ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ । ଭୁବନେଶ୍ବରବାସୀ ଓ ଓଡ଼ିଶାବାସୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ ।"

ଏହା ବି ପଢ଼ନ୍ତୁ: ଆଜିଠୁ କଳିଙ୍ଗରେ ମହିଳା ଫୁଟବଲ ବିଶ୍ବକପ

ସେପଟେ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜ୍‌ଜୁ କହିଛନ୍ତି, "ଭାରତୀୟ ଫୁଟବଲ୍‌ ସଂଘ, କଲ୍ୟାଣ ଚୌବେ ଓ ତାଙ୍କ ଟିମ୍‌ର ନିମନ୍ତ୍ରଣରେ ଆମେ ଏଠାକୁ ଆସିଛୁ । ଆଜି ଭାରତ ଏବଂ ଓଡ଼ିଶା ପାଇଁ ଏକ ଐତିହାସିକ ଦିନ । ଭାରତର ୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ ଦଳ ବିଶ୍ବକପ ଖେଳିବ । ସେମାନଙ୍କୁ ସମର୍ଥନ ଦେବା ସହ ଚିୟର ଅପ୍‌ କରିବାକୁ ଆମେ ଏଠାକୁ ଆସିଛୁ ।"

ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ଗୃପ 'ଏ' ରେ ଭାରତ ସହିତ ଆମେରିକା, ବ୍ରାଜିଲ, ଏବଂ ମରକ୍କୋ ରହିଛନ୍ତି । ନଭୀ ମୁମ୍ବାଇ, ଗୋଆ ଏବଂ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଅଣ୍ଡର୍‌ ୧୭ ମହିଳା ଫିଫା ବିଶ୍ବକପ ପାଇଁ ଭେନ୍ୟୁ ଘୋଷଣା ହୋଇଛି । ଭାରତ ଓ ଆମେରିକା ଆଜି ସନ୍ଧ୍ୟାରେ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ପରସ୍ପରକୁ ଭେଟିବେ ।

ମହିଳା ଫୁଟବଲ ଦଳର ମୁଖ୍ୟ ପ୍ରଶିକ୍ଷିକା ଥୋମାସ ଡେନରେବୀ କହିଛନ୍ତି, "ଭାରତୀୟ ମହିଳା ଦଳ ବିଶ୍ବକପ ପାଇଁ ପ୍ରସ୍ତୁତ ରହିଛନ୍ତି । ୧୭ ବର୍ଷରୁ କମ ମହିଳା ଫୁଟବଲ ଦଳ ପ୍ରଥମ ଥର ପାଇଁ ବିଶ୍ବକପରେ ଭାଗ ନେବାକୁ ଯାଉଛି । କଳିଙ୍ଗ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଗୋଟିଏ ଗୋଲ୍‌ ଦେଲେ ମଧ୍ୟ ଏହା ଭାରତୀୟ ଦଳ ପାଇଁ ବଡ ଉପଲବ୍ଧି ହେବ । ଆମେରିକାର ପଲ୍ଲା ଭାରି ରହିଥାଇ ପାରେ ହେଲେ ଭାରତୀୟ ମହିଳା ମଧ୍ୟ ସେମାନଙ୍କୁ ମାତ୍ ଦେବାକୁ ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ରହିଛନ୍ତି । ନିର୍ଦ୍ଧାରିତ ଟାଇମ ମଧ୍ୟରେ ଆମେ ଆମେରିକାକୁ ହରାଇବାକୁ ଚେଷ୍ଟା କରିବୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.