ଭୁବନେଶ୍ବର: କିନ୍ନରଙ୍କୁ ରେଳଷ୍ଟେସନ ମନା । ଟ୍ରେନ ଭିତରେ ଯାତ୍ରୀଙ୍କ ଠାରୁ ପଇସା ମାଗି ପାରିବେନି। ଯାତ୍ରୀ ଓ ରେଳ ଷ୍ଟେସନର ସୁରକ୍ଷା ସହ ମର୍ଯ୍ୟାଦା ରକ୍ଷା କରିବା ପାଇଁ କିନ୍ନର ମାନଙ୍କୁ ରେଳଷ୍ଟେସନ ମନା । ଏନେଇ କିନ୍ନର ସଂଘର ସଭାପତି ମୀରା ପରିଡ଼ା ମୁହଁ ଖୋଲିଛନ୍ତି ।
ବହୁ ପୂର୍ବରୁ କିନ୍ନର ମାନେ ଟ୍ରେନରେ ଯାତ୍ରୀଙ୍କ ଠାରୁ ପଇସା ମାଗନ୍ତି। ସେହି ପଇସାରେ କିନ୍ନର ମାନେ ଚଳିଥାନ୍ତି। ଟ୍ରେନରେ ମଧ୍ୟ ଯାତ୍ରୀ ମାନଙ୍କୁ କିଛି କିନ୍ନର ମଧ୍ୟ ଅସୁବିଧାରେ ପକାଇଥାନ୍ତି। କିନ୍ନର ମାନଙ୍କ ଉପରେ ଲୋକମାନଙ୍କର ଏକ ଭୁଲ ଧାରଣା ରହି ଆସିଛି ଯେ, କିନ୍ନର ଆସିଲେ ଦୁର୍ବବ୍ୟହାର କରିବା ସହ ଜୋର୍ ଜବରଦସ୍ତି ପଇସା ନେବେ । ମଣିଷ ସମାଜରେ ବଞ୍ଚିବା ପାଇଁ ହେଲେ ମଣିଷ ପରି ବଞ୍ଚିବା ଆବଶ୍ୟକ । ସବୁ କିନ୍ନର ଖରାପ୍ ନୁହଁନ୍ତି ବୋଲି କହିଛନ୍ତି ମୀରା ପରିଡ଼ା । ଯେଭଳି ଭାବରେ କିନ୍ନର ବିଭିନ୍ନ ସ୍ଥାନରେ ଚାକିରୀ କରିଛନ୍ତି ସେହି ଭଳି କିନ୍ନର ମାନଙ୍କୁ ରାଜ୍ୟରେ କିଛି ସୁଯୋଗ ସୃଷ୍ଟି ନକରି ହଠାତ୍ ରେଳବାଇର ଏପରି ନିଷ୍ପତ୍ତିକୁ ଗ୍ରହଣ କରିନାହାଁନ୍ତି କିନ୍ନର ସଂଘ ।
କିନ୍ନର ମାନଙ୍କ ପାଇଁ ଏକ ବିକଳ୍ପ ବ୍ୟବସ୍ଥା କରିବା ସହ ଯେଉଁ କିନ୍ନର ମାନେ ରେଳ ଷ୍ଟେସନରେ ହେଉ ବା ଟ୍ରେନ ଭିତରେ ଅପରାଧ ମୂଳକ କାର୍ଯ୍ୟକଳାପରେ ଲିପ୍ତ ହେଉଛନ୍ତି ସେମାନଙ୍କୁ ଅଇନ ଅନୁଯାୟୀ ଦଣ୍ଡ ଦିଆଯାଉ । କିନ୍ନର ରହିଥିବା ବସ୍ତିରେ ଯଦି ରେଳବାଇ ପକ୍ଷରୁ କୌଣସି କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପ ଥିବ ତେବେ କିନ୍ନର ମାନଙ୍କୁ ଅନ୍ୟ ଏକ ସ୍ଥାନରେ ସ୍ଥାୟିତ୍ବ ଭାବରେ ରଖିବେ । ନହେଲେ କିନ୍ନର ମାନଙ୍କୁ ଉଠାଇ ପାରିବେ ନାହିଁ ବୋଲି କିନ୍ନର ମୀରା ପରିଡ଼ା କହିଛନ୍ତି।
ରେଳବାଇ ପକ୍ଷରୁ ସମସ୍ତ ରେଳ ଷ୍ଟେସନ ଓ ଟ୍ରେନ ଗୁଡିକରେ ସୁରକ୍ଷା ଓ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରେ ରଖି ସମସ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିନ୍ନର ମାନଙ୍କ ଉପରେ ଏକ ବଡ଼ ପ୍ରଶ୍ନ । କିନ୍ନର ମାନେ ରେଳ ଷ୍ଟେସନରୁ ଯାଇପାରିବେ ନାହିଁ କି ସେଠାରେ ଯାତ୍ରୀ ମାନଙ୍କ ଠାରୁ ପଇସା ମାଗିପାରିବେ ନାହିଁ। ଷ୍ଟେସନ ପାଖରେ ଥିବା କିନ୍ନର ବସ୍ତିକୁ ହଟାଇ ଦିଆଯିବ । ଏହା ସଫଳ ନହେଲେ ରେଳବାଇ କିନ୍ନର ମାନଙ୍କୁ ଅନୁରୋଧ କରିବା ସହ ଅପିଲ କରିବ । ଯାହା ଦ୍ଵାରା ରେଳ ଷ୍ଟେସନର ମର୍ଯ୍ୟାଦା ରହିବା ବୋଲି ଏଡ଼ିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।
ସୂଚନା ଯୋଗ୍ୟ, ମଙ୍ଗଳବାର ଡିଜିପି ଆର୍ ପି ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ପ୍ରଥମ ରେଳବାଇ ବୈଠକ ହୋଇଥିଲା । ରେଳବାଇ ପକ୍ଷରୁ କିଭଳି ଭାବରେ ପ୍ରତି ଷ୍ଟେସନକୁ ସୁରକ୍ଷା କଡ଼ାକଡ଼ି କରାଯିବା ସହ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇଛି । ଯାତ୍ରୀମାନଙ୍କ ଠାରୁ ଚୋରି କିଭଳି ରୋକ ଯାଇପାରିବ ଓ କିନ୍ନର ମାନଙ୍କର ବିଭିନ୍ନ କାର୍ଯ୍ୟକଳାପ ଉପରେ ରୋକ ଲଗାଇବ ରେଳବାଇ ସେ ନେଇ ଆଲୋଚନା କରାଯାଇଥିଲା ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ