ଭୁବନେଶ୍ବର: ରାଜଧାନୀରେ ଗଡିଲା ଟ୍ରାଫିକ ସଚେତନତା ରଥ। ଏଜି ଟ୍ରାଫିକ ଥାନା ଠାରୁ ହୋଇଛି ଶୁଭାରମ୍ଭ। ସମସ୍ତ ଗଳି କନ୍ଦିରେ ଏହି ରଥ ବୁଲିବା ସହ ଲୋକଙ୍କୁ ସଚେତନ କରିବ।
ତେବେ ଏଥିରେ ରହିଛି ସିଟବେଲ୍ଟ, ହେଲମେଟ ଓ ଟ୍ରାଫିକ ନିୟମ କିପରି ପାଳିବେ ସେ ନେଇ ବାର୍ତ୍ତା । ବିଶେଷ କରି ସମସ୍ତ ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଗାଡି ବୁଲିବ ଏବଂ ଲୋକଙ୍କୁ ସଚେତନତା କରିବାରେ ସହାୟକ ବୋଲି କହିଛନ୍ତି ଟ୍ରାଫିକ ଡିସିପି ।
ଆଗକୁ ଆସୁଛି ଦଶହରା । ଏହି ଅବସରରେ ସମସ୍ତ ପୂଜା ମଣ୍ଡପର ପେଣ୍ଡାଲ ନିକଟରେ ଗୋଟିଏ ଗୋଟିଏ ଦିନ ରହି ସଚେତନତା କରିବ ଏହି ରଥ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ