ETV Bharat / city

ମୃତ ବ୍ୟକ୍ତିଙ୍କ ନାଁରେ ଟ୍ରାଫିକ ଉଲଙ୍ଘନ ଚାଲାଣ, ଉଲଙ୍ଘନ ସମୟର ଫଟୋରେ ନାହିଁ ତାଳମେଳ - ଟ୍ରାଫିକ

ରାସ୍ତା ଉପରେ ଗୋଟିଏ ନମ୍ବରରେ ଚାଲୁଛି ଦୁଇ ଦୁଇଟି ଗାଡି । ମୃତ ବ୍ୟକ୍ତି ନାରେ ଆସିଲା ଟ୍ରାଫିକ ଉଲଙ୍ଘନ ଚାଲାଣ । ଅଧିକ ପଢନ୍ତୁ...

ମୃତ ବ୍ୟକ୍ତି ନାରେ ଟ୍ରାଫିକ ଉଲଙ୍ଘନ ଚାଲଣ, ଉଲଙ୍ଘନ ସମୟର ଫଟୋରେ ନାହିଁ ତାଳମେଳ

author img

By

Published : Sep 7, 2021, 11:04 AM IST

ଭୁବନେଶ୍ବର: ଗାଡିଚାଳକ ସାବଧାନ । ଗୋଟିଏ ନମ୍ବରରେ ମାର୍କେଟରେ ବୁଲିଛି ଦୁଇ ଦୁଇଟି ଗାଡି । ଆପଣ ନିୟମ ଉଲଙ୍ଘନ କରନ୍ତୁ କି ନକରନ୍ତୁ , କିନ୍ତୁ ଆପଣଙ୍କ ଘରେ ଟ୍ରାଫିକ ନିୟମ ଉଲଙ୍ଘନ କରିଥିବା ନେଇ ଆପଣଙ୍କ ଗାଡି ନମ୍ବରରେ ପହଞ୍ଚିବ ଚାଲାଣ । ନିୟମ ନଭାଙ୍ଗି ଆପଣ ଏଭଳି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଗତକାଲି ଏଭଳି ଏକ ଘଟଣା କଟକ ହଂସପାଳ ଅଞ୍ଚଳରେ ସାମ୍ମାକୁ ଆସିଛି । ଜଣେ ମୃତ ବ୍ୟକ୍ତିଙ୍କ ନାଁରେ ଆସିଛି ଟ୍ରାଫିକ ଚାଲାଣ । ଏଥି ସହ ନିୟମ ଉଲଙ୍ଘନ ସମୟରେ ଉଠାଯାଇଥିବା ଫଟୋ ମଧ୍ୟ ଆସିଛି । କିନ୍ତୁ ଟ୍ରାଫିକ ନିୟମ ଉଲଙ୍ଘନ ସମୟରେ ଉଠାଯାଇଥିବା ଫଟୋ ମୃତ ବ୍ୟକ୍ତି ନୁହଁନ୍ତି ବୋଲି ଜଣାପଡିଛି ।

ରାସ୍ତା ଉପରେ ଗୋଟିଏ ନମ୍ବରରେ ଚାଲୁଛି ଦୁଇ ଦୁଇଟି ଗାଡି

ମୃତ ବ୍ୟକ୍ତିଙ୍କ ଗାଡି ୟାମାହା ମୋପେଡ ଗାଡି କିନ୍ତୁ ଚାଲାଣରେ ଆସିଛି ୟୁନିକନ ବାଇକ ନାଁରେ । ଯାହାକୁ ଜଣେ ଯୁବକ ଓ ଯୁବତୀ ବ୍ୟବହାର କରୁଛନ୍ତି । ଯେଉଁଥିରେ ଯୁବକ ଜଣଙ୍କ ଡ୍ରାଇଭ କରୁଥିବା ବେଳେ ଯୁବତୀ ଜଣକ ବିନା ହେଲମେଟରେ ପଛରେ ବସିଛନ୍ତି । ଯାହାର ଫଟୋକୁ ଆଧାର କରି ଏଭଳି ଏକ ଟ୍ରାଫିକ ଚାଲାଣ ଇସୁ କରାଯାଇଛି । କିନ୍ତୁ ଚାଲାଣ କାଟିଥିବା ଅଧିକାରି ଗାଡିର ମଡେଲ ଯାଞ୍ଚ ନ କରି ବା ଗାଡିର ନମ୍ବର ସହ ଫଟୋକୁ ମ୍ୟାଚ ନକରି କିଭଳି ଏପରି ଚାଲାଣ ଇସୁ କରୁଛନ୍ତି ତାକୁ ନେଇ ପ୍ରଶ୍ନ କରିଛନ୍ତି ଚାଲାଣ ଆସିଥିବା ମୃତ ବ୍ୟକ୍ତିଙ୍କ ପୁଅ ପ୍ରଭାତ ପ୍ରଧାନ।

ମୃତ ବ୍ୟକ୍ତି ନାରେ ଟ୍ରାଫିକ ଉଲଙ୍ଘନ ଚାଲଣ, ଉଲଙ୍ଘନ ସମୟର ଫଟୋରେ ନାହିଁ ତାଳମେଳ

ସୁଚନା ମୁତାବକ ତମାଣ୍ଡୋ ଗ୍ରାମର ମୃତ ସୁଦାମ ପ୍ରଧାନ ମୃତ୍ୟୁ ପୁର୍ବରୁ ଅସୁସ୍ଥ ହୋଇ ଘରେ ପଡିଥିଲେ । ଏନେଇ ତାଙ୍କର ଗାଡିଟି ମଧ୍ୟ ଏକ ବର୍ଷ ହେବ ଭଙ୍ଗା ଦଦରା ହୋଇ ଘରେ ପଡିରହିଛି। ଯାହାର ନଂ OD 02V5725 ରହିଛି । ତେବେ କଟକ ହଂସପାଳ ଅଞ୍ଚଳରେ ସେହି ସମାନ ନମ୍ବର ଗାଡିରେ ଯୁବକ ଯୁବତୀ ବୁଲୁଥିବା ବେଳେ ଟ୍ରାଫିକ ନିୟମ ଉଲଙ୍ଘନ କରିଥିଲେ । ଏହା ପରେ ଚାଲାଣଟି ମୃତ ବ୍ୟକ୍ତିଙ୍କ ଘରେ ପହଞ୍ଚିଥିଲା । ଏନେଇ ଅଭିଯୋଗ କରାଗଲେ ତଦନ୍ତ କରାଯିବ ବୋଲି କହିଛି କମିସନରେଟ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.