ETV Bharat / city

ପିଲାଙ୍କୁ ହେଲମେଟ ବାଣ୍ଟିଲେ ଡିସିପି, ସଚେତନ କଲେ ଯମରାଜ - ସଚେତନ କଲେ ଯମରାଜ

ଦୁଇ ଚକିଆ ଯାନରେ ନିଜ ଅଭିଭାବକଙ୍କ ସହିତ ବିନା ହେଲମେଟରେ ଯାଉଥିବା ଛୋଟ ଛୋଟ ଶିଶୁଙ୍କୁ ହେଲମେଟ ପିନ୍ଧାଇଲେ ଟ୍ରାଫିକ ଡିସିପି ସାଗରିକା ନାଥ। ଅଧିକ ଖବର ପଢନ୍ତୁ...

ପିଲାଙ୍କୁ ହେଲମେଟ ବାଣ୍ଟିଲେ ଡିସିପି: ସଚେତନ କଲେ ଯମରାଜ
ପିଲାଙ୍କୁ ହେଲମେଟ ବାଣ୍ଟିଲେ ଡିସିପି: ସଚେତନ କଲେ ଯମରାଜ
author img

By

Published : Jan 12, 2020, 9:40 PM IST

ଭୁବନେଶ୍ବର: ଦୁଇ ଚକିଆ ଯାନରେ ନିଜ ଅଭିଭାବକଙ୍କ ସହିତ ବିନା ହେଲମେଟରେ ଯାଉଥିବା ଛୋଟ ଛୋଟ ଶିଶୁଙ୍କୁ ହେଲମେଟ ପିନ୍ଧାଇଲେ ଟ୍ରାଫିକ ଡିସିପି ସାଗରିକା ନାଥ। ରାଜ୍ୟରେ ଚାଲିଥିବା ସଡକ ସପ୍ତାହ ସୁରକ୍ଷା ଅବସରରେ ଲୋକଙ୍କୁ ସଚେତନ କରାଇବା ଅବସରରେ ଡିସିପି ସାଗରିକା ଏହି ହେଲମେଟ ପିଲାଙ୍କୁ ପ୍ରଦାନ କରିଥିଲେ।

ଏହି ଅବସରରେ ରବିବାର ସ୍ଥାନୀୟ ପାୱାର ହାଉସ ଛକଠାରେ ଯମରାଜ ଓ ଚିତ୍ରଗୁପ୍ତ ଏବଂ ହନୁମାନ ବେଶ ହୋଇ ସଚେତନତା କରୁଥିବା ଦେଖାଯାଇଛି। ଅନୁଷ୍ଠାନ ପକ୍ଷରୁ ଲୋକଙ୍କୁ ସଡକ ନିୟମ ମାନିବା ସହ ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର ନ କରିବା , ହେଲମେଟ ପିନ୍ଧିବା, ସିଟ ବେଲ୍ଟ ପିନ୍ଧିବା, ମଦ ପିଇ ଗାଡି ନ ଚଳାଇବା, ଅଧିକ ସ୍ପିଡ଼ରେ ଗାଡି ନଚଳାଇବା ଆଦି ବିଷୟରେ ସଚେତନ କରାଇଛନ୍ତି।

ପିଲାଙ୍କୁ ହେଲମେଟ ବାଣ୍ଟିଲେ ଡିସିପି: ସଚେତନ କଲେ ଯମରାଜ

ଏହା ସହ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟମାନଙ୍କୁ ସୁରକ୍ଷିତ ଭାବେ ଯାତ୍ରା କରିବାକୁ କହିଛନ୍ତି । ଟ୍ରାଫିକ ନିୟମ କଡାକଡି ଭାବେ ପାଳନ ହେବାରୁ କିଛି ମାସ ଧରି ଦୁର୍ଘଟଣା ହାର କମୁଥିବାବେଳେ ଆଗକୁ ଆହୁରି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉଥିବା କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro: ଦୁଇ ଚକିଆ ଯାନରେ ପିତାମାତା କିମ୍ବା ନିଜ ଅଭିବାବକଙ୍କ ସହିତ ବିନା ହେଲମେଟରେ ଯାଉଥିବା ଛୋଟ ଛୋଟ ଶିଶୁ ମାନଙ୍କୁ ହେଲମେଟ ପିନ୍ଧାଇଲେ ଡିସିପି ସାଗରିକା।ରାଜ୍ୟରେ ଚାଲିଥିବା ସଡକ ସପ୍ତାହ ସୁରକ୍ଷା ଅବସରରେ ଲୋକମାନଙ୍କୁ ସଚେତନତା କରାଇବା ଅବସରରେ ଡିସିପି ସାଗରିକା ଏହି ହେଲମେଟ ପିଲାମାନଙ୍କୁ ପ୍ରଦାନ କରିବା ସହ ଗାଡି ଚାଳକଙ୍କ ଯେପରି ସୁରକ୍ଷା ଦରକାର ପଛରେ ବସିଥିବା ଛୋଟ ପିଲା କିମ୍ବା ସହାଯାତ୍ରୀଙ୍କୁ ମଧ୍ୟ ସଜାଗ ହେବାର ଆଵଶ୍ୟକତା ଥିବା କହିଛନ୍ତି।

Body:ଏହି ଅବସରରେ ଆଜି ସ୍ଥାନୀୟ ପାୱାର ହାଉସ ଛକଠାରେ ଯମରାଜ ଓ ଚିତ୍ରଗୁପ୍ତ ଏବଂ ହନୁମାନ ବେଶ ହୋଇ ସଚେତନତା କରୁଥିବା ଦେଖାଯାଇଛି।ଅନୁଷ୍ଠାନ ମାନଙ୍କ ପକ୍ଷରୁ ଲୋକମାନଙ୍କୁ ସଡକ ନିୟମ ମାନିବା ସହ ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର ନ କରିବା ,ହେଲମେଟ ପିନ୍ଧିବା,ସିଟ ବେଲ୍ଟ ପିନ୍ଧିବା,ମଦ ପିଇ ଗାଡି ନ ଚଳାଇବା,ଅଧିକ ସ୍ପୀଡ଼ ରେ ଗାଡି ନ ଚଳାଇବା ଆଦି ବିଷୟରେ ସଚେତନ କରାଉଛନ୍ତି।ଏହା ସହ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟମାନଙ୍କୁ ସୁରକ୍ଷିତ ଭାବେ ଯାତ୍ରା କରିବାକୁ କହିଛନ୍ତି।ଏହି ଅବସରରେ ଡିସିପି ସାଗରିକା ଛୋଟ ଛୋଟ ପିଲାମାନନଙ୍କୁ ବାପ ମା ମାନେ ବାହାରକୁ ନେବା ବେଳେ ହେଲାମେଟ ପିନ୍ଧିବା ପାଇଁ କହିବାକୁ କହିଛନ୍ତି।ତେବେ ଟ୍ରାଫିକ ନିୟମ କଡାକଡି ଭାବେ ପାଳନ ହେବାରୁ କିଛି ମାସ୍ ଧରି ଦୁର୍ଘଟଣା ହାର କମୁ ଥିବାବେଳେ ଆଗକୁ ଆହୁରି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉଥିବ କହିଛନ୍ତି।
ବାଇଟ-ଡିସିପି ସାଗରିକା
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.