ଭୁବନେଶ୍ବର: ଆଜି କଂଗ୍ରେସ ଓଡିଶା ବନ୍ଦ ଡାକରା ଦେଇଥିବା ବେଳେ ସ୍ଥିତି ଦେଖି ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନେବ ବୋଲି ବ୍ୟବସାୟୀ ସଂଘ କହିଛି । ଏନେଇ ରାଜ୍ୟ ବ୍ୟବସାୟିକ ସଂଘ ପକ୍ଷରୁ କିଛି ବିଧିବଦ୍ଧ ଘୋଷଣା କରାଯାଇନଥିବା ବେଳେ ବନ୍ଦର ସ୍ଥିତି ଦେଖି ବନ୍ଦ ରହିବ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖାଯିବାକୁ ସ୍ଥିର କରିଛି ସଂଘ ।
ଓଡିଶା ବନ୍ଦକୁ ବ୍ୟବସାୟିକ ସଂଘ ସ୍ବାଗତ କରିଥିବାବେଳେ ବନ୍ଦର ସ୍ଥିତି ଦେଖି ଦୋକାନ ଖୋଲା କରାଯିବ ବୋଲି ବ୍ୟବସାୟୀ ସଂଘ କହିଛି । ଯେଉଁ ଅଞ୍ଚଳରେ ଅଧିକ ଭାବରେ ବନ୍ଦର ପ୍ରଭାବ ପଡିବ ସେହି ଅଞ୍ଚଳରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ବ୍ୟବସାୟିକ ସଂଘର ସଭାପତି ସୁଧାକର ପଣ୍ଡା । ସୂଚନା ଅନୁଯାୟୀ, କଂଗ୍ରେସ ପକ୍ଷରୁ ସକାଳ 7ଟାରୁ ଅପରାହ୍ନ 1 ଟା ପର୍ଯ୍ୟନ୍ତ ଓଡିଶା ବନ୍ଦ ଡାକରା ଦିଆଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ