ETV Bharat / city

କଟକ ଜିଲ୍ଲାରେ ବୁଲିବ ଭ୍ରାମ୍ୟମାଣ ଡିସପେନସେରି, ଉପକୃତ ହେବେ 90 ପଞ୍ଚାୟତ

author img

By

Published : Jan 8, 2022, 7:32 AM IST

TPCODL ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସ୍‌ପେନ୍‌ସେରୀର ଶୁଭାରମ୍ଭ କରାଯାଇଛି। ସାଲେପୁର, ଆଠଗଡ ଓ କଟକ ଇଲେକ୍ଟ୍ରାକାଲ ଡିଭିଜନ ସମେତ କଟକ ଇଲେକ୍ଟ୍ରିକାଲ ସର୍କଲ ୯୦ଟି ପଞ୍ଚାୟତର ଲୋକଙ୍କ ଆବଶ୍ୟକତାକୁ ଏହି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ ପୂରଣ କରିବ। ଅଧିକ ପଢନ୍ତୁ

TPCODL ପକ୍ଷରୁ  ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସପେନସେରିର ଶୁଭାରମ୍ଭ

ଭୁବନେଶ୍ବର : TP Central Odisha Distribution Limited (ଟିପିସିଓଡିଏଲ୍)‌ ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସ୍‌ପେନ୍‌ସେରୀର ଶୁଭାରମ୍ଭ କରାଯାଇଛି। ସାଲେପୁର, ଆଠଗଡ ଓ କଟକ ଇଲେକ୍ଟ୍ରାକାଲ ଡିଭିଜନ ସମେତ କଟକ ଇଲେକ୍ଟ୍ରିକାଲ ସର୍କଲ ୯୦ଟି ପଞ୍ଚାୟତର ଲୋକଙ୍କ ଆବଶ୍ୟକତାକୁ ଏହି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ ପୂରଣ କରିବ। ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଏହି ଡିସ‌ପେନସେରୀକୁ ଉଦଘାଟନ କରିଛନ୍ତି ।

ଟାଟା ପାୱାର ଓ ରାଜ୍ୟ ସରକାରଙ୍କ ଯୌଥ ଉଦ୍ୟୋଗ ଟିପିସିଓଡିଏଲ ପକ୍ଷରୁ କରାଯାଇଛି ଥିବା ବେଳେ ଟିପିସିଓଡିଏଲର ସିଇଓ ଏମ ସେନ୍‌ବାଗମ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତି ଥିଲେ । ତେବେ ଏହି ଭ୍ରାମ୍ୟମାଣ ଡିସପେନସେରୀରେ ଜଣେ ଡାକ୍ତର, ଫାର୍ମାସିଷ୍ଟ୍‌, ଏଏନ୍‌ଏମ୍ ନର୍ସ ଓ ଜଣେ ଡ୍ରାଇଭର ରହିବେ । ଏହା ଚେକଅପ, ଚିକିତ୍ସା, ମେଡିସିନ୍ ପ୍ରେସ୍‌କ୍ରିପ୍‌ସନ ସହିତ ମାଗଣାରେ ଔଷଧ ବଣ୍ଟନ କରିବ ।

ଏହାସହ ସେବା ଆବଶ୍ୟକ କରୁଥିବା ଲୋକମାନଙ୍କୁ ମାଗଣାରେ ପରାମର୍ଶ ଓ ଚିକିତ୍ସା ପ୍ରଦାନ କରିବ । କମ୍ପାନୀ ପକ୍ଷରୁ ୨୦୨୧ ଅକ୍ଟୋବରରେ ପ୍ରଥମ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସପେନସେରୀର ଶୁଭାରମ୍ଭ କରାଯାଇଥିଲା । ଯାହା ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଆଭ୍ୟନ୍ତରୀଣ ଓ ଦୁର୍ଗମ ଅଞ୍ଚଳର ୮୦୦୦ ହିତାଧିକାରୀଙ୍କୁ ସେବା ପ୍ରଦାନ କରୁଛି । ବର୍ତ୍ତମାନ ସୁଦ୍ଧା ଏହା ୭୫ ରୁ ଅଧିକ ପଞ୍ଚାୟତରେ ପହଞ୍ଚି ସାରିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.