ETV Bharat / city

ଦଶହରାରେ ନନ୍ଦନକାନନରେ ଗଡିବ ଟଏ ଟ୍ରେନ, ଶୁକ୍ରବାର ରୋପ-ଓ୍ବେର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଜଙ୍ଗଲ ପରିବେଶ ମନ୍ତ୍ରୀ

author img

By

Published : Oct 6, 2021, 10:56 PM IST

ଦୀର୍ଘ ଦିନ ପରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ପୁଣି ଆରମ୍ଭ ହେବାକୁ ଟଏ ଟ୍ରେନ ସୁବିଧା। ଶୁକ୍ରବାର ରୋପ-ଓ୍ବେ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଜଙ୍ଗଲ ଓ ପରିବଶ ମନ୍ତ୍ରୀ। ଆସନ୍ତା 18 ମାସ ମଧ୍ୟରେ କାର୍ଯ୍ୟଶେଷ କରିବା ପାଇଁ ରଖାଯାଇଛି ଲକ୍ଷ୍ୟ । ଅଧିକ ପଢନ୍ତୁ...

ଦଶହରାରେ ନନ୍ଦନକାନରେ ଗଡିବ ଟଏ ଟ୍ରେନ, ଶୁକ୍ରବାର ରୋପ-ଓ୍ବେର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଜଙ୍ଗଲ ପରିବେଶ ମନ୍ତ୍ରୀ

ଭୁବନେଶ୍ବର: ଦୀର୍ଘ ଦିନ ପରେ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନରେ ଟଏ ଟ୍ରେନର ମଜା ନେଇପାରିବେ ପର୍ଯ୍ୟଟକ। ଆସନ୍ତା ଶୁକ୍ରବାର ଦିନ ଜଙ୍ଗଲ ପରିବେଶ ମନ୍ତ୍ରୀ ଏହି ଟଏ ଟ୍ରେନ ସେବା ଶୁଭାରମ୍ଭ କରିବା ସହ ରୋପ-ଓ୍ବେ ଫାଉଣ୍ଡେସନ ସ୍ଥାପନ କରିବେ। ଏନେଇ ସମସ୍ତ ପ୍ରକାରର ପ୍ରସ୍ତୁତ ସରିଛି ।

ସୂଚନା ଅନୁଯାୟୀ, 1994 ମସିହା ଡିସେମ୍ବର 21 ତାରିଖରୁ ନନ୍ଦନକାନନରେ କାର୍ଯ୍ୟକାରୀ ହେଉଥିବା ଏରିଆଲ ରୋପ-ଓ୍ବେ କୌଣସି କାରଣରୁ 2011 ମସିହାରେ ବନ୍ଦ ହୋଇଯାଇଥିଲା। ଏରିଆଲ୍ ରୋପର ନୂତନ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇ 2016 ମସିହାରେ ଶେଷ ହୋଇଥିଲା । ଏଥିପାଇଁ ପ୍ରାୟ 13 କୋଟି ବ୍ୟୟବରାଦ କରାଯାଇଥିଲା। ଏହି କାର୍ଯ୍ୟ 18 ମାସ ମଧ୍ୟରେ ଶେଷ ହେବା ନେଇ ଲକ୍ଷ୍ୟ ରଖାଯାଇଛି।

626 ମିଟର ଲମ୍ବରୁ ଅଧିକ ମୋନୋ-କେବୁଲ ପଲ୍ସଡ୍ (mona-cable pulsated) ସହିତ ଏହି ରୋପ୍‌ ନିର୍ମାଣ କରାଯିବ । ଏହା 2 ଟି ଟାଓ୍ବାର ସହିତ ନିର୍ମାଣ ହେବ ଏବଂ ଏକ କ୍ୟାବିନର କ୍ଷମତା 4 ଜଣ ଏବଂ ଏଥିରେ ଏକକାଳୀନ 12 ନମ୍ବର କ୍ୟାବିନ କାର୍ଯ୍ୟ କରିବ, ଯାହା ଫଳରେ ଏକକାଳୀନ 48 ଜଣ ଏଥିରେ ଯାତ୍ରା କରିପାରିବେ। ବ୍ୟକ୍ତିଗତ ଚୂଡାନ୍ତ ଟିକେଟ ମୂଲ୍ୟ 95 ଟଙ୍କା ରହିଛି। ରୋପ୍‌ ଷ୍ଟେସନ ପର୍ଯ୍ୟନ୍ତ ପରିଦର୍ଶକଙ୍କ ସୁଗମ ତଥା ନିରାପଦ ଯାତାୟତ ପାଇଁ ଟଏ ଟ୍ରେନ ଟ୍ରାକ ଉପରେ ଏକ ଫୁଟ ଓଭର ବ୍ରିଜ ମଧ୍ୟ ନିର୍ମାଣ କରାଯିବ ।

ଭାରତୀୟ ରେଳବାଇର ସୁପାରିଶ ଅନୁଯାୟୀ ଡିସେମ୍ବର 2016 ମସିହାରେ ଏହି ଟଏ ଟ୍ରେନ୍ ଏବଂ ଟ୍ରାକର ନବୀକରଣ ପାଇଁ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା ଏବଂ ସେହି ଅନୁଯାୟୀ କାର୍ଯ୍ୟ ନିର୍ଦ୍ଦେଶ ଜାରି କରାଯାଇଥିଲା । ଏହି ଟଏ ଟ୍ରେନରେ 72 ଜଣ ଯାତ୍ରୀଙ୍କୁ ନେବା ପାଇଁ ଏକ ବ୍ୟାଟେରୀ-ଚାଳିତ ଇଞ୍ଜିନ (ଲୋକୋମୋଟିଭ୍)ଏବଂ 5 ଟି ସଂଯୁକ୍ତ ବଗି ରଖାଯାଇଛି। ଯାତ୍ରୀଙ୍କର ବିଶ୍ରାମ ସୁବିଧା, ଶୌଚାଳୟ ଏବଂ ପାନୀୟ ଜଳର ବ୍ୟବସ୍ଥା କରାଯିବା ସହ ଟଏ ଟ୍ରେନକୁ ଆଧୁନିକିକରଣ କରାଯାଇଅଛି । ଟଏ ଟ୍ରେନ୍ ଏବଂ ଟ୍ରାକର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ଏକ ଚୁକ୍ତିନାମା RITES LTD ସହିତ ମଧ୍ୟ ସ୍ବାକ୍ଷରିତ କରାଯାଇଛି।

ସେହିପରି ଟିକେଟ ବିକ୍ରି ଏବଂ ସୁରକ୍ଷା ନନ୍ଦନକାନନ ପ୍ରାଧିକରଣ ଦ୍ବାରା ବ୍ୟବସ୍ଥା କରାଯିବ । ନନ୍ଦନକାନନର ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖ୍ ଟଏ ଟ୍ରେନ୍ ଟ୍ରାକ୍ ଚାରିପାଖରେ 12 ହେକ୍ଟରରୁ ଅଧିକ ଖୋଲା ସ୍ଥାନରେ ବାଡ ଦିଆଯାଇଅଛି ଏବଂ ଉତ୍ତମ ଦୃଶ୍ୟ ପାଇଁ ତୃଣଭୋଜୀ ପ୍ରାଣୀଙ୍କୁ ବୁଲିବା ପାଇଁ ଛଡାଯିବାର ମଧ୍ୟ ଯୋଜନା ରଖାଯାଇଛି 67ତମ ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ଏହି ସୁବିଧା ଆସନ୍ତା ଶୁକ୍ରବାର ଦିନ ଏହା ଉଦଘାଟନ କରାଯିବ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.