ETV Bharat / city

ବିଶ୍ୱ ପର୍ଯ୍ୟଟନ ଦିବସରେ ବାଇକ ରାଲି, ଯୋଗଦେଲେ ପର୍ଯ୍ୟଟନ ମନ୍ତ୍ରୀ - ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ

ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ ଓଡିଶା ଟୁରିଯିମ ଓ କଳିଙ୍ଗ ରାଇଡ୍ସ ପକ୍ଷରୁ ଇନ୍ଫୋସିଟି ଛକରୁ ଧଉଳି ପର୍ଯ୍ୟନ୍ତ ବାଇକ ରାଲି ଅନୁଷ୍ଠିତ । ଏହି ରାଲିର ଶୁଭାରମ୍ଭ କରିଥିଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ଆର ଯାଦବ । ମୁଖ୍ୟ ଅତିଥି ଭାବରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ଯୋଗଦେଇଥିଲେ । ଅଧିକ ପଢ଼ନ୍ତୁ

ବିଶ୍ୱ ପର୍ଯ୍ୟଟନ ଦିବସରେ ବାଇକ ରାଲି, ଯୋଗଦେଲେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର

author img

By

Published : Sep 27, 2022, 10:39 PM IST

ଭୁବନେଶ୍ବର: ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ ରାଜଧାନୀରେ ଓଡିଶା ଟୁରିଯିମ ଓ କଳିଙ୍ଗ ରାଇଡ୍ସ ପକ୍ଷରୁ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି । ଇନ୍ଫୋସିଟି ଛକରୁ ଏହି ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ଆର ଯାଦବ । ଏହି ଅବସରରେ ଓଡ଼ିଶା ପର୍ଯ୍ୟଟନ ନେଇ ଏକ ପୁସ୍ତକ ମଧ୍ୟ ଉନ୍ମୋଚନ କରାଯାଇଛି ।

ବିଶ୍ୱ ପର୍ଯ୍ୟଟନ ଦିବସରେ ବାଇକ ରାଲି, ଯୋଗଦେଲେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର

ଆଜି ହେଉଛି 'ବିଶ୍ବ ପର୍ଯ୍ୟଟନ ଦିବସ' । ଚଳିତ ବର୍ଷର ଓଡ଼ିଶା ଟୁରିଜିମର ଥିମ୍ ରହିଛି 'ରି ଥିଙ୍କିଙ୍ଗ ଟୁରିଜିମ' (Rethinking Tourism) । ପ୍ରତି ବର୍ଷ ସେପ୍ଟେମ୍ବର ୨୭ ତାରିଖକୁ ପର୍ଯ୍ୟଟନ ଦିବସ ଭାବେ ପାଳନ କରାଯାଏ । ବିଶ୍ବର କୋଣ ଅନୁକୋଣରେ ଥିବା ପର୍ଯ୍ୟଟନସ୍ଥଳୀ ଗୁଡିକ ବିଷୟରେ ଲୋକଙ୍କୁ ଅବଗତ କରିବା ସହ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ପ୍ରତ୍ୟେକ ଦେଶର ପର୍ଯ୍ୟଟନସ୍ଥଳୀ ହିଁ ତାର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ । ପର୍ଯ୍ୟଟନ ସ୍ଥଳୀ ହିଁ ଏହାର ପରିଚୟ ହୋଇଥାଏ । ବିଶ୍ବର ପ୍ରତ୍ୟେକ ଦେଶର ଆର୍ଥିକ ବିକାଶ ପାଇଁ ପର୍ଯ୍ୟଟନ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହାକୁ ଦୃଷ୍ଟିରେ ରଖି ବିଶ୍ବ ପର୍ଯ୍ୟଟନ ଦିବସ ପ୍ରତିବର୍ଷ ପାଳନ କରାଯାଏ ।

ଏହା ମଧ୍ୟ ପଢ଼ନ୍ତୁ...World Tourism Day 2022: ବାଲୁକା କଳାରେ ବିଶ୍ବ ପର୍ଯ୍ୟଟନ ଦିବସର ଶୁଭେଚ୍ଛା

ତେବେ ଏହି ଦିବସ ଅବସରରେ ଆଜି (ମଙ୍ଗଳବାର) ଭୁବନେଶ୍ବରରେ ଓଡିଶା ଟୁରିଯିମ ଓ କଳିଙ୍ଗ ରାଇଡ୍ସ ପକ୍ଷରୁ ଏକ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ ବାଇକ ସାମିଲ ଥିଲା । ଇନ୍ଫୋସିଟି ଛକରୁ ଏହି ବାଇକ ରାଲିକୁ ଫ୍ଲାଗ ଅଫ କରି ଶୁଭାରମ୍ଭ କରିଥିଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ପର୍ଯ୍ୟଟନ ବିଭାଗ ନିଦ୍ଦେର୍ଶକ ସଚିନ ଆର ଯାଦବ । ତେବେ ଏହି ବାଇକ ରାଲି ଧଉଳି ଶାନ୍ତିସ୍ତୂପ ନିକଟରେ ପହଞ୍ଚିବା ପରେ ସେଠାରେ ଏକ ଉତ୍ସବର ଆୟୋଜନ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ଯୋଗଦେଇ ଓଡ଼ିଶା ଟୁରିଜିମକୁ ଆହୁରି ବିକାଶ କରାଯିବା ନେଇ ବିଭିନ୍ନ ଉଦ୍ୟମ କରାଯାଉଥିବା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.