ବାଲେଶ୍ବର: ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତକୁ ନେଇ ଗୁରୁବାର ବିଧାନସଭାରେ ବିରୋଧୀଙ୍କ ଜବରଦସ୍ତ ହଙ୍ଗାମା । ଗୃହ ଭିତରେ ବିଧାୟକ ମନ୍ତ୍ରୀଙ୍କ ବିବୃତି ଦାବି କରିଥିବା ବେଳେ ଗୃହ ବାହାରେ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଚାହିଁଛନ୍ତି । ଫଳରେ ଏହି ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିଛି ।
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି ପ୍ରସଙ୍ଗ ଉଠାଇ ପର୍ଯ୍ୟଟନ ମନ୍ତ୍ରୀଙ୍କ ଉପରେ ହମଲା କରିଥିଲେ । ପ୍ରଶ୍ନ କରିଥିଲେ ମନ୍ତ୍ରୀ ସରକାରୀ ଖର୍ଚ୍ଚରେ ନିଜ ଅତିଥି ସେବା କରିଛନ୍ତି । ମନ୍ତ୍ରୀ ଏହାକୁ ନେଇ କହିଛନ୍ତି ସେ କୌଣସି ସରକାରୀ ଅର୍ଥ ଖର୍ଚ୍ଚ କରିନାହାଁନ୍ତି ।
ଅନ୍ୟପଟେ ମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତର ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ଯାହାକୁ ନେଇ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଅଡୁଆ ବଢିବାରେ ଲାଗିଛି ।
ଭୁବନେଶ୍ବରରୁ ଅଜିତ୍ ଦାଶ ଏବଂ ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ