ETV Bharat / city

ରାତି ପାହିଲେ ସ୍ବାୟତ୍ତ ଶାସନ ଦିବସ, ବିଏମସି କାର୍ଯ୍ୟକାରିତାକୁ ନେଇ ଉଠୁଛି ପ୍ରଶ୍ନ

ରାତି ପାହିଲେ ଭୁବନେଶ୍ବର ମହାନଗର ନିଗମ ପାଳନ କରିବ ସ୍ବାୟତ୍ତ ଶାସନ ଦିବସ। ଏହା ପୂର୍ବରୁ ବିପର୍ଯ୍ୟସ୍ଥ ଡ୍ରେନେଜ ବ୍ୟବସ୍ଥା, ରାସ୍ତାଘାଟ ସମସ୍ୟା, ଟ୍ରାଫିକ, ଜଳବନ୍ଦୀ ସମସ୍ୟା ସହ ସ୍ବଚ୍ଛତାକୁ ନେଇ ଉଠିଛି ପ୍ରଶ୍ନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 30, 2019, 9:18 PM IST

ଭୁବନେଶ୍ବର: ରାତି ପାହିଲେ ଭୁବନେଶ୍ବର ମହାନଗର ନିଗମ ପାଳନ କରିବ ସ୍ବାୟତ୍ତ ଶାସନ ଦିବସ । ଏହା ପୂର୍ବରୁ ବିପର୍ଯ୍ୟସ୍ଥ ଡ୍ରେନେଜ ବ୍ୟବସ୍ଥା, ରାସ୍ତାଘାଟ ସମସ୍ୟା, ଟ୍ରାଫିକ, ଜଳବନ୍ଦୀ ସମସ୍ୟା ସହ ସ୍ବଚ୍ଛତାକୁ ନେଇ ଉଠିଛି ପ୍ରଶ୍ନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପ୍ରତିବର୍ଷ ସ୍ବାୟତ୍ତ ଶାସନ ଦିବସରେ ବିଭାଗୀୟ ଅଧିକାରୀ ଅନେକ ଗୋଲାପୀ ଚିତ୍ର ଦେଖାଉଥିବାବେଳେ ଏହାର ବାସ୍ତବତା ପ୍ରଶ୍ନର ପାହାଡ ଛିଡା କରୁଛି । 6 କୋଟି ଟଙ୍କା ବ୍ୟୟରେ ହେଉଥିବା ଜୟଦେବ ବିହାର ଡ୍ରେନ ଏହାର ଜ୍ବଳନ୍ତ ଉଦାହରଣ ପାଲଟିଛି । 2017ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଏପର୍ଯ୍ୟନ୍ତ ସରିନଥିବାରୁ ଡ୍ରେନକୁ ନେଇ ଚିନ୍ତା ବଢିଛି ।

ସେପଟେ ବିଏମସିରେ ଅନେକ ପ୍ରକଳ୍ପ ଆରମ୍ଭ ହେଉଛି। ହେଲେ କୌଣସିଟି ବି ସମ୍ପୂର୍ଣ୍ଣ ହେଉନାହିଁ। ଯଦି ବିଏମସି କର୍ତ୍ତୃପକ୍ଷ ଏହାକୁ ଖାମଖିଆଲ ମନୋଭାବ ପୋଷଣ ନକରି ଅଗ୍ରାଧିକାର ଦିଅନ୍ତେ ତେବେ ଏହା ସଫଳ ହୁଅନ୍ତା ବୋଲି ବିଡିଏ ଟାଉନ ପ୍ଲାନର ପୀୟୂଷ ରଞ୍ଜନ ରାଉତ କହିଛନ୍ତି।

ସେହିପରି ବିଏମସି କୌଣସି କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରୁନାହିଁ। ଟୋପାଏ ବର୍ଷାରେ ଡଙ୍ଗା ଭାସୁଛି ଓ କାର ବୁଡିଯାଉଛି ବୋଲି ରାଜଧାନୀବାସୀ କହୁଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ସ୍ୱାୟତ ଶାସନ ଦିବସର ଫମ୍ପା ଘୋଷଣା।

Body:ରାତି ପହିଲେ ଭୁବନେଶ୍ୱର ମହାନଗର ନିଗମ ପାଳନ କରିବ ସ୍ୱାୟତ ଶାସନ ଦିବସ।ଅନେକ ଗୋଲାପୀ ଚିତ୍ର ଦେଖାଉଛନ୍ତି ବିଭାଗୀୟ ଅଧିକାରୀ ,ହେଲେ ବାସ୍ତବ ଉପଲବ୍ଧି କରିପାରୁନାହାନ୍ତି ଭୁବନେଶ୍ୱର ବାସିନ୍ଦା।।ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା,କ୍ରମାଗତ ଭାବେ ଭୁଶୁଡି ପଡୁଥିବା ରାସ୍ତା ଘଟ ସମସ୍ୟା ,ଟ୍ରାଫିକ, ଜଳବନ୍ଦୀ ସମସ୍ୟା ,ସ୍ୱଚ୍ଛତା କୁ ନେଇ ଉଠିଛି ପ୍ରଶ୍ନ କାରଣ ଅତୀତରେ ଏମିତି ଅନେକ ଗୋଲାପୀ ସ୍ୱପ୍ନ ଦେଖାଇଛନ୍ତି ବିଏମସି କତ୍ତୃପକ୍ଷ ହେଲେ କାର୍ଯ୍ୟ ହୁଏନା।ନିଗମ ବାସିନ୍ଦାଙ୍କ ଅଭିଯୋଗ ଏହା କେବଳ ଘୋଷଣା ଓ ଫଳକରେ ସୀମିତ।ଟାଉନ ପ୍ଲାନରଙ୍କ ମତରେ ଯାହା ଯୋଜନା କରାଯାଉଛି ତାକୁ କାର୍ଯ୍ୟନ୍ଵୟନ କରାଯିବା ଅବଶ୍ୟକତା ରହିଛି।ଲମ୍ବା ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯୋଜନା ପ୍ରଣୟନ ହେବା ଉଚିତ।ତେବେ ବିଭାଗୀୟ ଅଧିକାରୀଙ୍କ ମତରେ କୌଣସି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ପାଇଁ ସମୟ ଲାଗିବ।ପ୍ରକଳ୍ପ କାର୍ଯ୍ୟ ଚାଲୁରହିଛି,କିଛି ଦିନ ଭିତରେ ସୁଫଳ ଲୋକଙ୍କୁ ମିଳିବ।

ଅଗଷ୍ଟ ୩୧ ତାରିଖରେ ରାଜଧାନୀ ପାଳନ କରିବ ସ୍ୱାୟତ ଶାସନ ଦିବସ। ,ଦୀର୍ଘ ବର୍ଷ ଧରି ପାଳନ କରୁଛି।ଏହା ଭିତରେ ଜନସଂଖ୍ୟା ପହଂଚିଛି ଏବେ ୧୨ ଲକ୍ଷରୁ ଅଧିକ,ସେହି ଅନୁସାରେ ସହରର ପରିସୀମା ମଧ୍ୟ ବୃଦ୍ଧି ପାଇଛି।ଏବଂ ଲୋକଙ୍କ ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇଛି।ଏହାକୁ ଦୃଷ୍ଟିରେ ରଖି ୨୦୧୭ ରେ ବିଏମସି ପ୍ରାୟ ୫୩ ଟି ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନା ହୋଇଥିଲା।ହେଲେ ଦୁଃଖର କଥା ହେଲା କି ଦୁଇ ବର୍ଷ ବିତିଯାଇଥିଲେ ବି ୬ କୋଟି ଟଙ୍କା ବ୍ୟୟରେ ଜୟଦେବ ବିହାର ଡ୍ରେନର ସମ୍ପୂର୍ଣ୍ଣ କାର୍ଯ୍ୟ ସାରିପାରିଲା ନାହିଁ।ବର୍ଷା ଦିନ ହେଲେ ଭୁବନେଶ୍ୱର ବାସୀଙ୍କୁ ଡ୍ରେନ ଚିନ୍ତା ଘାରୁଛି।

୨୦୧୭ ମସିହା ଅଗଷ୍ଟ ୩୧ତାରିଖରେ ବିଏମସି ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ଜନକଲ୍ୟାଣ ଯୋଜନାରେ ରାସ୍ତା ଘାଟ,ଡ୍ରେନେଜ,ଉଦ୍ୟାନ,ସ୍ୱଚ୍ଛତା ନେଇ ମାଳ ମାଳ ମନ୍ତ୍ରୀ,ବିଧାୟକ ଏବଂ ଖୋଦ ମୁଖ୍ୟମନ୍ତ୍ରୀ ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।ହେଲେ ଦୁଇ ବର୍ଷ ବିତିଯାଇଥିଲେ ବି ଗୋଲାପୀ ସ୍ୱପ୍ନ ସାକାର ହେଲା ନାହିଁ,ସ୍ମାର୍ଟସିଟି ବୋଲାଉଥିବା ଭୁବନେଶ୍ୱରରେ କେତେବେଳେ ଅସରାୟ ବର୍ଷାହେଲେ ଡଙ୍ଗା ଚଳିବା ପରିସ୍ଥିତି ସୃଷ୍ଟି ହେଉଛି ତ କେତେବେଳେ ଡ୍ରେନରେ ଭାସି ବୃଦ୍ଧାର ମୃତ୍ୟୁ ହେଉଛି।ଏହାର ନଗ୍ନ ଚିତ୍ର ଖୁବ ଭୟଙ୍କର।

ବିଏମସି ସିଟି ଇଂଜିନିୟର ଦେବସୁନ୍ଦର ମହାପାତ୍ରଙ୍କ ସୂଚନା ଅନୁସାରେ ୨୦୧୭ ମସିହା ସ୍ୱାୟତ ଶାସନ ଦିବସରେ ମୋଟ ୫୩ ଟି ପ୍ରକଳ୍ପ ମଧ୍ୟରୁ ୩୩ ଟି ଶୁଭ ଉଦଘାଟନ ହୋଇଥିଲା ଏବଂ ୨୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା।ଅନେକ କାମ ସାରିଯାଇଥିବା ବେଳେ ,ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୬ କୋଟି ଟଙ୍କାରେ ଜୟଦେବ ବିହାର ଡ୍ରେନର କାର୍ଯ୍ୟ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନାହିଁ।

ବିଏମସିରେ ଅନେକ ପ୍ରକଳ୍ପ ଆରମ୍ଭ ହେଉଛି।ହେଲେ କୌଣସିଟି ବି ସମ୍ପୂର୍ଣ୍ଣ ହେଉନାହିଁ। ବହୁତ ନୂତନ କାର୍ଯ୍ୟକ୍ରମ ଆରମ୍ଭହେଲା ପରେ ସେମିତି ରହିଯାଏ।ଯଦି ବିଏମସି କତ୍ତୃପକ୍ଷ ଏହାକୁ ଖାମଖିଆଲ ମନୋଭାବ ପୋଷଣ ନକରି ଅଗ୍ରାଧିକାର ଦିଅନ୍ତେ ତେବେ ଏହା ସଫଳ ହୁଅନ୍ତା ବୋଲି ବିଡିଏ ଟାଉନ ପ୍ଲାନର ପୀୟୂଷ ରଞ୍ଜନ ରାଉତ କହିଛନ୍ତି।

ସେପଟେ ସାଧାରଣ ଲୋକଙ୍କ ମତରେ ବିଏମସି କୌଣସି କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରୁନାହିଁ।ଟୋପାଏ ବର୍ଷାରେ ଡଙ୍ଗା ଭାସୁଛି ଓ କାର ବୁଡିଯାଉଛି।ରାସ୍ତାଘାଟ ଅବସ୍ଥା କହିଲେ ନସରେ।ମାଳ ମାଳ ପ୍ରତିଶ୍ରୁତି କିନ୍ତୁ କାମ କମ।

୨୦୧୭ ମସିହା ସ

Conclusion:ଯୋଜନା ପ୍ରଣୟନ ହେବା ଏବଂ ତାର କାର୍ଯ୍ୟନ୍ଵୟନ କରିବା ଏକ ନିୟମିତ ପ୍ରକ୍ରିୟା ,କିନ୍ତୁ ଲୋକଙ୍କୁ ଲମ୍ବା ସମୟଧରି କେବଳ ଗୋଲାପୀ ଚିତ୍ର ଦେଖେଇବାର ପ୍ରତିଫଳନ ହିଁ ଦେଖିବାକୁ ମିଳୁଛି ଭୁବନେଶ୍ୱର ମହାନଗର ନିଗମର କାର୍ଯ୍ୟଧାରାରେ ।ଏହା ସାଧାରଣ ଲୋକଙ୍କ ପାଇଁ ନିଗମର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.