ETV Bharat / city

ଅଧାରେ ଅଟକିଲା ରୁକୁଣା ରଥ - police

ପ୍ରଶାସନ ପକ୍ଷରୁ ନିର୍ଘଣ୍ଟ ସମୟ ଅନୁସାରେ ରଥଯାତ୍ରା ସମ୍ପନ୍ନ ହେବାକୁ ସ୍ଥିରୀକୃତ ହୋଇଥିଲେ ସୁଦ୍ଧା ଗତକାଲି ରଥ ରାମେଶ୍ୱର ନିକଟସ୍ଥ ରଥଖଳାରେ ପହଞ୍ଚି ପାରିନଥିଲା। ତେଣୁ ଆସନ୍ତାକାଲି ରଥକୁ ରଥଖଳାରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Apr 14, 2019, 9:24 PM IST

ଭୁବନେଶ୍ୱର:ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ଶନିବାର ଅଶୋକାଷ୍ଟମୀ ଅବସରରେ ଅନୁଷ୍ଠିତ ହୋଇଥିଲା। ପ୍ରଶାସନ ପକ୍ଷରୁ ନିର୍ଘଣ୍ଟ ସମୟ ଅନୁସାରେ ରଥଯାତ୍ରା ସମ୍ପନ୍ନ ହେବାକୁ ସ୍ଥିରୀକୃତ ହୋଇଥିଲେ ସୁଦ୍ଧା ଗତକାଲି ରଥ ରାମେଶ୍ୱର ନିକଟସ୍ଥ ରଥଖଳାରେ ପହଞ୍ଚି ପାରିନଥିଲା।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ତେଣୁ ରବିବାର ପ୍ରଶାସନ ପକ୍ଷରୁ ପୋଲିସ କର୍ମୀ ଓ ସେବାୟତଙ୍କ ସହାୟତାରେ ଅପରାହ୍ନ ସାଢେ 3ଟା ସମୟରେ ରଥ ଟଣା ଆରମ୍ଭ ହୋଇଥିଲା। ଅସହ୍ୟ ଗରମ ଓ ଲୋକଙ୍କ ଅଭାବ ଯୋଗୁଁ ରବିବାର ମଧ୍ୟ ରଥ ସନ୍ଧ୍ୟା ପୂର୍ବରୁ ଖଳାରେ ପହଞ୍ଚି ପାରିନାହିଁ। ରବିବାର ସନ୍ଧ୍ୟା 6ଟା 45 ସୁଦ୍ଧା ଅନେକ ଚେଷ୍ଟା ସତ୍ତ୍ୱେ ରଥ ଖଳାର 200 ମିଟର ଦୂରରେ ରଥ ଅଟକି ଯାଇଥିଲା।

ତେବେ ଆସନ୍ତାକାଲି ରଥକୁ ରଥଖଳାରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:

DFVDVFFVBGFB

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.