ଭୁବନେଶ୍ବର: ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେ 707 । ରାଜ୍ୟର ସର୍ବାଧିକ ଆରୋଗ୍ୟ କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ହୋଇଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।
ସାରା ରାଜ୍ୟର ବିଭିନ୍ନ କୋଭିଡ ସେଣ୍ଟରରେ ଚିକିତ୍ସିତ ହେଉଥିବା କୋରୋନା ଆକ୍ରାନ୍ତ ମାନଙ୍କ ମଧ୍ୟରୁ ରାଜ୍ୟରୁ ରବିବାର 707 ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଥିବା ଜିଲ୍ଲା ଗୁଡିକ ହେଲା କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧୀକ 65 ଜଣ ଲେଖାଁଏ ସୁସ୍ଥ ହୋଇଛି । ସେହିପରି କେନ୍ଦୁଝରର 58,ମୟୂରଭଞ୍ଜରୁ 48,ଅନୁଗୋଳ 46, ଜଗତସଂହପୁର 42,କଳାହାଣ୍ଡି 37, ନୂଆପଡାରୁ 37, ସମ୍ବଲପୁର 35,ସୁନ୍ଦରଗଡ 35,ବାଲେଶ୍ବର 33, କେନ୍ଦ୍ରାପଡା 29, ବଲାଙ୍ଗୀର 21,ଯାଜପୁର 21, ଭଦ୍ରକ 19, ଝାରସୁଗୁଡା 14,ଢେଙ୍କାନାଳ 13, ବରଗଡ 12, ଗଞ୍ଜାମ 11,କୋରାପୁଟର 10 ଜଣ ସୁସ୍ଥ ହୋଇ ଫେରିଛନ୍ତି ।
ସେହିପରି ପୁରୀରୁ 9,ଦେଓଗଡ 8,କନ୍ଧମାଳ 6,ନବରଙ୍ଗପୁର 5,ମାଲକାନଗିରି 3,ନୟାଗଡ 3, ସୋନପୁର 3,ବୌଦ୍ଧ 2,ରାୟଗଡା 2 ଓ ଷ୍ଟେଟ ପୋଲରୁ 15 ଜଣ ଆରୋଗ୍ୟ ହୋଇ ଫେରିଛନ୍ତି । ସାରା ରାଜ୍ୟରେ ବର୍ତ୍ତମାନ କୋରୋନା ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ଘଟି 311256 ରେ ପହଞ୍ଚିଛି ।
ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ