ETV Bharat / city

ଆଜି ଚିତାଲାଗି ଅମାବାସ୍ୟା - ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୁଏ ଚିତାଲାଗି ଅମାବାସ୍ୟ

ଆଜି ହେଉଛି ଚିତାଲାଗି ଅମାବାସ୍ୟା । ଶ୍ରାବଣ ମାସ ଅମାବାସ୍ୟା ତିଥିରେ ଏହି ପର୍ବ ପାଳିତ ହୋଇଥାଏ । ଧାର୍ମିକ ଦୃଷ୍ଟିରୁ ଏହା ଜଗନ୍ନାଥଙ୍କୁ କେନ୍ଦ୍ର କରି ପାଳିତ ହୋଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ତିନିଠାକୁରଙ୍କ ମସ୍ତକରେ ଚିତାଲାଗି କରାଯାଇଥାଏ । ଯାହା ଆଗାମୀବର୍ଷ ସ୍ନାନପୂର୍ଣ୍ଣିମା ପର୍ଯ୍ୟନ୍ତ ଲାଗି ରହିଥାଏ ।

ଫାଇଲ ଫଟୋ
author img

By

Published : Aug 1, 2019, 8:22 AM IST

Updated : Aug 1, 2019, 11:31 AM IST

ଭୁବନେଶ୍ବର: ଆଜି ହେଉଛି ଚିତାଲାଗି ଅମାବାସ୍ୟା । ଓଡିଶାର ହିନ୍ଦୁ ପର୍ବପର୍ବାଣୀରେ 12 ମାସରେ ପାଳିତ ହେଉଥିବା 13 ପର୍ବ ମଧ୍ୟରୁ ଏହା ହେଉଛି ଆଉ ଏକ ଗଣପର୍ବ । ଶ୍ରାବଣ ମାସର ଅମାବାସ୍ୟା ତିଥିରେ ଏହି ପର୍ବ ପାଳିତ ହୋଇଥାଏ ।

ଚିତାଲାଗି ଅମାବାସ୍ୟ ଉଭୟ ଧାର୍ମିକ ଓ କୃଷିଭିତ୍ତିକ ଅଟେ । ଧାର୍ମିକ ଦୃଷ୍ଟିରୁ ଏହା ଜଗନ୍ନାଥଙ୍କୁ କେନ୍ଦ୍ର କରି ପାଳିତ ହୋଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ମସ୍ତକରେ ହୀରାଖଚିତ ଧଳାଚିତା, ଶ୍ରୀବଳଭଦ୍ରଙ୍କ ମସ୍ତକରେ ନୀଳାଖଚିତ ନୀଳଚିତା ଏବଂ ଦେବୀ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ ନାଲିଚିତା ଲାଗି କରାଯାଏ । ପରମ୍ପରା ଓ ବିଧି ମୁତାବକ ପତିମହାପାତ୍ର ସେବାୟତ ଏହି ଚିତାକୁ ସଂସ୍କାର କରିବା ପରେ ଦଇତାପତି ସେବାୟତ ଚତୁର୍ଦ୍ଧାବିଗ୍ରହଙ୍କ ମସ୍ତକରେ ଏହାକୁ ପରିଧାନ କରିଥାନ୍ତି । ତେବେ ଏହି ଚିତା ଶ୍ରୀବିଗ୍ରହଙ୍କ ମସ୍ତକରେ ଆଗାମୀବର୍ଷ ସ୍ନାନପୂର୍ଣ୍ଣିମା ପର୍ଯ୍ୟନ୍ତ ଲାଗି ରହିଥାଏ ।

ସେହିପରି ଏହି ଦିନରେ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କୁ ମଧ୍ୟ ଚିତଉ ଏବଂ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ । ତେବେ ଏହି ପ୍ରଥା ଶବର ପରମ୍ପରାରୁ ପାଳିତ ହୋଇଆସୁଛି । ଚିତଉ ଅମାବାସ୍ୟାରେ ଚିତଉ ପିଠା କରି ଜୀବଜନ୍ତୁଙ୍କୁ ଖୁଆଇ ସନ୍ତୁଷ୍ଟ କରିବାର ପରମ୍ପରା ରହିଛି । ଏହି ଅମାବାସ୍ୟା ଅନେକ ସ୍ଥାନରେ 'ଗେଣ୍ଡେଇକଟା ଓଷା' ନାମରେ ମଧ୍ୟ ପରିଚିତ।

Intro:ହାତୀ ଆକ୍ରମଣରେ ମହିଳା ମୃତ । କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ ।Body:ହାତୀ ଆକ୍ରମଣରେ ଯାଉଛି ଜୀବନ । ଅନୁଗୋଳ ଜିଲା ରେ ଥମୁନି ହାତୀ ଆକ୍ରମଣ । ଆଜି ପୁଣି ହାତୀ ଆକ୍ରମଣରେ ଜଣଙ୍କ ଜୀବନ ଯାଇଛି ।ତାଙ୍କ ନାଁ ମଞ୍ଜୁ ଲତା ସାହୁ । ଜିଲ୍ଲାର ହଣ୍ଡାପା ବନାଞ୍ଚଳ ପ୍ରତାପ ପୁର ଗାଁ ରେ ଘଟିଛି ଏହି ଘଟଣା । ବଢି ଭୋରୁ ମଞ୍ଜୁ ପାଖ ଜଙ୍ଗଲ କୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡି ଯାଇଥିଲେ। ଘଟଣା ସ୍ଥଳରେ ହାତୀ ତାଙ୍କୁ କଚାଡି ମାରିଥିଲା
। ମାରିବା ପରେ ମଧ୍ୟ ଅନେକେ ସମୟ ଧରି ହାତୀ ମୃତ ପାଖରେ ରହିଥିଲା । ସେପଟେ ମଞ୍ଜୁ ଲତା ଙ୍କ ପରିବାରକୁ କ୍ଷତିପୂରଣ ଓ ହାତୀ ଦାଉରୁ ତାଙ୍କ ଅଞ୍ଚଳକୁ ସୁରକ୍ଷା ଦାବି କର ଲୋକେ ଜାତୀୟ ରାଜପଥ ଅବରାଧ କରିଛନ୍ତି । ଫଳରେ 55 ନଂ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି ।Conclusion:ଘଟଣା ସ୍ଥଳରେ ପୋଲିସ କିମ୍ବା ବନ ବିଭାଗ ପହଞ୍ଚି ନଥିବାରୁ ଉତ୍ତେଜନା ମୁକଲ ପରିସ୍ଥି ଦେଖା ଦେଇଥିଲା ।
Last Updated : Aug 1, 2019, 11:31 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.