ETV Bharat / city

ଆଜି ଉତ୍କଳର ବିନ୍ଧାଣୀ ହରେକୃଷ୍ଣ ମହତାବଙ୍କ ପୂଣ୍ୟତିଥି - ଆଜି ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧବାର୍ଷିକୀ

ଓଡିଶାର ଜଣେ ଅଗ୍ରଣୀ ରାଜନେତା, ଲେଖକ ତଥା ସ୍ବାଧୀନ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଏବଂ ଆଧୁନିକ ଓଡିଶାର ନିର୍ମାତା । ରାଜନୀତି, ସାହିତ୍ୟ, ସାମ୍ବାଦିକତା, ସର୍ବୋପରି ଆଧୁନିକ ଓଡିଶାର ନିର୍ମାଣରେ ତାଙ୍କ ଭୂମିକା ଥଲା ଗୁରୁତ୍ବପୂର୍ଣ୍ଣ । ରାଜ୍ୟରେ ପ୍ରଥମ ଓଡିଆ ରାଜ୍ୟପାଳ ଭାବେ ଆସନ ଅଳଙ୍କୃତ କରିଥିଲେ ସେ । ଆଜି ଏହି ମହାନ ବ୍ୟକ୍ତିତ୍ବଙ୍କ ପୂଣ୍ୟତିଥି (Harekrushna mahatab death anniversary)। ଅଧିକ ପଢନ୍ତୁ

ଆଧୁନିକ ଉତ୍କଳର ବିନ୍ଧାଣୀ ହରେକୃଷ୍ଣ ମହତାବଙ୍କ ପୂଣ୍ୟତିଥିରେ ପ୍ରଣାମ

author img

By

Published : Jan 2, 2022, 9:24 AM IST

Updated : Jan 5, 2022, 6:45 AM IST

ହାଇଦ୍ରାବାଦ: ହରେକୃଷ୍ଣ ମହତାବ କେବଳ ନାଁ ହିଁ ଥିଲା ଅନେକଙ୍କ ପାଇଁ ପ୍ରେରଣା । ଓଡିଶାର ଜଣେ ଅଗ୍ରଣୀ ରାଜନେତା, ଲେଖକ ତଥା ସ୍ବାଧୀନ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଏବଂ ଆଧୁନିକ ଓଡିଶାର ନିର୍ମାତା । ରାଜନୀତି, ସାହିତ୍ୟ, ସାମ୍ବାଦିକତା, ସର୍ବୋପରି ଆଧୁନିକ ଓଡିଶାର ନିର୍ମାଣରେ ତାଙ୍କ ଭୂମିକା ଥଲା ଗୁରୁତ୍ବପୂର୍ଣ୍ଣ । ରାଜ୍ୟରେ ପ୍ରଥମ ଓଡିଆ ରାଜ୍ୟପାଳ ଭାବେ ଆସନ ଅଳଙ୍କୃତ କରିଥିଲେ ସେ । ଆଜି ଏହି ମହାନ ବ୍ୟକ୍ତିତ୍ବଙ୍କ ପୂଣ୍ୟତିଥି (Harekrushna mahatab death anniversary)।

୧୮୯୯ ମସିହା ନଭେମ୍ବର ୨୧ରେ ଦିନରେ ଭଦ୍ରକ ଜିଲ୍ଲା ଆଗରପଡାରେ ଜନ୍ମଗ୍ରହଣ କରିଥିଲେ ଉତ୍କଳର ଏହି ସୁପୁତ୍ର । ତାଙ୍କ ପିତାଙ୍କ ନାମ କୃଷ୍ଣ ଚରଣ ମହତାବ ଓ ମାତାଙ୍କ ନାମ ତୋହଫା ଦେବୀ ଥିଲା । ମାଟ୍ରିକ ପଢା ସାରି ରେଭେନ୍ସାରେ ନାମ ଲେଖାଇଥିଲେ । ସେଠାରୁ ସେ ପାଠପଢା ଛାଡି ୧୯୨୯ ରେ ସ୍ବାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । ୧୯୨୩-୨୪ ମଧ୍ୟରେ ଓଡିଶା ପ୍ରଜା ଆନ୍ଦୋଳନର ନେତୃତ୍ବ ନେଇ ଜେଲ୍ ଯାଇଥିଲେ । ଏହାପରେ ପୁନର୍ବାର ୧୯୩୦-୩୧ରେ ବାଲେଶ୍ବରର ଇଞ୍ଚୁଡ଼ି ଠାରେ ଲବଣ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ ଆନ୍ଦୋଳନକୁ ପରିଚାଳନା କରି ଦୁଇ ଥର କାରାବରଣ କରିଥିଲେ । ତାଙ୍କ ମହାନ୍ କାର୍ଯ୍ୟ ପାଇଁ ତାଙ୍କୁ ଉତ୍କଳ କେଶରୀ ଆଖ୍ୟା ଦିଆଯାଇଥିଲା ।

୧୯୩୭ ରେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସମିତିରେ ଯୋଗଦାନ କରିଥିଲେ । ୧୯୪୬ ରୁ ୧୯୫୦ ଏବଂ ପରେ ୧୯୫୬ ରୁ ୧୯୬୧ ପର୍ଯ୍ୟନ୍ତ ଓଡିଶାର ମୁଖ୍ୟମନ୍ତ୍ରୀ ଥିଲେ । ୧୯୫୫-୫୬ରେ ସେ ବମ୍ବେ ରାଜ୍ୟର ରାଜ୍ୟପାଳ ହୋଇଥିଲେ । ୧୯୬୨ ରେ ଅପ୍ରତିଦ୍ବନ୍ଦୀ ଭାବେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ମୁଖ୍ୟମନ୍ତ୍ରୀ କାଳରେ ଗଡ଼ଜାତ ମିଶ୍ରଣ, ଭୁବନେଶ୍ବରରେ ନୂଆ ରାଜଧାନୀ ପ୍ରତିଷ୍ଠା, ଓଡ଼ିଶା ଟେକ୍ସଟାଇଲ ମିଲ ପ୍ରତିଷ୍ଠା, କଟକରେ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା, ବାରବାଟୀ ଷ୍ଟାଡିୟମ ନିର୍ମାଣ ଓ ହୀରାକୁଦ ବନ୍ଧ ନିର୍ମାଣରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ସେ 'ପ୍ରଜାତନ୍ତ୍ର' ଦୈନିକ ଖବରକାଗଜ ପ୍ରତିଷ୍ଠା କରିଥିଲେ । ତାଙ୍କ ସାହିତ୍ୟ ପତ୍ରିକା ଝଙ୍କାର ଓଡିଆ ସାହିତ୍ୟକୁ ପ୍ରଗତି ପଥେ ଆଗେଇ ନେଇଛି ।

ପ୍ରାୟ ଅର୍ଦ୍ଧ ଶତାଦ୍ଧୀ ଧରି ଓଡିଶା ରାଜନୀତିକୁ ପ୍ରଭାବିତ କରିଥିବା ବ୍ୟକ୍ତି ହେଲେ ହରେକୃଷ୍ଣ ମହତାବ । ତାଙ୍କ ରଚିତ ଗଳ୍ପ, କବିତା, ଉପନ୍ୟାସ ଆଜି ବି ଲୋକଙ୍କ ମନରେ ବସିଛି । ତାଙ୍କର କୃତି ମଧ୍ୟରେ 'ପ୍ରତିଭା', 'ଅବ୍ୟାପାର', 'ନୂତନ ଧର୍ମ', 'ଟାଉଟର', 'ତୃତୀୟ ପର୍ବ' ଏବଂ 'ସାଧନାର ପଥେ' ସାହିତ୍ୟ ଜଗତକୁ ସମୃଦ୍ଧ କରିଛି । ମହତାବଙ୍କ 'ଗାଁ ମଜଲିସ' ବେଶ ଲୋକପ୍ରିୟତା ହାସଲ କରିଥିଲା । ୧୯୮୭ ଆଜିର ଦିନରେ ବ୍ୟକ୍ତିତ୍ବଙ୍କର ଦେହାନ୍ତ ହୋଇଥିଲା । ଆଜି ତାଙ୍କ ପୂଣ୍ୟତିଥିରେ ତାଙ୍କ ଅବଦାନକୁ ମନେ ପକାଉଛି ପ୍ରତିଟି ଓଡିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 5, 2022, 6:45 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.