ETV Bharat / city

ଆଜି ଶପଥ ନେବେ ହାଇକୋର୍ଟ ମୁଖ୍ୟ ବିଚାରପତି - ଆଜି ଶପଥ ନେବେ ହାଇକୋର୍ଟ ମୁଖ୍ୟ ବିଚାରପତି

ଓଡିଶା ହାଇକୋର୍ଟର 32 ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଏସ.ମୁରଲୀଧର । ଭୁବନେଶ୍ବରର ରାଜଭବନ ଅଭିଷେକ ହଲରେ ନେବେ ଶପଥ ପାଠ । ଅଧିକ ପଢନ୍ତୁ...

ଆଜି ଶପଥ ନେବେ ହାଇକୋର୍ଟ ମୁଖ୍ୟ ବିଚାରପତି
ଆଜି ଶପଥ ନେବେ ହାଇକୋର୍ଟ ମୁଖ୍ୟ ବିଚାରପତି
author img

By

Published : Jan 4, 2021, 8:12 AM IST

ଭୁବନେଶ୍ବର: ଆଜି ଶପଥ ନେବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଲୀଧର । ଭୁବନେଶ୍ବର ରାଜଭବନ ଅଭିଷେକ ହଲରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ଉତ୍ସବ । ସକାଳ 10ଟାରେ ଶପଥ ଗ୍ରହଣ ଉତ୍ସବ । ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓଡିଶା ହାଇକୋର୍ଟର 32ତମ ମୁଖ୍ୟ ବିଚାରପତିଙ୍କୁ କରାଇବେ ଶପଥ ପାଠ । ରବିବାର ଓଡିଆ ଆସି ପହଞ୍ଚିନ୍ତି ଜଷ୍ଟିସ ଏସ.ମୁରଲୀଧର ।

ପୂର୍ବରୁ ହାଇକୋର୍ଟର ପୁରୁଣା ବିଲ୍ଡିଂ ପୂର୍ବ ପାଖ ପଡିଆରେ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଏହି ବିଜ୍ଞପ୍ତିରେ ପରିବର୍ତ୍ତନ କରାଯାଇଛି।

ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିଶ କ୍ରମେ ଓ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ଆଇନ ବିଭାଗ ଏନେଇ ବିଜ୍ଞପ୍ତି ଜାରି କରିଥିଲେ । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି କରାଯାଇଛି ।

ବିଚାରପତି ଏସ ମୁରଲୀଧର 2006 ମସିହାରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ପରେ ତାଙ୍କୁ ପଞ୍ଜାବ-ହରିୟାଣା ହାଇକୋର୍ଟକୁ ବଦଳି କରାଯାଇଥିଲା ।

ଭୋପାଳ ଗ୍ୟାସ ଲିକ ଏବଂ ନର୍ମଦା ନଦୀବନ୍ଧ ବିସ୍ଥାପିତଙ୍କ ମାମଲା ଲଢି ଚର୍ଚ୍ଚାକୁ ଆସିଥିଲେ ମୁରଲୀଧର । 2006ରେ ଦିଲ୍ଲୀ ହାଇକୋର୍ଟରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ରାୟ ପ୍ରଦାନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.