ETV Bharat / city

ଶ୍ରାବଣ ମାସର ପ୍ରଥମ ସୋମବାର: ଚଳଚଞ୍ଚଳ ଲିଙ୍ଗରାଜ ମନ୍ଦିର - ଲିଙ୍ଗରାଜ ମନ୍ଦିର

ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ମଧ୍ୟ କାଉଡ଼ିଆମାନେ ମହାଦେବଙ୍କ ଉପରେ ଜଳାଭିଷେକ କରିବାକୁ ଯାତ୍ରା ଆରମ୍ଭ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 22, 2019, 2:09 AM IST

ଭୁବନେଶ୍ୱର: ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର। ମହାଦେବଙ୍କ ଉପରେ ଜଳାଭିଷେକ କରିବାକୁ ରାଜ୍ୟର ବିଭିନ୍ନ ଶୈବପୀଠ ଗୁଡିକରେ କାଉଡିଆଙ୍କ ଭିଡ ଲାଗିବ । ଏଥିପାଇଁ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ମଧ୍ୟ କାଉଡ଼ିଆମାନେ ମହାଦେବଙ୍କ ଉପରେ ଜଳାଭିଷେକ କରିବାକୁ ଯାତ୍ରା ଆରମ୍ଭ କରିଛନ୍ତି ।

ଏଥିପାଇଁ ଲିଙ୍ଗରାଜ ମନ୍ଦିରରେ ଆସିବାକୁ ଥିବା ଭକ୍ତ ଓ କାଉଡିଆଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରାବଣ ମାସର ସୋମବାରରେ ମହାଦେବ ଶିବଙ୍କୁ ଦର୍ଶନ କରି ଜଳାଭିଷେକ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ତେଣୁ ପ୍ରଥମ ପାଳିରେ ଭକ୍ତଙ୍କ ପ୍ରବଳ ଭିଡ ହେବା ଆଶଙ୍କା କରି ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ଭିଡ଼କୁ ଲକ୍ଷ ରଖି ବଡି ଭୋରରୁ ମନ୍ଦିର ପହଡ଼ ଖୋଲିବା ସହିତ ଜଳାଭିଷେକପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି।

ତେବେ ଆଜି ରାତ୍ରି ସୁଦ୍ଧା ଅନେକ ଶ୍ରଦ୍ଧାଳୁ ମନ୍ଦିର ନିକଟରେ ପହଞ୍ଚି ସକାଳକୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Intro:ଆସନ୍ତାକାଲି ହେଉଛି ଶ୍ରାବଣ ମାସର ସୋମବାର।ଯାହାକି ମହାଦେବ ଶିବଙ୍କୁ ଆରାଧନା କରିବାର ପବିତ୍ର ଦିନ ଭାବେ ସୋମବାର କୁ ଗଣାଯାଏ।ତାହା ସାଙ୍ଗକୁ ଶ୍ରାବଣ ମାସର ସୋମବାର ହୋଇଥିବାରୁ ଶ୍ରଦ୍ଧାଳୁ ମାନେ ଏହି ଦିନରେ ମହାଦେବ ଶିବଙ୍କୁ ଜଳାଭିଷେକ କଲେ ସେମାନଙ୍କ ମନସ୍କମନା ପୂର୍ଣ୍ଣହେବା ସହିତ ଅନେକ ଜୀବନ ଆନନ୍ଦମୟ ହୋଇଥାଏ ବୋଲି ବିଶ୍ୱାସ ରହିଛି।ତେଣୁ ସାରା ଭାରତବର୍ଷରେ ଶ୍ରାବଣ ମାସରେ କାଉଡ଼ିଆମାନେ ମହାଦେବଙ୍କ ଦର୍ଶନ କରି ଆଶିଷ ନେବା ପାଇଁ ଯାତ୍ରା ଆରମ୍ଭ କରିଥିବା ବେଳେ ଲିଙ୍ଗରାଜ ମନ୍ଦିରରେ ମହାଦେବଙ୍କ ଜଳାଭିଷେକ ପାଇଁ ଆସିବାକୁ ଥିବା ଭକ୍ତଂକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।

Body:ପ୍ରଥମ ପାଳି ରେ ଭକ୍ତମାନଙ୍କ ବହୁତ ଭିଡ ହେବା ଆଶଙ୍କା କରି ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ କରି ମନ୍ଦିର ଭିତରକୁ ଯାଇ ଦର୍ଶନ କରବା ବ୍ୟବସ୍ଥା କରାଯାଇଛି।ଭିଡ଼କୁ ଲକ୍ଷ ରଖି ବଡି ଭୋରରୁ ମନ୍ଦିର ପହଡ଼ ଖୋଲିବା ସହିତ ଜଳାଭିଷେକପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି।ତେବେ ଆଜି ରାତ୍ରି ସୁଦ୍ଧା ଅନେକ ଯାତ୍ରୀ ମନ୍ଦିର ନିକଟରେ ପହଞ୍ଚି ଲାଇନରେ ଜଳଭାର ରଖି ଆସନ୍ତାକାଲିକୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି।ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଏପରିକି ଓଡିଶା ବାହାରୁ ମଧ୍ୟ ଶ୍ରଦ୍ଧାଳୁମାନେ ଆସି ପହଂଚୁ ଥିବା ବେଳେ ଅନେକ ଲିଙ୍ଗରାଜ ମହାଦେବଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିବା ପାଇଁ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି।
ବାଇଟ-୧,ବାଇଟ-୨,ଶ୍ରଦ୍ଧାଳୁ
ଭୁବନେଶ୍ୱର ରୁ ଲକ୍ଷ୍ମୀକାନ୍ତ ଦାସ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.