ETV Bharat / city

Capital Establishment Diwas: ବଦଳୁଛି ରାଜଧାନୀ, ବିକାଶ ମାନଚିତ୍ରରେ ଚମକୁଛି ସହର - ରାଜଧାନୀ ପ୍ରତିଷ୍ଠା ଦିବସ

ମନ୍ଦିର ମାଳିନୀ ସହର ଭୁବନେଶ୍ବର । ଓଡିଶାବାସୀଙ୍କ ହୃଦୟର ସ୍ମାର୍ଟ ସିଟି । ରଙ୍ଗର ସହର ଭୁବନେଶ୍ବର । ବିସ୍ତୀର୍ଣ୍ଣ ସବୁଜିମା ଘଞ୍ଚ ଅଭୟାରଣ୍ୟରେ ହସି ଉଠେ ଆମ ରାଜଧାନୀ । ସହରର ସବୁଜିମା ଭରା ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆନମନା କରେ । ଅଧିକ ପଢନ୍ତୁ

ବଦଳୁଛି ରାଜଧାନୀ
ବଦଳୁଛି ରାଜଧାନୀ
author img

By

Published : Apr 13, 2022, 9:55 AM IST

Updated : Apr 14, 2022, 7:02 AM IST

ଭୁବନେଶ୍ବର: ମନ୍ଦିର ମାଳିନୀ ସହର ଭୁବନେଶ୍ବର । ଓଡିଶାବାସୀଙ୍କ ହୃଦୟର ସ୍ମାର୍ଟ ସିଟି । ରଙ୍ଗର ସହର ଭୁବନେଶ୍ବର । ବିସ୍ତୀର୍ଣ୍ଣ ସବୁଜିମା ଘଞ୍ଚ ଅଭୟାରଣ୍ୟରେ ହସି ଉଠେ ଆମ ରାଜଧାନୀ । ସହରର ସବୁଜିମା ଭରା ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆନମନା କରେ । ଅନେକ ଇତିହାସକୁ ଜାବୁଡି ଧରିଛି ରାଜଧାନୀ । 1948 ଏପ୍ରିଲ 13 ରେ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଥିଲା ଦିନଟି । ଆଜିକୁ ଠିକ 74 ବର୍ଷ ତଳେ ଜନ୍ମ ହୋଇଥିଲା ଏ ସହର । ପୁରୁଣା ଭୁବନେଶ୍ବର, କପିଳ ପ୍ରସାଦ, କପିଳେଶ୍ବର ଓ ସାମନ୍ତରାପୁର ଭଳି ଅଳ୍ପ ଅଞ୍ଚଳକୁ ନେଇ ଗଢିଉଠିଥିଲା ରାଜଧାନୀ ଭୁବନେଶ୍ବର । ପରେ ପରେ ନୂଆ ଅଞ୍ଚଳ ମିଶିବା ସହ ସହର ବଢି ଚାଲିଥିଲା ।

1952 ଅକ୍ଟୋବର ପହିଲାରେ ଭୁବନେଶ୍ବର ବିଜ୍ଞାପିତ ଅଞ୍ଚଳ ପରିଷଦ, 1979ରେ ମ୍ୟୁନିସିପାଲଟି ଏବଂ 1994ରେ ମହାନଗର ନିଗମର ମାନ୍ୟତା ପାଇଥିଲା । ସବୁ କ୍ଷେତ୍ରରେ ବିକଶିତ ଏ ସହର । ଦେଶରେ ଏକ ଅଗ୍ରଣୀ ସହର ହୋଇପାରିଛି ଭୁବନେଶ୍ବର । ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନ, ବ୍ୟବସାୟ, ଅର୍ଥନୀତି, କ୍ରୀଡା ଓ ପର୍ଯ୍ୟଟନ କ୍ଷେତ୍ରରେ ନମ୍ବର ୱାନ ହୋଇଛି ।

ଶିକ୍ଷା କ୍ଷେତ୍ରରେ ଅନେକ ସଫଳତା ହାସଲ କରିଛି । ଶିକ୍ଷା ହବ ପାଲଟିଛି ସହର । ଆରମ୍ଭରୁ ମାତ୍ର ହାତ ଗଣତି ଶିକ୍ଷାନୁଷ୍ଠାନ ଥିଲା ମାତ୍ର ସହର ବୟସ ବଢିବା ସାଙ୍ଗକୁ ମଣିଷ ତିଆରି କାରଖାନା ମଧ୍ୟ ଗଢିଉଠିଲା । ଆଇଆଇଟି, କିଟ ବିଶ୍ବବିଦ୍ୟାଳୟ, ଓୟୁଏଟି, ରମାଦେବୀ ମହିଳା ବିଶ୍ବ ବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟ ରହିଛି । ଏହି ଶିକ୍ଷାନୁଷ୍ଠାନରୁ ଅନେକ ପ୍ରତିଭା ତିଆରି ହୋଇଛନ୍ତି । ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ପଛରେ ପଡିନାହିଁ ସହର । ଉଦୟଗିରି, ଖଣ୍ଡଗିରି, ଶାନ୍ତିସ୍ତୁପ ଧଉଳି, ନନ୍ଦନକାନନ, ପ୍ଲାନେଟୋରିୟମ ଆଦିକୁ ନେଇ ଏକ ସମୃଦ୍ଧ ପର୍ଯ୍ୟଟନ ସହର ପାଳଟିଛି । ମାଳ ମାଳ ମନ୍ଦିର ପାଇଁ ତ ସହର ମନ୍ଦିର ମାଳିନୀ ସହର ଆଖ୍ୟା ପାଇଛି । 350ରୁ ଅଧିକ ପ୍ରାଚୀନ ମନ୍ଦିର ଓ ଐତିହ୍ୟ କୀର୍ତ୍ତୀରାଜି ରହିଛି ।

2018ରେ କଳିଙ୍ଗ ଷ୍ଟାଡିୟମରେ ସଫଳ ହକି ବିଶ୍ବକପ ଆୟୋଜିତ କରି ସସମ୍ତଙ୍କ ନଜରକୁ ଆସିଥିଲା । ଏହି ସଫଳତା ପାଇଁ କ୍ରୀଡା ମାନଚିତ୍ରରେ ଚମକୁଛି ଭୁବନେଶ୍ବର । 2023ରେ ପୁଣି ହକି ବିଶ୍ବକପ ଆୟୋଜିତ ହେବାକୁ ଲକ୍ଷ୍ୟ ରହିଛି । ପୁଣି ହକି ଫିବରରେ ପଡିବେ ରାଜଧାନୀବାସୀ । ସ୍ବାସ୍ଥ୍ୟ କ୍ଷେତ୍ରରେ ସୁନାମ ଅର୍ଜନ କରିଛି ଏ ସହର। ଏମ୍ସ ପ୍ରତିଷ୍ଠା ହେବା ପରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ ହୋଇଛି । ଚଳିତ ବର୍ଷ ସହର ପାଇଁ ସ୍ମରଣୀୟ । ସହରକୁ ପ୍ରଥମ ମହିଳା ମେୟର ମିଳିଛି ।

୭୪ ବର୍ଷରେ ପାଦ ଥାପିଛି ରାଜଧାନୀ । ଟେମ୍ପଲ ସିଟିରୁ ସ୍ମାର୍ଟ ସିଟିର ଏ ଲମ୍ବା ଯାତ୍ରା ଭିତରେ ବଢିଛି ସହରର କାୟା, ବଦଳିଛି ପରିବେଶ । ଖୁବ କମ ସହରରେ ଏଭଳି କ୍ବଚିତ କୀର୍ତ୍ତିରାଜି ଦେଖିବାକୁ ମିଳେ । ଏହାର ଇତିହାସ ଅତ୍ୟନ୍ତ ଗୌରବମୟ । ସ୍ଥାପତ୍ୟ ଓ କୀର୍ତ୍ତିରାଜୀର ଯାଦୁନଗରୀ ଭୁବନେଶ୍ବର । ରାଜ୍ୟ ନିର୍ମାଣ ଶୈଳୀ ଦେଶ ବାହାରେ ଚର୍ଚ୍ଚିତ । ସବୁ କ୍ଷେତ୍ରରେ ଆଗଉଛି ଆମ ଭୁବନେଶ୍ବର । ପୂର୍ବାପେକ୍ଷା କଳେବର ବୃଦ୍ଧି ପାଇଛି । କିଛିଟା ସମସ୍ୟା ରହିଛି । ତାକୁ ରାଜ୍ୟ ସରକାରଙ୍କୁ ସୁଧାରିବାକୁ ପଡିବ ତାହେଲେ ଆହୁରି ସୁନ୍ଦର ହେବ ଭୁବନେଶ୍ବର । ଆଜି ବିଧାନସଭା ସମ୍ମୁଖରେ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ହୋଇଛି । 2 ବର୍ଷ ପରେ ମାହାଆଡମ୍ବରରେ ଏହି ସ୍ବତନ୍ତ୍ର ଦିନକୁ ପାଳନ କରାଯାଉଛି । 13 ଜଣଙ୍କୁ ରାଜଧାନୀ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 14, 2022, 7:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.