ଭୁବନେଶ୍ବର: ଆଗକୁ ଗଣତନ୍ତ୍ରର ମହାପର୍ବ ନିର୍ବାଚନ । ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ଦଳ ଡିଆଁ ପର୍ବ ଆରମ୍ଭ ହୋଇଗଲାଣି । ଆଉ ଦଳ ଡିଆଁ ପର୍ବରେ ସାମିଲ ହୋଇଛନ୍ତି ବିଷମ କଟକର ବିଜେପି ନେତା ସାରଙ୍ଗଧର କାଡରକା । ରବିବାର ସେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ବିଜେଡିରେ ଯୋଗ ଦେଇଛନ୍ତି ଶ୍ରୀ କାଡରକା । ବିଜେପିରୁ ଟିକେଟ୍ ନ ମିଳିବା ପରେ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି । ଶ୍ରୀ କାଡରକା ୨୦୧୪ରେ ବିଜେପି ଟିକେଟ୍ରୁ ଲଢି ପରାଜିତ ହୋଇଥିଲେ । ଏହା ପୂର୍ବରୁ ୨ ଥର ବିଧାୟକ ମଧ୍ୟ ହୋଇଥିଲେ । ନବୀନଙ୍କ ବିକାଶ ଧାରାରେ ସାମିଲ ହେବା ପାଇଁ ସେ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ