ETV Bharat / city

କୋରୋନା ମୃତ୍ୟୁରେ ଲାଗୁନି ବ୍ରେକ, ଆଉ 41 ଜୀବନ ନେଲା ମହାମାରୀ - କୋରୋନା ମୃତ୍ୟୁହାର

ରାଜ୍ୟରେ ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ ଲାଗିନି ବ୍ରେକ । ସୋମବାର ପୁଣି 41 ଜଣଙ୍କ ଜୀବନ ନେଇଛି ମହାମାରୀ । ଅଧିକ ପଢନ୍ତୁ...

ମୃତ୍ୟୁରେ ଲାଗୁନି ବ୍ରେକ, ଆଉ 41 ଜୀବନ ନେଲା ମହାମାରୀ

author img

By

Published : Jun 7, 2021, 11:08 AM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ଗତ 24 ଘଣ୍ଟାରେ ପୁଣି 41 ଜଣଙ୍କ ଜୀବନ ନେଇଛି ମହାମାରୀ । ନୂଆ ମୃତକଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା 3035କୁ ବୃଦ୍ଧି ହୋଇଛି । ତେବେ ଏ ସମ୍ପର୍କରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜିର 41 ଜଣଙ୍କ ମଧ୍ୟରୁ ଅନୁଗୋଳରୁ ଜଣେ 95 ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ବର ଓ ଭଦ୍ରକରୁ ଜଣେ, ବରଗଡରୁ 2 ଜଣ, ଭୁବନେଶ୍ବରରୁ 3 ଜଣ, ଦେବଗଡ, ଢେଙ୍କାନାଳ, ଗଜପତି ଓ ଜଗତସିଂହପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେହିପରି ଯାଜପୁରରୁ 2 ଜଣ, ଝାରସୁଗୁଡାରୁ 2 ଜଣ, କଳହାଣ୍ଡିରୁ ଜଣେ, ଖୋର୍ଦ୍ଧାରୁ 3 ଜଣ, କେନ୍ଦୁଝର ଓ କେନ୍ଦ୍ରାପଡାରୁ ଜଣେ, ମୟୂରଭଞ୍ଜରୁ 2 ଜଣ, ନୟାଗଡରୁ ଜଣେ, ପୁରୀରୁ 3 ଜଣ, ସୁବର୍ଣ୍ଣପୁରରୁ 2ଜଣ, ସମ୍ବଲପୁରରୁ 2 ଜଣ, ସୁନ୍ଦରଗଡରୁ ସର୍ବାଧିକ 4 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

ମୃତକଙ୍କ ମଧ୍ୟରେ କିଛି ଆକ୍ରାନ୍ତ ପୂର୍ବରୁ ଅନ୍ୟ ରୋଗରେ ମଧ୍ୟ ପୀଡିତ ରହିଥିଲେ । ନୂଆ ମୃତକଙ୍କ ମଧ୍ୟରେ 25 ଜଣ ପୁରୁଷ ରହିଥିବା ବେଳେ 16 ଜଣ ମହିଳା ରହିଛନ୍ତି । ଗତ କିଛି ଦିନ ଧରି ରାଜ୍ୟରେ ମୃତକଙ୍କ ସଂଖ୍ୟା 40 ଉପରେ ରହିଛି । କିନ୍ତୁ ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିଛି । ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.