ETV Bharat / city

ଆଜି ରାଜ୍ୟରୁ 1374 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Apr 10, 2021, 9:47 AM IST

Updated : Apr 10, 2021, 9:54 AM IST

ପଶ୍ଚିମ ଓଡିଶାରେ ଭୟ ବଢାଇଛି କୋରୋନାର ଦ୍ବିତୀୟ ଲହର । ଆଜି ଗୋଟିଏ ଦିନରେ ସୁନ୍ଦରଗଡକୁ 355 ଆକ୍ରାନ୍ତ । ବରଗଡ, ଝାରସୁଗୁଡା, ସମ୍ବଲପୁର , ନୂଆପଡାରେ ଦ୍ରୁତ ଗତିରେ ବଢୁଛି ସଂକ୍ରମଣ । ଅଧିକ ପଢନ୍ତୁ...

ଆଜି ରାଜ୍ୟରୁ 1374 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
ଆଜି ରାଜ୍ୟରୁ 1374 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀ ଦ୍ରୁତ ଗତିରେ ମାଡି ଚାଲିଛି । ଗତ ଦୁଇ ଦିନ ଧରି ସଂକ୍ରମଣ ମାମଲା ହଜାର ଉପରେ ରହିଛି । ଆଜି 1374 ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ ସେଣ୍ଟରରୁ 812 ଓ ସ୍ଥାନୀୟ ଅଞ୍ଚଳରୁ 562 ଆକ୍ରାନ୍ତ ରହିଛନ୍ତି । ସୁନ୍ଦରଗଡରୁ ସର୍ବାଧିକ 355 ପଜିଟିଭ ମାମଲା ଆସିଛି ।

ଅନୁଗୋଳ ଜିଲ୍ଲାରୁ 33, ବାଲେଶ୍ବରରୁ 17, ବରଗଡରୁ 59, ଭଦ୍ରକରୁ 30, ବଲାଙ୍ଗୀରରୁ 12 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୌଦ୍ଧରୁ 2, କଟକରୁ 51, ଦେବଗଡ 8, ଗଜପତି 8, ଗଞ୍ଜାମ 20, ଜଗତସିଂହପୁର 9, ଯାଜପୁରରୁ 25, ଝାରସୁଗୁଡାରୁ 52, କଳାହାଣ୍ଡିରୁ 45, କନ୍ଧମାଳରୁ 3, କେନ୍ଦ୍ରାପଡାରୁ 4, ଖୋର୍ଦ୍ଧା 193, କୋରାପୁଟ 8, ମୟୂରଭଞ୍ଜରୁ 26ଜଣ ଆକ୍ରାନ୍ତ ହୋଇଛନ୍ତି ।

ସେହିପରି ନବରଙ୍ଗପୁରରେ 20, ନୟାଗଡରେ 13, ନୂଆପଡାରୁ 135, ପୁରୀ 44, ରାୟଗଡାରୁ 44, ସମ୍ବଲପୁର 77, ସୋନପୁରରୁ 4 ଜଣ ରହିଛନ୍ତି ।

ବର୍ତ୍ତମାନ ରାଜ୍ୟରେ ସଂକ୍ରମିତ ମାମଲା 3 ଲକ୍ଷ 48 ହଜାର 182 ରେ ପହଞ୍ଚିଛି । ସକ୍ରିୟ ମାମଲା 7003 ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Apr 10, 2021, 9:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.