ETV Bharat / city

ବଡ଼ ଧରଣର କାଳବୈଶାଖୀ ଆଶଙ୍କା - ବଡ଼ ଧରଣର କାଳବୈଶାଖୀ ଆଶଙ୍କା

ଚଳିତ ସପ୍ତାହ ରାଜ୍ୟରେ କାଳ ବୈଶାଖୀ ଆଶଙ୍କା । ୮ ଟି ଜିଲ୍ଲାକୁ ଅରେଞ୍ଜ ୱାର୍ନିଙ୍ଗ ଓ ୮ ଟି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବଡ଼ ଧରଣର କାଳବୈଶାଖୀ ଆଶଙ୍କା
ବଡ଼ ଧରଣର କାଳବୈଶାଖୀ ଆଶଙ୍କା
author img

By

Published : Apr 21, 2020, 12:54 AM IST

ଭୁବନେଶ୍ବର: ୨୧ ତାରିଖରେ କାଳ ବୈଶାଖୀ ଆଶଙ୍କା । ପବନର ବେଗ ବଢିବା ସହ କୁଆ ପଥର ବର୍ଷା ସମ୍ଭାବନା । ଚଳିତ ସପ୍ତାହରେ ବଡ ଧରଣର କାଳ ବୈଶାଖୀ ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି । ୮ ଟି ଜିଲ୍ଲାକୁ ଅରେଞ୍ଜ ୱାର୍ନିଙ୍ଗ ଓ ୮ ଟି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବଡ଼ ଧରଣର କାଳବୈଶାଖୀ ଆଶଙ୍କା
ବଡ଼ ଧରଣର କାଳବୈଶାଖୀ ଆଶଙ୍କା
ବଡ଼ ଧରଣର କାଳବୈଶାଖୀ ଆଶଙ୍କା
ବଡ଼ ଧରଣର କାଳବୈଶାଖୀ ଆଶଙ୍କା
ବଡ଼ ଧରଣର କାଳବୈଶାଖୀ ଆଶଙ୍କା

ଆସନ୍ତା ୨୪ ଘଣ୍ଟାରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ କାଳ ବୈଶାଖୀ ସମ୍ଭାବନା ନେଇ ୟେଲୋ ୱାର୍ନିଙ୍ଗ ଜାରି । ୨୨ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡା, ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି, ଘଡଘଡି ସହ କୁଆ ପଥର ବର୍ଷା ହେବାର ସମ୍ଭାବନା ରହିଛି ।

ସ୍ଥାନେ ସ୍ଥାନେ ପବନର ବେଗ ୫୦ ରୁ ୬୦ କିମି ରହିବା ନେଇ ଅରେଞ୍ଜ ୱାର୍ନିଙ୍ଗ ଜାରି ହୋଇଛି । ଗତ ୨୪ ଘଣ୍ଟା ଭିତରେ ତାଳଚେର ଓ ଫୁଲବାଣୀ ଜିଲ୍ଲାରେ ସର୍ବାଧିକ ୪୦.୦ ତାପମାତ୍ରା ରେକର୍ଡ ହୋଇଛି । ତେବେ ଆସନ୍ତା ୩ ଦିନ ପାଇଁ ରାଜ୍ୟରେ ୟେଲୋ ଓ ଅରେଞ୍ଜ ୱାର୍ନିଙ୍ଗ ଜାରି କରିଛି । ଭୁବନେଶ୍ବରରେ ମଧ୍ୟ ୩୬.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.