ETV Bharat / city

ଉପକୂଳରେ କାଳବୈଶାଖୀ ତାଣ୍ଡବ - Thunderstorm

ରାଜ୍ୟରେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ଅଧିକ ପଢନ୍ତୁ...

ଉପକୂଳରେ କାଳବୈଶାଖୀ ତାଣ୍ଡବ
ଉପକୂଳରେ କାଳବୈଶାଖୀ ତାଣ୍ଡବ
author img

By

Published : May 11, 2021, 8:40 PM IST

Updated : May 11, 2021, 10:25 PM IST

ଭୁବନେଶ୍ବର: ରାଜ୍ୟରେ କାଳବୈଶାଖୀ ତାଣ୍ଡବ । ୨୪ ଘଣ୍ଟାରେ ଉପକୂଳରେ ୧୫ ଜିଲ୍ଲାକୁ ଅରେଞ୍ଜ ଓ ଆଭ୍ୟନ୍ତରୀଣ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ତେବେ ରାଜ୍ୟରେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।

ଉପକୂଳରେ କାଳବୈଶାଖୀ ତାଣ୍ଡବ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ, ମୟୁରଭଞ୍ଜରେ ଘଡଘଡି ବଜ୍ରପାତ ସହ ସର୍ବାଧିକ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି ।

ଆଭ୍ୟନ୍ତରୀଣ ୧୫ ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୋନପୁର, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡା, କୋରାପୁଟ ଓ ମାଲକାନଗିରିରେ ବିଜୁଳି ଘଡଘଡି ସହ ସର୍ବାଧିକ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ ।

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିବ । ଭୁବନେଶ୍ୱରରେ ଆକାଶ ମେଘାଚ୍ଛନ୍ନ ରହିବା ସହ କାଳ ବୈଶାଖୀ ବର୍ଷା ହେବ।

ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ରେକର୍ଡ ହୋଇଛି । କଟକ ଜିଲ୍ଲା କଣ୍ଟାପଡାରେ ୪୧.୦ ମିମି, ବାସୁଦେବପୁରରେ ୩୪.୦, ସମ୍ବଲପୁର ବୁର୍ଲାରେ ୨୬.୨, ଜୟପୁରରେ ୨୬.୨ ଏବଂ ବେତନଟୀରେ ୨୩.୦ ମିମି ବର୍ଷା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : May 11, 2021, 10:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.