ETV Bharat / city

ରାଜନୀତିରେ ଗାନ୍ଧୀ ! ଗାଁଠୁ ସହର ଗାନ୍ଧୀଙ୍କୁ ନେଇ ଲୋକଙ୍କ ପାଖକୁ ଯିବେ 3 ଦଳ - ଗାନ୍ଧୀଙ୍କୁ ନେଇ ରାଜନୀତି

ରାଜନୀତି ଜନ ସମର୍ଥନ ହାସଲ ଲାଗି ଗାନ୍ଧୀଙ୍କୁ ଆଶ୍ରା କରିବେ ରାଜ୍ୟର ତିନି ପ୍ରମୁଖ ଦଳ । ରାଜନୀତିରେ ଗାନ୍ଧୀଙ୍କୁ ପରଦା ଆଗରେ ରଖି ରଖି ଯୁଦ୍ଧ ଲଢିବେ ରାଜ୍ୟର 3 ପ୍ରମୁଖ ଦଳ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Sep 30, 2019, 12:01 AM IST

ଭୁବନେଶ୍ବର: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ଉତ୍ସବକୁ ମହାସମାରୋହରେ ପାଳନ କରିବା ପାଇଁ ସମସ୍ତେ ତତ୍ପର । ରାଜନୀତି ଜନ ସମର୍ଥନ ହାସଲ ଲାଗି ଗାନ୍ଧୀଙ୍କୁ ଆଶ୍ରା କରିବେ ରାଜ୍ୟର ତିନି ପ୍ରମୁଖ ଦଳ । ରାଜନୀତିରେ ଗାନ୍ଧୀଙ୍କୁ ପରଦା ଆଗରେ ରଖି ରଖି ଯୁଦ୍ଧ ଲଢିବେ ରାଜ୍ୟର 3 ପ୍ରମୁଖ ଦଳ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା. ଭୁବନେଶ୍ବର

ଓଡ଼ିଶାରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଗାନ୍ଧୀ ଜୟନ୍ତୀରୁ ବିଜୁ ଜନତା ଦଳ ମାସେ ବ୍ୟାପୀ ପଦଯାତ୍ରା କାର୍ଯ୍ୟକ୍ରମ ସାରା ରାଜ୍ୟରେ କରିବାକୁ ଯାଉଛି । ଏଥର ଅନ୍ୟୁନ କୋଟିଏ ସଭ୍ୟ ସଂଗ୍ରହ ପାଇଁ ବିଜେଡି ଲକ୍ଷ୍ୟ ରଖିଥିବାରୁ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଉଥିବା ବିଜେଡିର ପଦଯାତ୍ରା ବେଶ୍‍ ଗୁରୁତ୍ବପୂର୍ଣ୍ଣ ।

ଆସନ୍ତା ଅକ୍ଟୋବର ୨ ତାରିଖ ୧୫୦ତମ ଗାନ୍ଧୀ ଜୟନ୍ତୀରୁ ଭାରତୀୟ ଜନତା ପାର୍ଟି ତରଫରୁ ଦେଶ ବ୍ୟାପୀ ଗାନ୍ଧୀ ସଂକଳ୍ପ ଯାତ୍ରା ଆରମ୍ଭ ହେବ । ରାଜ୍ୟରେ ସମସ୍ତ ସଂସଦୀୟ ଓ ବିଧାନସଭା କ୍ଷେତ୍ରରେ ଏହି ପଦଯାତ୍ରା ୧୫ ଦିନ ଧରି ଚାଲିବ ।

ଗାନ୍ଧୀଜୀଙ୍କ ବାର୍ତ୍ତାକୁ ନରେନ୍ଦ୍ର ମୋଦି ସମଗ୍ର ବିଶ୍ବରେ ଆଗେଇ ନେବା ସହ ସଚେତନତା ସୃଷ୍ଟି କରୁଛନ୍ତି । ଏହି ପଦଯାତ୍ରା ଅବସରରେ ଗାନଧୀଜୀଙ୍କ ବାର୍ତ୍ତା ସ୍ବଦେଶୀ, ସ୍ବଚ୍ଛତା, ସ୍ବରାଜ, ସ୍ବାବଲମ୍ବୀ, ସାଧାରଣ ଓ ସରଳ ଜୀବନ ଯାପନ, ଜଳ ସଂରକ୍ଷଣ, ନିଶା ନିବାରଣ, ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ ସଂପର୍କରେ ସାଧାରଣ ଜନତାଙ୍କୁ ଅବଗତ ଓ ସଚେତନା କରାଯିବ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି ସୁଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସିଦ୍ଧାନ୍ତ ବିହୀନ ରାଜନୀତି, ପରିଶ୍ରମ ବିହୀନ ଧନ ଉପାର୍ଜନ, ବିବେକ ବିହୀନ ସୁଖପ୍ରାପ୍ତି, ଚରିତ୍ର ବିହୀନ ଜ୍ଞାନ, ସଦାଚାର ବିହୀନ ବ୍ୟବସାୟ, ସମ୍ବେଦନା ବିହୀନ ବିଜ୍ଞାନ ଏବଂ ତ୍ୟାଗ ବିହୀନ ଉପସନା ଭଳି ୭ଟି ସାମାଜିକ ପାପରୁ ନିବୃତ ରହିବା ପାଇଁ ଏହି ପଦଯାତ୍ରା ଅବସରରେ ସମାଜକୁ ଆହ୍ବାନ ଦିଆଯିବ ।

ପାର୍ଟିର ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ ଏବଂ ସମସ୍ତ କାର୍ଯ୍ୟକର୍ତା ଏହି ପଦଯାତ୍ରାରେ ସାମିଲ ହେବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ଅକ୍ଟୋବର ୨ ତାରିଖ ଦିନ କଟକ ଜିଲ୍ଲା ତେଲେଙ୍ଗାପେଣ୍ଠସ୍ଥିତ ଗାନ୍ଧୀ ସ୍ମୃତି ପୀଠରୁ ଏହି ପଦଯାତ୍ରା ଆରମ୍ଭ କରିବେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାଧାରଣ ଜନତାଙ୍କୁ ଭେଟିବା ସହ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ ବୋଲି ସେ ସୂଚନା ଦେଇଛନ୍ତି ।ପବିତ୍ର ଦୁର୍ଗା ପୁଜା କାରଣରୁ ଏହି ପଦଯାତ୍ରା ୨ ତାରିଖ ଦିନ ଆରମ୍ଭ ହୋଇ ସାମୟିକ ଭାବେ ସ୍ଥଗିତ ରଖାଯିବ । ପୁନଶ୍ଚ ଅକ୍ଟୋବର ୧୧ ତାରିଖରୁ ଏହି ପଦଯାତ୍ରା ସମଗ୍ର ରାଜ୍ୟରେ ଅନୁଷ୍ଠିତ ହେବ ବୋଲି ସମୀର ମହାନ୍ତି ସୂଚନା ଦେଇ କହିଛନ୍ତି ।

ଅନ୍ୟପକ୍ଷରେ ସାଧାରଣ ନିର୍ବାଚନ ପରେ କଂଗ୍ରେସ ଅତି ଦୁର୍ବଳ ସ୍ଥିତିରେ ଥିଲେ ମଧ୍ୟ ଗାନ୍ଧୀ ଜୟନ୍ତୀରୁ ସଭ୍ୟ ସଂଗ୍ରହ ସହ ସମ୍ପର୍କ ଅଭିଯାନ ଓଡ଼ିଶାରେ ଆରମ୍ଭ କରୁଛି । ଏହି ୩ ପ୍ରମୁଖ ରାଜନୈତିକ ଦଳ ଗାନ୍ଧୀ ଜୟନ୍ତୀକୁ ପବିତ୍ର ଦିବସ ଭାବେ ମନେ କରି ଯେଭଳି କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି ତାହା ସଫଳ ହେଲେ ସାରା ଓଡ଼ିଶା ଦୁଲୁକିବ ।

କେତେକ କମ୍ୟୁନିଷ୍ଟ ଦଳ ଓ ସଙ୍ଗଠନ ମଧ୍ୟ ଗାନ୍ଧୀ ଜୟନ୍ତୀକୁ ନିଆରା ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସିପିଆଇ(ଏମ୍‍ଏଲ୍‍) ଆଗାମୀ ଗାନ୍ଧୀ ଜୟନ୍ତୀରୁ ରାଜଧାନୀର ନାଗଭୂଷଣ ଭବନରେ ଗାନ୍ଧୀଜୀଙ୍କ କଥା ଓ କାମର କାର୍ଯ୍ୟକାରିତା ଉପରେ ଏକ ବଡ଼ଧରଣର ଆଲୋଚନାଚକ୍ର ଆୟୋଜନ କରୁଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:
ରାଜନୀତି ରେ ଗାନ୍ଧୀ। ରାଜ୍ୟର 3 ପ୍ରମୁଖ ଦଳ ଏବେ ଗାନ୍ଧୀଙ୍କୁ ସାମ୍ନାରେ ରଖି ମଇଦାନକୁ ଓହ୍ଲାଇବା ପାଇଁ ଅନ୍ତ ଭିଡିଛନ୍ତି।

ଓଡ଼ିଶାରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଗାନ୍ଧୀ ଜୟନ୍ତୀରୁ ବିଜୁ ଜନତା ଦଳ ମାସବ୍ୟାପୀ ପଦଯାତ୍ରା କାର୍ଯ୍ୟକ୍ରମ ସାରା ରାଜ୍ୟରେ କରିବାକୁ ଯାଉଛି । ଏଥର ଅନ୍ୟୁନ କୋଟିଏ ସଭ୍ୟ ସଂଗ୍ରହ ପାଇଁ ବିଜେଡି ଲକ୍ଷ୍ୟ ରଖିଥିବାରୁ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଉଥିବା ବିଜେଡିର ପଦଯାତ୍ରା ବେଶ୍‍ ଗୁରୁତ୍ୱପୂର୍ଣ୍ଣ ।

ଆସନ୍ତା ଅକ୍ଟୋବର ୨ ତାରିଖ ୧୫୦ତମ ଗାନ୍ଧୀ ଜୟନ୍ତୀରୁ ଭାରତୀୟ ଜନତା ପାର୍ଟୀ ତରଫରୁ ଦେଶ ବ୍ୟାପୀ ଗାନ୍ଧୀ ସଂକଳ୍ପ ଯାତ୍ରା ଆରମ୍ଭ ହେବ । ରାଜ୍ୟରେ ସମସ୍ତ ସଂସଦୀୟ ଓ ବିଧାନସଭା କ୍ଷେତ୍ରରେ ଏହି ପଦଯାତ୍ରା ୧୫ ଦିନ ଧରି ଚାଲିବ । ଗାନ୍ଧୀଜୀଙ୍କ ବାର୍ତାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସମଗ୍ର ବିଶ୍ୱରେ ଆଗେଇ ନେବା ସହ ସଚେତନତା ସୃଷ୍ଟି କରୁଛନ୍ତି । ଏହି ପଦଯାତ୍ରା ଅବସରରେ ଗାନଧୀଜୀଙ୍କ ବାର୍ତା ସ୍ୱଦେଶୀ, ସ୍ୱଚ୍ଛତା, ସ୍ୱରାଜ, ସ୍ୱାବଲମ୍ବୀ, ସାଧାରଣ ଓ ସରଳ ଜୀବନ ଯାପନ, ଜଳ ସଂରକ୍ଷଣ, ନିଶା ନିବାରଣ, ସିଙ୍ଗଲ ୟୁଜ୍ଡ ପ୍ଲାଷ୍ଟିକ ବର୍ଜନ ସଂପର୍କରେ ସାଧାରଣ ଜନତାଙ୍କୁ ଅବଗତ ଓ ସଚେତନା କରାଯିବ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ସୁଚନା ଦେଇଛନ୍ତି ।ଶ୍ରୀ ମହାନ୍ତି ସୁଚନା ଦେଇ କହିଛନ୍ତି ଯେ, ସିଦ୍ଧାନ୍ତ ବିହୀନ ରାଜନୀତି, ପରିଶ୍ରମ ବିହୀନ ଧନ ଉପାର୍ଜନ, ବିବେକ ବିହୀନ ସୁଖପ୍ରାପ୍ତି, ଚରିତ୍ର ବିହୀନ ଜ୍ଞାନ, ସଦାଚାର ବିହୀନ ବ୍ୟବସାୟ, ସମ୍ବେଦନା ବିହୀନ ବିଜ୍ଞାନ ଏବଂ ତ୍ୟାଗ ବିହୀନ ଉପସନା ଭଳି ୭ଟି ସାମାଜିକ ପାପରୁ ନିବୃତ ରହିବା ପାଇଁ ଏହି ପଦଯାତ୍ରା ଅବସରରେ ସମାଜକୁ ଆହ୍ୱାନ ଦିଆଯିବ । ପାର୍ଟୀର ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ ଏବଂ ସମସ୍ତ କାର୍ଯ୍ୟକର୍ତା ଏହି ପଦଯାତ୍ରାରେ ସାମିଲ ହେବେ ।କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ଅକ୍ଟୋବର ୨ ତାରିଖ ଦିନ କଟକ ଜିଲ୍ଲା ତେଲେଙ୍ଗାପେଂଠସ୍ଥିତ ଗାନ୍ଧୀ ସ୍ମୃତି ପୀଠରୁ ଏହି ପଦଯାତ୍ରା ଆରମ୍ଭ କରିବେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାଧାରଣ ଜନତାଙ୍କୁ ଭେଟିବା ସହ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ ବୋଲି ଶ୍ରୀ ମହାନ୍ତି ସୁଚନା ଦେଇଛନ୍ତି ।ପବିତ୍ର ଦୁର୍ଗା ପୁଜା କାରଣରୁ ଏହି ପଦଯାତ୍ରା ୨ ତାରିଖ ଦିନ ଆରମ୍ଭ ହୋଇ ସାମୟିକ ଭାବେ ସ୍ଥଗିତ ରଖାଯିବ । ପୁନଶ୍ଚ ଅକ୍ଟୋବର ୧୧ ତାରିଖରୁ ଏହି ପଦଯାତ୍ରା ସମଗ୍ର ରାଜ୍ୟରେ ଅନୁଷ୍ଠିତ ହେବ ୋଲି ଶ୍ରୀ ମହାନ୍ତି ସୁଚନା ଦେଇ କହିଛନ୍ତି ।
ଅନ୍ୟପକ୍ଷରେ ସାଧାରଣ ନିର୍ବାଚନ ପରେ କଂଗ୍ରେସ ଅତି ଦୁର୍ବଳ ସ୍ଥିତିରେ ଥିଲେ ମଧ୍ୟ ଗାନ୍ଧୀ ଜୟନ୍ତୀରୁ ସଭ୍ୟ ସଂଗ୍ରହ ସହ ସମ୍ପର୍କ ଅଭିଯାନ ଓଡ଼ିଶାରେ ଆରମ୍ଭ କରୁଛି । ଏହି ୩ ପ୍ରମୁଖ ରାଜନୈତିକ ଦଳ ଗାନ୍ଧୀ ଜୟନ୍ତୀକୁ ପବିତ୍ର ଦିବସ ଭାବେ ମନେ କରି ଯେଭଳି କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି ତାହା ସଫଳ ହେଲେ ସାରା ଓଡ଼ିଶା ଦୁଲୁକିବ ।

କେତେକ କମ୍ୟୁନିଷ୍ଟ ଦଳ ଓ ସଙ୍ଗଠନ ମଧ୍ୟ ଗାନ୍ଧୀ ଜୟନ୍ତୀକୁ ନିଆରା ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସିପିଆଇ(ଏମ୍‍ଏଲ୍‍) ଆଗାମୀ ଗାନ୍ଧୀ ଜୟନ୍ତୀରୁ ରାଜଧାନୀର ନାଗଭୂଷଣ ଭବନରେ ଗାନ୍ଧୀଜୀଙ୍କ କଥା ଓ କାମର କାର୍ଯ୍ୟକାରିତା ଉପରେ ଏକ ବଡ଼ଧରଣର ଆଲୋଚନାଚକ୍ର ଆୟୋଜନ କରୁଛନ୍ତି ।
Body:ବାଇଟ ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି
ବାଇଟ ସମୀର ମହାନ୍ତି, ବିଜେପି ନେତା
ବାଇଟ ପ୍ରତାପ ଦେବ, ବିଜେଡ଼ି ମୁଖପାତ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.