ETV Bharat / city

ରାଜ୍ୟରେ ବହିଲାଣି ନିର୍ବାଚନୀ ହାଓ୍ବା, ବିଜେପି ରାସ୍ତାରେ କଂଗ୍ରେସ କଣ୍ଟା

author img

By

Published : Mar 11, 2021, 8:14 PM IST

ରାଜ୍ୟରେ ବହିଲାଣି ପୌର ଓ ପଞ୍ଚାୟତ ନିର୍ବାଚନର ହାଓ୍ବା । କ୍ଷେତ୍ର ପ୍ରସ୍ତୁତ କଲାଣି ସରକାରୀ ଦଳ ବିଜେଡି । ସେପଟେ ବିରୋଧୀ ବିଜେପି ବି ଅଣ୍ଟାଭିଡ଼ିଲାଣି । ଟିକେ ପଛେଇଯାଇଥିବା କଂଗ୍ରେସ ବିଜେପିକୁ ଦେଖି ଆକ୍ଟିଭ ମୁଡ଼କୁ ଆସିଲାଣି । ଅଧିକ ପଢ଼ନ୍ତୁ...

ରାଜ୍ୟରେ ବହିଲାଣି ନିର୍ବାଚନୀ ହାଓ୍ବା, ବିଜେପି ରାସ୍ତାରେ କଂଗ୍ରେସ କଣ୍ଟା
ରାଜ୍ୟରେ ବହିଲାଣି ନିର୍ବାଚନୀ ହାଓ୍ବା, ବିଜେପି ରାସ୍ତାରେ କଂଗ୍ରେସ କଣ୍ଟା

ଭୁବନେଶ୍ବର: ରାଜ୍ୟରେ ବହିଲାଣି ପୌର ଓ ପଞ୍ଚାୟତ ନିର୍ବାଚନର ହାଓ୍ବା । କ୍ଷେତ୍ର ପ୍ରସ୍ତୁତ କଲାଣି ସରକାରୀ ଦଳ ବିଜେଡି । ସେପଟେ ବିରୋଧୀ ବିଜେପି ବି ଅଣ୍ଟାଭିଡ଼ିଲାଣି । ଟିକେ ପଛେଇଯାଇଥିବା କଂଗ୍ରେସ ବିଜେପିକୁ ଦେଖି ଆକ୍ଟିଭ ମୁଡ଼କୁ ଆସିଲାଣି । ପୌର ଓ ପଞ୍ଚାୟତ ନିର୍ବାଚନ ଲାଗି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ହେଲେ ରାଜ୍ୟରେ ବହିଲାଣି ନିର୍ବାଚନୀ ହାଓ୍ବା । ଆଗୁଆ ପ୍ରସ୍ତୁତ ଆରମ୍ଭ କରିଦେଇଛି ଶାସକ ଦଳ ବିଜେଡି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ଆରମ୍ଭ କଲାଣି ଏକ ପ୍ରକାର କ୍ୟାମ୍ପେନ ।

ପ୍ରସ୍ତୁତ ହେଉଛି ବିଜେଡି

ମାସକ ମଧ୍ୟରେ 3 ଟି ଜିଲ୍ଲା ଗସ୍ତ କରି ଲୋକଙ୍କୁ ଆକୃଷ୍ଟ କରିବା ଲାଗି ଜୋରଦାର ପ୍ରୟାସ ଆରମ୍ଭ କରିଛି ବିଜେଡି । ବିଶେଷ କରି ପଶ୍ଚିମ ଓଡିଶାକୁ ଫୋକସ କରିଛି ଦଳ । ଗତ ପଞ୍ଚାୟତ ଓ ସାଧାରଣ ନିର୍ବାଚନରେ ବିଶେଷ ଭଲ ପ୍ରଦର୍ଶନ କରିନଥିବା ଜିଲ୍ଲା ଗସ୍ତ କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କଳାହାଣ୍ଡି, ସୁନ୍ଦରଗଡ ପରେ ନୂଆପଡା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶୁଭାରମ୍ଭ କରିଛନ୍ତି ନବୀନ । ନିଜ ଭୋଟ ବ୍ୟାଙ୍କ ସୁଦୃଢ କରିବା ସହ ବିଜେପି ଓ କଂଗ୍ରେସ ଗଡ଼ ଭାଙ୍ଗିବାକୁ ପ୍ରୟାସ କରୁଛି ବିଜେଡି । ଆସନ୍ତା ସପ୍ତାହରେ ମୟୂରଭଞ୍ଜ ଯିବାକୁ ସଜ ହେଲେଣି ନବୀନ । କାହିଁକି ନା ଉତ୍ତର ଓଡ଼ିଶାରେ ପଂଚାୟତ ହେଉ ଅବା ସାଧାରଣ ନିର୍ବାଚନରେ ବ୍ୟକଫୁଟରେ ଥିଲା ବିଜେଡି ।

ବିଜେପିର ରଣନୀତି

ସେହିପରି ବିଜେପି ମଧ୍ୟ ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ କରିଛି । ଗତ 6 ଓ 7 ତାରିଖରେ ବସିଥିବା କାର୍ଯ୍ୟକାରିଣୀ ବୈଠକରେ ରଣନୀତି ପ୍ରସ୍ତୁତ କରିଛି ଦଳ । ସରକାର ଓ ସରକାରୀ ଦଳ ଉପରେ ନଜର ରଖିଛି ବିଜେପି । ଟିକେ ଭୁଲ ଦେଖିଲେ ବିଜେଡି ଉପରେ ମାଡ଼ି ବସୁଛି ଦଳ । ସରକାରୀ ଦଳକୁ ଅକଳରେ ପକାଇବା ଲାଗି ସୁଯୋଗ ହାତଛଡା କରୁନି ବିଜେପି । ପରୀ ମାମଲା ହେଉ ଅବା ମାହଙ୍ଗା ଡବଲ ମର୍ଡର । ବାଇ-ଲ, କୃଷି ପ୍ରସଙ୍ଗ ହେଉ ଅବା ଆଇନ ଶୃଙ୍ଖଳା ସ୍ଥିତି । ବିଜେଡି ଉପରେ ବିଜେପି କରୁଛି ଜୋରଦାର ହମଲା । ଗ୍ରାଉଣ୍ଡ ଜିରୋକୁ ଯାଇ ସରକାରଙ୍କୁ ବିଜେପି କରୁଛି ଟାର୍ଗେଟ । ରାଜ୍ୟରେ ମଣ୍ଡି ସମସ୍ୟା, କୋଟିଆ ପ୍ରସଙ୍ଗରେ ସରକାରଙ୍କୁ ବିଧାନସଭା ଓ ବାହାରେ ଘେରୁଛି ଦଳ ।

କଂଗ୍ରେସର ଚାଲ କ'ଣ ?
ସେପଟେ ଟିକେ ପଛେଇ ଯାଇଛି କଂଗ୍ରେସ । ଦଳ ଭିତରେ କନ୍ଦଳ ଓ ପିସିସି ପରିବର୍ତ୍ତନର ସ୍ୱର ତେଜୁଛି । ରାଜ୍ୟରେ ଏକାଧିକ ପ୍ରସଙ୍ଗ ଥିଲେ ଏକଜୁଟ ହୋଇପାରିନି ଦଳ । ତଥାପି ବଳ କସୁଛି କଂଗ୍ରେସ । ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖିବା ଆରମ୍ଭ କରିଛି ଦଳ । ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କୋଟିଆରେ ପହଁଚିଛି କଂଗ୍ରେସ । ନିରଞ୍ଜନଙ୍କ ସମେତ ଦଳର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳି କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ଅଂଚଳ ଗ୍ରସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।

ସ୍ଥାନୀୟ ଶିକ୍ଷିତ ଯୁବକ ଯୁବତୀଙ୍କ ସହିତ ଆଲୋଚନା କରିଛି ଦଳ । କୋଟିଆର ବିଭିନ୍ନ ଅଞ୍ଚଳରେ ବୁଲି ଲୋକଙ୍କ ମତାମତ ସଂଗ୍ରହ କରୁଛି ଦଳ । କୋଟିଆ ଅଂଚଳର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ କଂଗ୍ରେସ ଦଳ ସବୁ ପ୍ରକାର ଉଦ୍ୟମ କରିବ ବୋଲି କହିଛି । ଦଳ କୋଟିଆରେ ବିରାଟ ସମାବେଶ ମଧ୍ୟ କରିଛି । ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପମାଝୀ, କୋରାପୁଟ ଲୋକସଭା ସାଂସଦ ସପ୍ତଗିରୀ ଉ୍‌ଲ୍ଲାକା, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଅନ୍ୟ ବରିଷ୍ଠ ଓ ତୁଙ୍ଗ ନେତାଙ୍କୁ ନେଇ ଦଳ ହେବାକୁ ଆରମ୍ଭ କରିଛି ପ୍ରୟାସ ।

ଭୁବନେଶ୍ବରରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.