ETV Bharat / city

ପୌର ନିର୍ବାଚନ ପୂର୍ବରୁ ସଂଗଠନ ସଜାଡିବାରେ ବ୍ୟସ୍ତ ତିନିଦଳ

ପୌର ନିର୍ବାଚନ ପୂର୍ବରୁ ଘର ସଜାଡୁଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ । ଆସନ୍ତା ବର୍ଷ ପ୍ରଥମାର୍ଦ୍ଧାରେ ହୋଇପାରେ ପୌର ନିର୍ବାଚନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 21, 2019, 10:05 PM IST

ଭୁବନେଶ୍ବର: ଆଗକୁ ପୌର ନିର୍ବାଚନ । ଚଳିତ ବର୍ଷ ନିର୍ବାଚନ ହେବାକୁ ଥିଲେ ମଧ୍ୟ ଏହା କ୍ଷୀଣ । କାରଣ ସଂଶୋଧିତ ପୌର ପରିଷଦ ଆଇନ ବିଲ ବର୍ତ୍ତମାନ ଯାଏଁ ବିଧାନସଭାକୁ ଆସି ନାହିଁ । ଫଳରେ ନିର୍ବାଚନ ନୂତନ ବର୍ଷରେ ହେବା ଏକ ପ୍ରକାର ସ୍ପଷ୍ଟ । ତେବେ ଏବେ ଚାଲିଛି ରାଜନୈତିକ ଦଳଙ୍କ ପୁର୍ନବିନ୍ୟାସ କାର୍ଯ୍ୟ । ତିନି ପ୍ରମୁଖ ଦଳ ବିଜେଡି, ବିଜେପିଓ କଂଗ୍ରେସ ଏବେ ଦଳର ସାଂଗଠନିକ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ଉଭୟ ବିଜେପିଓ ବିଜେଡି ସଂଗଠନ କାମରେ ଆଗରେ ଥିବା ବେଳେ କଂଗ୍ରେସ ଏପର୍ଯ୍ୟନ୍ତ ପରାଜୟ ଯନ୍ତ୍ରଣାରୁ ମୁକୁଳି ପାରିନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଜେପି ତାର ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ବରାନିତ କରିଥିବା ବେଳେ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦଳର ସଦସ୍ୟତା ଗ୍ରହଣ ଶେଷ ହେଲେ ବିଜେପି ଦଳୀୟ ନିର୍ବାଚନକୁ ଓହ୍ଲାଇବ । ପ୍ରଥମେ ବ୍ଲକ , ମଣ୍ଡଳଓ ପରେ ଜିଲ୍ଲା ସଭାପତି ନିର୍ବାଚନ ହେବ । ଏହାପରେ ରାଜ୍ୟ ସଭାପତି ମଧ୍ୟ ପରିବର୍ତ୍ତନ ହେବ । କାରଣ ଦଳର ନିୟମ ଅନୁସାରେ ଏକ ବ୍ୟକ୍ତି ଏକ ଦାୟିତ୍ବ ଅନୁସାରେ ବର୍ତ୍ତମାନର ସଭାପତି ଲୋକସଭାକୁ ନିର୍ବାଚିତ ହୋଇସାରିଛନ୍ତି । ସେହି ଦୃଷ୍ଟିରୁ ସଭାପତି ମଧ୍ୟ ବର୍ଷ ଶେଷ ସୁଦ୍ଧା ଦଳକୁ ମିଳିବ । ଏଥିପାଇଁ ନିର୍ବାଚନ ଅଧିକାରୀ ମଧ୍ୟ ନିଯୁକ୍ତ ହୋଇସାରିଛନ୍ତି ।

ଅନ୍ୟପଟେ ବିଜେଡି ମଧ୍ୟ ତାର ସଂଗଠନ ପୁନର୍ଗଠନ କାମ ଆରମ୍ଭ କରିଛି । ଏହାରି ଭିତରେ ଦଳ ନିର୍ବାଚନରେ ଟିକେଟ ପାଇନଥିବା ନେତାଙ୍କୁ ଥଇଥାନ କରିସାରିଛି । ଏହାସହ ସମସ୍ତ ମୋର୍ଚ୍ଚାର ମୁଖ୍ୟଙ୍କୁ ମଧ୍ୟ ଦଳ ଖୁବଶିଘ୍ର ନିଯୁକ୍ତି ଦେବାକୁ ଯାଉଛି ।

ସେପଟେ କଂଗ୍ରେସ ମଧ୍ୟ ନିଜ ଦଳ ସଜାଡିବା ସ୍ଥିତିକୁ ଆସି ନାହିଁ । ପରାଜୟ ଗ୍ଲାନିରେ ଦଳ ଏବେବି ଝୁଣ୍ଟୁଛି । ଯଦିଓ କିଛିଦିନ ତଳେ ଏଆଇସିସିର କାର୍ଯ୍ୟକାରୀ ସଭାପତି ନିଯୁକ୍ତି ହୋଇଛନ୍ତି । ଏହାପରେ ଦଳର ସମସ୍ତ ରାଜ୍ୟର ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟ କଂଗ୍ରେସ ଆଶା ରଖିଛି ଦଳ ବର୍ଷ ଶେଷ ଶୁଦ୍ଧା ନୂଆ ସଭାପତି ଆସିବେ । ଏହାପରେ ଦଳ ପୌର ପରିଷଦ ନିର୍ବାଚନ ପାଇଁ ପ୍ରସ୍ତୁତି ହେବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ମୁଣ୍ଡ ଉପରେ ପୌର ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳରେ ଖୁବ୍‍ଶୀଘ୍ର ସାଂଗଠନିକ ପୁର୍ନବିନ୍ୟାସ ଆରମ୍ଭ କରିବାକୁ ଯାଉଛନ୍ତି। ବିଜେପି କଥା ଯଦି ଦେଖାଯାଏ ଦଳର ସଭ୍ୟ ସଂଗ୍ରହ ଶେଷ ହୋଇଛି। ଦଳ ଓଡିଶାରେ ତାହାର ସଭ୍ୟସଂଖ୍ୟା ୫୦ଲକ୍ଷକୁ ବଢାଇବାପାଇଁ ଘୋଷଣା କରିଥିବାବେଳେ ରାଜ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ନିଯୁକ୍ତ କରିସାରିଛି । ସଭ୍ୟ ସଂଗ୍ରହ ପରେ ପରେ ତୃଣମୂଳ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ବିଜେପିର ନୂଆ କର୍ମକର୍ତ୍ତାମାନେ ନିଯୁକ୍ତ ହେବେ । ଏହି କ୍ରମରେ ବ୍ଲକ, ମଣ୍ଡଳ, ଜିଲ୍ଲା ଠାରୁ ଆରମ୍ଭକରି ରାଜ୍ୟସ୍ତର ପର୍ଯ୍ୟନ୍ତ ଅନ୍ୟାନ୍ୟ ପଦବୀରେ ବି ବ୍ୟାପକ ପରିବର୍ତ୍ତନ କରାଯିବ। ବିଜେପି ରାଜ୍ୟ ସଭାପତି ଥିବା ବସନ୍ତ କୁମାର ପଣ୍ଡା ଇତି ମଧ୍ୟରେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । one man one post ଢାଞ୍ଚାରେ ବସନ୍ତଙ୍କ ସ୍ଥାନରେ ବିଜେପି ତାହାର ନୂଆ ସଭାପତି ନିଯୁକ୍ତି ଲାଗି ଏକ ପ୍ରକାର ମନସ୍ଥିର କରିସାରିଛି ।

ନିର୍ବାଚନ ବିପର୍ଯ୍ୟୟ ପରେ ରାହୁଳ ଗାନ୍ଧୀ ଯେଭଳି ଏଆଇସିସି ସଭାପତି ପଦରୁ ଇସ୍ତଫା ଦେଲେ ସେହିପରି ନୈତିକ ଦାୟିତ୍ୱ ମୁଣ୍ଡାଇ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଇସ୍ତଫା ଦେଇଛନ୍ତି । ସୋନିଆ ଗାନ୍ଧୀ ଇତି ମଧ୍ୟରେ ଦଳର କେନ୍ଦ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ଅସ୍ଥାୟୀଭାବେ ସମ୍ଭାଳିଥିବାବେଳେ ବିଭିନ୍ନ ରାଜ୍ୟରେ ସଂଗଠନର ପୁର୍ନବିନ୍ୟାସ ହେବାକୁ ଯାଉଛି ।
ଏହି କ୍ରମରେ ନିରଞ୍ଜନ ପୁଣି ପିସିସି ସଭାପତି ରୁହନ୍ତୁ ବୋଲି କିଛି କଂଗ୍ରେସ ନେତା ମତବ୍ୟକ୍ତ କରୁଥିବାବେଳେ ଆଉ କେତେକ ନିଜେ ନୂଆ ସଭାପତି ହେବାପାଇଁ ଲବି ଆରମ୍ଭ କରିଛନ୍ତି । ଏହି କ୍ରମରେ କଂଗ୍ରେସରେ ମଧ୍ୟ ତଳୁ ଉପର ପର୍ଯ୍ୟନ୍ତ ସାଂଗଠନିକ ପୁର୍ନବିନ୍ୟାସ ହେବ । ଏହାଛଡା ବିଭିନ୍ନ ଛାମୁଆ ସଂଗଠନରେ ବି ନୂଆ ନେତା ନେତ୍ରୀଙ୍କୁ ଦେଖିବାକୁ ମିଳିବ । ଅନ୍ୟାନ୍ୟ ପଦ ପଦବୀରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।

ସେହିପରି ବିଜେଡି ମଧ୍ୟ ତାର ସାଂଗଠନିକ ରୂପରେଖ ବଦଳାଇବା ଆରମ୍ଭ କରିଛି। ଅନର୍କ ନେତାଙ୍କୁ ଥଇଥାନ କରି ଅସନ୍ତୁଷ୍ଟ ଗୋଷ୍ଠିଙ୍କୁ ମାନଇବାରେ ସକ୍ଷମ ହୋଇଛନ୍ତି ସୁପ୍ରିମୋ। ଏବେ ଦଳର ଛାମୁଆ ସଂଗଠନ ପାଇଁ ପଦ ପଦବୀ ପୂରଣ ହେବ। ଗତ ନିର୍ବାଚନବେଳେ ବହୁ ନେତାଙ୍କୁ ଦଳୀୟ ପଦ ପଦବୀରେ ନିଯୁକ୍ତି ଦିଆଯାଇଥିଲା । ଏବେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ସରକାରୀ ପଦବୀରେ ନିଯୁକ୍ତି ଦିଆଯାଇଛି । ମୁଣ୍ଡ ଉପରେ ପୌର ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତିପର୍ବ ଚଳାଇଥିବା ପରିପ୍ରେକ୍ଷୀରେ ଗତ ସାଧାରଣ ନିର୍ବାଚନର ସମୀକ୍ଷାକରି ଦଳର ବିଭିନ୍ନ ଛାମୁଆ ସଂଗଠନ ସମେତ ଅନ୍ୟାନ୍ୟ ପଦ ପଦବୀରେ ବ୍ୟାପକ ପରିପବର୍ତ୍ତନ ହେବବୋଲି କୁହାଯାଉଛି ।
Body:ବାଇଟ ଗୋଲକ ମହାପାତ୍ର, ବିଜେପି ମୁଖପାତ୍ର
ବାଇଟ ତାରା ପ୍ରସାଦ ବାହୀନିପତି, କଂଗ୍ରେସ ମୁଖପାତ୍ର
ବାଇଟ ସମୀର ଦାସ, ବିଜେଡି ମୁଖପାତ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.