ETV Bharat / city

ଏଥର 80 ମାର୍କର ପରୀକ୍ଷା ଦେବେ ମାଟ୍ରିକ ପରୀକ୍ଷାର୍ଥୀ

ଆସନ୍ତା ମାଟ୍ରିକ ପରୀକ୍ଷାକୁ ନେଇ ଗଣଶିକ୍ଷା ବିଭାଗର ବଡ ନିଷ୍ପତ୍ତି । ପ୍ରତି ବଷୟ ପାଇଁ 80 ମାର୍କର ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ୫୦ ମାର୍କର ଅବ୍‌ଜେକଟିଭ ଓ ୩୦ ମାର୍କର ସବ୍‌ଜେକଟିଭ ପ୍ରଶ୍ନ ରହିବ । ଅଧିକ ପଢନ୍ତୁ:

author img

By

Published : Jan 3, 2021, 11:04 AM IST

Updated : Jan 3, 2021, 12:08 PM IST

ଏଥର ମାଟ୍ରିକ ପରୀକ୍ଷାରେ  ପ୍ରତି ବଷୟ ପାଇଁ 80 ମାର୍କର ପରୀକ୍ଷା

ଭୁବନେଶ୍ବର: ଆସନ୍ତା ମାଟ୍ରିକ ପରୀକ୍ଷାକୁ ନେଇ ଗଣଶିକ୍ଷା ବିଭାଗର ବଡ ନିଷ୍ପତ୍ତି । ପ୍ରତି ବଷୟ ପାଇଁ 80 ମାର୍କର ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ୫୦ ମାର୍କର ଅବ୍‌ଜେକଟିଭ ଓ ୩୦ ମାର୍କର ସବ୍‌ଜେକଟିଭ ପ୍ରଶ୍ନ ରହିବ । ମାତ୍ର ୧୦୦ ମାର୍କର ମୂଲ୍ୟାୟନ କରାଯିବ । ୮୦ ମାର୍କର ରେଜଲ୍ଟ ଅନୁଯାୟୀ ବଳକା ୨୦ ମାର୍କ ପାଇଁ ଆଭରେଜ ନମ୍ବର ପାଇବେ । ପରୀକ୍ଷା ସରିବାର ୪୫ ରୁ ୫୦ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଏହାସହ ବିଦ୍ୟାଳୟ ଓ ଯୁକ୍ତ ଦୁଇ କଲେଜ ହଷ୍ଟେଲ ଖୋଲିବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ । ସ୍ଥିତିକୁ ଦେଖି ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jan 3, 2021, 12:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.