ETV Bharat / city

ଓଡିଶାରେ ତୃତୀୟ ଘଟଣା: ଦୁଇ ଜଣଙ୍କୁ ନୂଆ ଜୀବନ ଦେଲେ ‘ରାଜଲକ୍ଷ୍ମୀ’ - another dadhichi in odisha

ଆଉ ଜଣେ ଦଧିଚୀ ! ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ମହିଳାଙ୍କ ମସ୍ତିଷ୍କ ମୃତ୍ୟୁ ପରେ ତାଙ୍କର ଅଙ୍ଗଦାନ କରାଯାଇଛି । କଟକ ବଡ ମେଡିକାଲରେ ସଫଳତାର ସହ ପ୍ରତ୍ୟାରୋପଣ କରାଯାଇଛି । ଅଧିକ ପଢନ୍ତୁ...

another dadhichi in odisha
ହାଇଟେକ ମେଡିକାଲରେ ଅଙ୍ଗଦାନ କଲେ ରାଜଲକ୍ଷ୍ମୀ
author img

By

Published : Mar 5, 2020, 9:13 AM IST

Updated : Mar 5, 2020, 11:44 PM IST

ଭୁବନେଶ୍ବର: ଓଡିଶାରେ ତୃତୀୟ ଘଟଣା । ବ୍ରେନଡେଡ୍ ପରେ ଆଉ ଜଣେ ମହିଳାଙ୍କ ଅଙ୍ଗଦାନ । ଯାହାକି ଏକ ମାସ ମଧ୍ୟରେ ରାଜ୍ୟର ତୃତୀୟ ଘଟଣା। ଏହା ସହ ଏସସିବିରେ ଯୋଡା ହେଲା ଆଉ ଏକ ସ୍ବର୍ଣ୍ଣମ ଅଧ୍ୟାୟ । ଅଙ୍ଗଦାନ କରିଥିବା ମହିଳାଙ୍କ ଅଙ୍ଗ କଟକ ବଡ ମେଡିକାଲରେ ସଫଳତାର ସହ ଦ୍ବିତୀୟ ତଥା ଓଡିଶାର ତୃତୀୟ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ଶେଷ ହୋଇଛି ।

ଓଡିଶାରେ ତୃତୀୟ ଘଟଣା: ହାଇଟେକ ମେଡିକାଲରେ ଅଙ୍ଗଦାନ କଲେ ରାଜଲକ୍ଷ୍ମୀ

ସୂଚନା ଅନୁଯାୟୀ, ପୁରୀ ଡେଲାଙ୍ଗ ଅଞ୍ଚଳ ପଟଣପୁର ଗ୍ରାମର ଅଭିମନ୍ୟୁ ଦାସଙ୍କ ସ୍ତ୍ରୀ ରାଜଲକ୍ଷ୍ମୀ, ଗତ 2 ତାରିଖ ଦିନ ବାଇକରେ ଯାଉଥିବାବେଳେ ସେଥିରୁ ପଡିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସେଠାରୁ ଏମ୍ସ ଓ ପରେ ହାଇଟେକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ତାଙ୍କର ମସ୍ତିଷ୍କ ମୃତ (ବ୍ରେନଡେଡ୍‌) ହୋଇଯାଇଥିଲା । ତେବେ ବୁଧବାର ରାତିରେ ତାଙ୍କର ମସ୍ତିଷ୍କ ମୃତ ଥିବା ଡାକ୍ତର କହିବା ପରେ ପରିବାର ସଦସ୍ୟମାନେ ତାଙ୍କର ଅଙ୍ଗଦାନ କରିବାକୁ କହିଥିଲେ । ପରେ ମେଡିକାଲ କର୍ତ୍ତୃପକ୍ଷ ଓଡିଶା ଅଙ୍ଗଦାନ ସମିତି ସହ ଯୋଗାଯୋଗ କରିଥିଲେ।

ପରେ ସେମାନେ ଅନ୍ୟାନ୍ୟ ସରକାରୀ କାର୍ଯ୍ୟପନ୍ଥା ଅବଲମ୍ବନ କରି ମୃତ ବ୍ୟକ୍ତିଙ୍କ ଠାରୁ ଅପରେସନ କରି ତାଙ୍କର କିଡନୀ ବାହାର କରିଥିଲେ । ଦୀର୍ଘ ତିନି ଘଣ୍ଟାର ଅପରେସନ ପରେ ଗୁରୁବାର ସେହି କିଡନୀ ଦୁଇଟିକୁ କଟକ ଏସସିବି ମେଡିକାଲକୁ ଆମ୍ବୁଲାନ୍ସ ଯୋଗେ ପଠାଇ ସେଠାରେ ଚିକିତ୍ସିତ ହେଉଥିବା ମୟୂରଭଞ୍ଜର କିଡନୀ ରୋଗୀ ରିତାମଣି ମହାନ୍ତ ଓ କାମାକ୍ଷାର ରତିକାନ୍ତ ମହାନ୍ତି ଦୁଇ ଜଣଙ୍କ ଦେହରେ ପ୍ରତିରୋପଣ କରାଯାଇଛି । ଏସସିବିର ୟୁରୋଲୋଜି ଓ ନେଫ୍ରୋଲୋଜି ବିଭାଗର 11ଜଣିଆ ବିଶେଷଜ୍ଞ ଦଳ ଏହି କିଡନୀ ପ୍ରତ୍ୟାରୋପଣ କରିଛନ୍ତି ।

ଏହି ଅବସରରେ ତାଙ୍କ ସ୍ବାମୀ ଓ ପରିବାରର ଅନ୍ୟ ସଦସ୍ୟମାନେ ରାଜଲକ୍ଷ୍ମୀଙ୍କ ଅଙ୍ଗ ଅନ୍ୟର ଜୀବନ ବଞ୍ଚାଇବାରେ ସହାୟକ ହୋଇଛି ବୋଲି ଖୁସି ହୋଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ଲକ୍ଷ୍ମୀକାନ୍ତ ଦାସ, କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Mar 5, 2020, 11:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.