ETV Bharat / city

ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ରହିବନି ସମସ୍ୟା - odisha railway issue

ରେଳ ପ୍ରକଳ୍ପ ପାଇଁ ରାଜ୍ୟରେ ଜମି ଅଧିଗ୍ରହଣରେ ରହିବନି ସମସ୍ୟା । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସମୀକ୍ଷା ବୈଠକ । ସେପ୍ଟେମ୍ବର ମାସରେ ଜମି ଅଧିଗ୍ରହଣର ଷ୍ଟାଟସ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେବେ ରାଜ୍ୟ ସରକାର । ଅଧିକ ପଢନ୍ତୁ...

ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ରହିବନି ସମସ୍ୟା

author img

By

Published : Aug 6, 2021, 3:11 PM IST

ଭୁବନେଶ୍ବର: ବିଭିନ୍ନ ସମୟରେ ରେଳ ପ୍ରକଳ୍ପ ପାଇଁ ରାଜ୍ୟରେ ଜମି ଅଧିଗ୍ରହଣରେ ସମସ୍ୟା ସୃଷ୍ଟି ହେଉଛି । ଏହି ସମସ୍ୟା ଯୋଗୁଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଅଧାରେ ଲଟକି ଯାଉଛି । ତେବେ ଏବେ ଆଉ ଜମି ଅଧିଗ୍ରହଣ ନେଇ ରହିବନି ସମସ୍ୟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ସମୀକ୍ଷା ବୈଠକ । ରାଜ୍ୟ ସରକାରଙ୍କ ପକ୍ଷରୁ ଜମି ଅଧିଗ୍ରହଣ ନେଇ ଠୋସ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି ।

ରାଜ୍ୟରେ ଚାଲୁ ରହିଥିବା ବିଭିନ୍ନ ରେଳ ପ୍ରକଳ୍ପର ସମସ୍ୟା ନେଇ ବୈଠକରେ ଆଲୋଚନା ହୋଇଥିଲା । ଯେଉଁ ଯେଉଁ ସ୍ଥାନରେ ଜମି ଅଧିଗ୍ରହଣ ସମସ୍ୟା ରହିଛି ତାକୁ ସମାଧାନ କରି ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଠି ଆର୍ଥିକ ସମସ୍ୟା ଦେଖାଯାଉଛି ତାକୁ ମଧ୍ୟ ତ୍ୱରାନ୍ୱିତ କରାଯିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗୀତାରେ ଅଧା ଥିବା ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏହା ସହ ସେପ୍ଟେମ୍ବର ମାସରେ ଜମି ଅଧିଗ୍ରହଣର ଷ୍ଟାଟସ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେବେ ରାଜ୍ୟ ସରକାର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.