ETV Bharat / city

ସୁନ୍ଦରଗଡରେ ହେବ ମେଡିକାଲ କଲେଜ, ଚାଲିଛି ପ୍ରସ୍ତୁତି: ସ୍ବାସ୍ଥ୍ୟମନ୍ତ୍ରୀ - ଆସନ୍ତା ବର୍ଷରୁ ସୁନ୍ଦରଗଡରେ ମଡିକାଲ କଲେଜ

ସୁନ୍ଦରଗଡରେ ଆସନ୍ତାବର୍ଷ ଠାରୁ କାର୍ଯ୍ୟକ୍ଷମ ହେବ ମେଡିକାଲ କଲେଜ। ୨୦୨୨-୨୩ ବର୍ଷରୁ ହେବ ନାମ ଲେଖା । ପ୍ରଥମ ପର୍ଯ୍ୟାୟରେ 100 ଟି MBBS ସିଟ ଓ 500 ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି । ଅଧିକ ପଢନ୍ତୁ...

Sundergarh medical college
Sundergarh medical college
author img

By

Published : Sep 6, 2021, 2:15 PM IST

Updated : Sep 6, 2021, 4:59 PM IST

ଭୁବନେଶ୍ବର: ଆସନ୍ତାବର୍ଷ ଠାରୁ କାର୍ଯ୍ୟକ୍ଷମ ହେବ ସୁନ୍ଦରଗଡ ମେଡିକାଲ କଲେଜ। ୨୦୨୨-୨୩ ବର୍ଷରୁ ହେବ ନାମ ଲେଖା । ପ୍ରଥମ ପର୍ଯ୍ୟାୟରେ 100 ଟି MBBS ସିଟ ଓ 500 ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି । ମେଡିକାଲ କଲେଜ 271 ଜଣ କର୍ମଚାରୀଙ୍କୁ ନେଇ କାର୍ଯ୍ୟକ୍ଷମ ହେବ ।

ସୁନ୍ଦରଗଡରେ ହେବ ମେଡିକାଲ କଲେଜ, ଚାଲିଛି ପ୍ରସ୍ତୁତି: ସ୍ବାସ୍ଥ୍ୟମନ୍ତ୍ରୀ

ଏନେଇ ଆଜି ବିଧାନସଭାରେ ବିବୃତି ରଖି କହିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ । ମନ୍ତ୍ରୀଙ୍କ ସୂଚନା ଅନୁସାରେ ଏନଟିପିସି ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ଏହି ମେଡିକାଲ କଲେଜ ନିର୍ମାଣ ହେଉଛି । ଏଥିପାଇଁ ଚଳିତ ସେପ୍ଟେମ୍ବର 26 ସୁଦ୍ଧା ସରକାର ମେଡିକାଲ କଲେଜ ସିଟ ପାଇଁ ଏମସିଆଇକୁ ଆବେଦନ କରିବେ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।

ଏହାବାଦ ସୁନ୍ଦରଗଡରେ ରାଜ୍ୟର ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ନେଇ ମନ୍ତ୍ରୀ କହିଛନ୍ତି 5 ବର୍ଷ ହେଲା କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଇ ନାହାଁନ୍ତି । ରାଜ୍ୟରେ ଦ୍ଵିତୀୟ ଏମ୍ସ ସ୍ଥାପନ ପାଇଁ ରାଜ୍ୟ ସରକାର 200 ଏକର ଜମି ସମେତ ଡିଏମଏଫ ଫଣ୍ଡରୁ ଟଙ୍କା ଓ ସମସ୍ତ ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଗୃହରେ କହିଛନ୍ତି ମନ୍ତ୍ରୀ ନବ ଦାସ ।

ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

Last Updated : Sep 6, 2021, 4:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.