ଭୁବନେଶ୍ବର: ଦେଶରେ କମୁଛି ମହାମାରୀ କୋରୋନା ଦ୍ବିତୀୟ ଲହରୀର ଭୟାବହତା । ମାତ୍ର ଚିନ୍ତା ବଢାଇଛି ନୂଆ ଭ୍ୟାରିଆଣ୍ଟ । କାରଣ କିଛି ଦିନରୁ ଦେଶରେ ସାମ୍ନାକୁ ଆସିଥିବା ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟରେ ମାମଲାରେ କ୍ରମାଗତ ବୃଦ୍ଧି ପରିଲକ୍ଷିତ ହେଉଛି ।
18 ଜିଲ୍ଲାରୁ ସାମ୍ନାକୁ ଆସିଛି ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟର 50 ମାମଲା । ଏଥିରୁ ଓଡିଶାର ଗୋଟିଏ ମାମଲା ଥିବା ସ୍ବାସ୍ଥ୍ୟ ବିଭାଗର ରିପୋର୍ଟରୁ ସ୍ପଷ୍ଟ ହୋଇଛି । ସର୍ବାଧିକ ମହାରାଷ୍ଟ୍ରରେ ଡେଲ୍ଟା ପ୍ଲସ ରୋଗୀ ଚିହ୍ନଟ ହୋଇଛନ୍ତି ।
ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରରେ 20, ମଧ୍ୟପ୍ରଦେଶରେ 7, ତାମିଲନାଡୁରେ 9ଟି ମାମଲା ସାମ୍ନାକୁ ଆସିଛି । ସେହିପରି ପଞ୍ଜାବ-ଗୁଜୁରାଟରୁ 2-2, କେରଳରୁ 3, ଆନ୍ଧ୍ରପ୍ରଦେଶରୁ ଗୋଟିଏ ମାମଲା ଚିହ୍ନଟ ହୋଇଛି ।
ବର୍ତ୍ତମାନସୁଦ୍ଧା ଦେଶରେ 2 ଡେଲ୍ଟା ପ୍ଲସ ରୋଗୀଙ୍କ ମୃତ୍ୟୁ ହୋଇସାରିଛି । ମହାରାଷ୍ଟ୍ରରେ ଡେଲଟା ପ୍ଲସ ଭ୍ୟାରିଆଣ୍ଟରେ ଆକ୍ରାନ୍ତ 80 ବର୍ଷୀୟ ବୃଦ୍ଧଙ୍କ ଦେହାନ୍ତ ହୋଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ