ନୂଆଦିଲ୍ଲୀ: ଓଡିଶାରେ ଜାତୀୟ ରାଜପଥ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି କେନ୍ଦ୍ର ସଡକ ଓ ରାଜମାର୍ଗ ମନ୍ତ୍ରୀ ନିତୀନ ଗଡକରୀ । ଏହି ଅବସରରେ ଗଡକରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଏହି ସମୀକ୍ଷା ବୈଠକ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ହୋଇଛି । ଏହି ବୈଠକରେ ରାଜ୍ୟରେ ହୋବାକୁ ଥିବା ବିଭିନ୍ନ ରାଜପଥ ପ୍ରକଳ୍ପ ପ୍ରସଙ୍ଗରେ ଆଲୋଚନା ହୋଇଛି ।
ପାରାଦୀପ-ବଡବିଲ 300 କିଲୋମିଟର ରାଜପଥକୁ 8 ଲେନରେ ପରିଣତ କରାଯିବ । ଏହା କେନ୍ଦୁଝର ଖଣିଜ ପରିବହନ ପାଇଁ ଏହା ସହାୟକ ହେବ । ଏହାସହ ଭୁବନେଶ୍ୱର ରିଙ୍ଗ ରୋଡ୍ ଉପରେ ଆଲୋଚନା ହୋଇଛି। ସେହିପରି ବହୁପ୍ରତିକ୍ଷୀତ ପ୍ରସ୍ତାବିତ ଗୋପାଳପୁର-ଦିଘା 400 କିମିରୁ ଉର୍ଦ୍ଧ୍ବ କିମିରେ ନିର୍ମିତ ହେବାକୁଥିବା ଉପକୂଳ ରାଜପଥ ପ୍ରକଳ୍ପ ଆରମ୍ଭ ଦିବରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଛି । ଏଥିପାଇଁ ରାଜ୍ୟ ସରକାର ଏନଓସି ଦେଲେ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିବା ଜଣାପଡିଛି ।
ଆଜିର ଏହି ବୈଠକରେଏଥିରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଏମଏସେମି ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ । 5ଟି ସଚିବ ଭିକେ ପାଣ୍ଡିଆନ ଓ ଉଭୟ କେନ୍ଦ୍ର ରାଜ୍ୟ ସରକାରଙ୍କ ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ