ETV Bharat / city

ପଛୁଆ ବର୍ଗଙ୍କୁ ସଂରକ୍ଷଣ ସୁବିଧା ନଦେବା ପାଇଁ ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର: ବିଜେପି

କ୍ୟାବିନେଟରେ ସଂରକ୍ଷଣ 50 ପ୍ରତିଶତ ସୀମା ସହ ପଞ୍ଚାୟତ ଓ ପୌର ନିର୍ବାଚନ କରିବା ପାଇଁ ସ୍ଥିର କରିଛନ୍ତି । ରାଜ୍ୟ ସରକାର ଯୋଜନାବଦ୍ଧ ଭାବେ ଏହି ବର୍ଗଙ୍କୁ ଉପେକ୍ଷା କରି ଚାଲିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଅଧିକ ପଢନ୍ତୁ...

OBCଙ୍କୁ ଉପେକ୍ଷା କରୁଛି ରାଜ୍ୟ ସରକାର: ବିଜେପି

author img

By

Published : Sep 3, 2021, 6:53 PM IST

ଭୁବନେଶ୍ବର: 1996 ମସିହା ପର ଠାରୁ 27 ପ୍ରତିଶତ ସଂରକ୍ଷଣ ସହ ନିର୍ବାଚନ ହେଉଛି । କିନ୍ତୁ, ଆଗାମୀ ନିର୍ବାଚନରେ ପଛୁଆ ବର୍ଗର ଲୋକମାନେ ମାତ୍ର 11.25 ପ୍ରତିଶତ ସଂରକ୍ଷଣ ପାଇବେ । କ୍ୟାବିନେଟରେ ସଂରକ୍ଷଣ 50 ପ୍ରତିଶତ ସୀମା ସହ ପଞ୍ଚାୟତ ଓ ପୌର ନିର୍ବାଚନ କରିବା ପାଇଁ ସ୍ଥିର କରିଛନ୍ତି । ରାଜ୍ୟ ସରକାର ଯୋଜନାବଦ୍ଧ ଭାବେ ଏହି ବର୍ଗଙ୍କୁ ଉପେକ୍ଷା କରି ଚାଲିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

OBCଙ୍କୁ ଉପେକ୍ଷା କରୁଛି ରାଜ୍ୟ ସରକାର: ବିଜେପି

ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ କହିଛନ୍ତି ଯେ, ଜାତୀୟ ପଛୁଆ ବର୍ଗ କମିଶନ ଓଡିଶା ଗସ୍ତରେ ଆସିଛନ୍ତି । 3 ଥର ଏଗଜାମିନ କରୁଛୁ ବୋଲି ରାଜ୍ୟ ସରକାର କହି ସାରିଲେଣି । ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେବା ପାଇଁ ରାଜ୍ୟ ସରକାରଙ୍କର ଆନ୍ତରିକତା ନାହିଁ । କିଛି ନିର୍ଦ୍ଦିଷ୍ଟ ବର୍ଗର ବ୍ୟକ୍ତି ଶାସନ ଚଲେଇ ଆସିଛନ୍ତି । ଓବିସି ଫାଇନାନ୍ସ କମିଶନରେ ଆର୍ଥିକ ସହାୟତା ଦେଉନାହାନ୍ତି, ଏବେ କ୍ରିମି ଲେୟାର କଥା କହୁଛନ୍ତି । ମଣ୍ଡଳ କମିଶନ ଜାତି ଆଧାରିତ କଥା କହିଛନ୍ତି । କିନ୍ତୁ ରାଜ୍ୟ ସରକାର ଅର୍ଥନୈତିକ କଥା କହୁଛନ୍ତି । କେମିତି ପଛୁଆ ବର୍ଗଙ୍କୁ ସଂରକ୍ଷଣ ସୁବିଧା ନମିଳିବ ସେନେଇ ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର ।

ସୁପ୍ରିମକୋର୍ଟରେ କାହାକୁ ଓକିଲ ଦେଇଥିଲେ ରାଜ୍ୟ ସରକାର, କଣ ଯୁକ୍ତି ଉପସ୍ଥାପନା କଲେ? ଏକଥା ଅଢ଼େଇ କୋଟି ଲୋକଙ୍କର ଜାଣିବାର ଅଧିକାର ଅଛି । ଏହି ବର୍ଗର ଲୋକ ମାନଙ୍କୁ ଆଉ ଭୁଆଁ ବୁଲାଇ ପାରିବେନି ରାଜ୍ୟ ସରକାର । ଏହା ବିରୋଧରେ ଜନ ଜାଗରଣ ସୃଷ୍ଟି କରିବ ବିଜେପି । ରାଜ୍ୟରେ କେଉଁ କେଉଁ ଜାତି ପଛୁଆ ବର୍ଗର ତାହା ଗଣନା କରାଯାଇ ନାହିଁ । କେବଳ ପଞ୍ଚାୟତ ନିର୍ବାଚନ ବୈତରଣୀ ପାରି ହେବା ପାଇଁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର ବୋଲି ବିଜେପି ଅଭିଯୋଗ କରିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.