ଭୁବନେଶ୍ବର : ପିଲାଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୁନିକୁନି ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏ ଦିଗରେ ଏକ ଛୋଟ ପ୍ରୟାସ କରିଛି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ।
ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ପାଣି ଟାଙ୍କି ବସ୍ତିର କୁନିକୁନି ପିଲା ମାନଙ୍କୁ ଆଜି ସ୍ୱତନ୍ତ୍ର ବସ୍ ଯୋଗେ ‘କଳାଭୂମି’ ବୁଲି ଦେଖେଇଛି ଓଟିଡିସି । ସେଠାରେ ଓଡ଼ିଶାର ଗୌରବମୟ କଳା, ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଅବଗତ କରାଯାଇଥିଲା । କଳାଭୂମି ପରିସରରେ ବିିଭିନ୍ନ କାରୁକାର୍ଯ୍ୟ ବୁଲି ଦେଖିଥିଲେ ପିଲାମାନେ ।
ଏଭଳି କାର୍ଯ୍ୟକ୍ରମ ଦ୍ୱାରା ବସ୍ତିରେ ରହୁଥିବା କୁନିକୁନି ପିଲାମାନେ ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଜାଣିବାର ସୁଯୋଗ ପାଇପାରିବେ ବୋଲି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ କହିଛନ୍ତି । ଆଗକୁ ଅନ୍ୟ ବସ୍ତିରେ ରହୁଥିବା ପିଲାଙ୍କୁ ବୁଲାଇବା ଲାଗି ଓଟିଡିସି ପକ୍ଷରୁ ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀମୟୀ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ