ETV Bharat / city

ଆରମ୍ଭ ହେଲା ଶିଖରଚଣ୍ଡି ଶ୍ମଶାନ, ଗ୍ୟାସୀୟ ଇନ୍ଧନରେ ହେବ ଦାହ - crematorium ground in bbsr

ସ୍ମାର୍ଟସିଟିରେ ଅନ୍ତିମ ସଂସ୍କାର ପାଇଁ ଆରମ୍ଭ ହେଲା ସ୍ମାର୍ଟ ବ୍ୟବସ୍ଥା । ଗ୍ୟାସରେ ଦାହ ହୋଇପାରିବ ମୃତଦେହ । ଅଧିକ ପଢନ୍ତୁ...

ଆରମ୍ଭ ହେଲା ଶିଖରଚଣ୍ଡି ସ୍ମଶାନ, ଗ୍ୟାସିୟ ଇନ୍ଧନରେ ହେବ ଦାହ

author img

By

Published : May 28, 2021, 9:48 PM IST

ଭୁବନେଶ୍ବର: ସ୍ମାର୍ଟସିଟିରେ କମିବ ଅନ୍ତିମ ସଂସ୍କାର ଜନିତ ଚାପ । ଆରମ୍ଭ ହେଲା ଏଲପିଜି ଇନ୍ଧନ ଯୁକ୍ତ ଦାହ ବ୍ୟବସ୍ଥା । ଭୁବନେଶ୍ବରରେ ଦାହ ପ୍ରକ୍ରିୟାରେ ଯୋଡି ହେଲା ଆଉ ଏକ ନୂଆ ଠିକଣା । ଭୁବନେଶ୍ବର ମହାନଗର ନିଗମ ନର୍ଥ ଜୋନ ଅନ୍ତର୍ଗତ ଜଳି ମୁଣ୍ଡା ସାହି (ଖ) ଠାରେ ଶୁକ୍ରବାର ଆରମ୍ଭ ହୋଇଛି ଗ୍ୟାସିୟ ଇନ୍ଧନ ଯୁକ୍ତ ଶ୍ମଶାନରେ ମୃତଦେହ ଦାହ ବ୍ୟବସ୍ଥା।

ଆରମ୍ଭ ହେଲା ଶିଖରଚଣ୍ଡି ସ୍ମଶାନ, ଗ୍ୟାସିୟ ଇନ୍ଧନରେ ହେବ ଦାହ

ପଦ୍ମାଳୟ ଏଣ୍ଟରପ୍ରାଇଜକୁ ଏହାର ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ଦାୟିତ୍ବ ୫ ବର୍ଷ ପାଇଁ ଦିଆଯାଇଥିବା ବେଳେ ବର୍ତ୍ତମାନ ସ୍ଥିତିରେ ଦୈନିକ ପରିଚାଳନା ବିଏମସି ଦ୍ବାରା କରାଯାଉଛି। ଏହାର ଦୈନିକ କ୍ଷମତାରେ ୭ ରୁ ୮ ଟି ମୃତଦେହ ଦାହ କରାଯାଇପାରିବ। ଗୋଟିଏ ମୃତଦେହକୁ ଦାହ କରିବାକୁ ୨ ରୁ ୩ ଘଣ୍ଟା ସମୟ ଲାଗିବ। ଗୋଟିଏ ମୃତଦେହକୁ ଦାହ କରିବା ପାଇଁ ୧୨ ରୁ ୧୪ କିଲୋଗ୍ରାମ ଗ୍ୟାସ ଆବଶ୍ୟକ ହେବ। ତେବେ ଏହି ବ୍ୟବସ୍ଥାରେ ଦାହ ପାଇଁ ଖର୍ଚ୍ଚ କମ ହେବ ବୋଲି ଆକଳନ କରିଛି ବିଏମସି। ଏହି ନୂତନ ଗ୍ୟାସ ଚୁଲାର କ୍ଷମତା ୮ ଫୁଟ ୧୨ ଫୁଟ।

ଏହାର ନିର୍ମାଣ ରେ ୫୨.୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।ବର୍ତ୍ତମାନ ରାଜଧାନୀ ଭୁବନେଶ୍ବରରେ ସତ୍ୟ ନଗର ସ୍ମଶାନ କାର୍ଯ୍ୟକ୍ଷମ ରହିଛି, ଏଠାରେ ଦୈନିକ ୫୦ରୁ ଉର୍ଦ୍ଧ୍ବ କୋଭିଡ ଆକ୍ରାନ୍ତଙ୍କ ମୃତଦାହ କରାଯାଉଛି। ପୂର୍ବରୁ ଭରତପୁରରେ ମଧ୍ୟ କାର୍ଯ୍ୟକ୍ଷମ ହେଉଛି କାଠ ଚୁଲା ଦାହ ବ୍ୟବସ୍ଥା। ଏବେ ଭୁବନେଶ୍ବରରେ ବିଏମସି ପକ୍ଷରୁ ୩ ଟି ଶ୍ମଶାନରେ ଏହି ପ୍ରଣାଳୀରେ ଦାହ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ବେହେରା , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.