ETV Bharat / city

ଦିଲ୍ଲୀ ହିଂସାକୁ ନେଇ ପ୍ରତିକ୍ରିୟା ରଖିଲେ ବିଜେପି-ବିଜେଡି ଓ କଂଗ୍ରେସ - ଟ୍ରାକ୍ଟର ରାଲିକୁ ବିଭିନ୍ନ ରାଜନୈତିକ ଦଳର ପ୍ରତିକ୍ରିୟା

ଜାନୁଆରୀ ୨୬ ତାରିଖରେ ହୋଇଥିବା କୃଷକ ଟ୍ରାକ୍ଟର ରାଲିରେ ହିଂସାକୁ ନେଇ ବିଭିନ୍ନ ଦଳ ପକ୍ଷରୁ ନିନ୍ଦା କରାଯାଇଛି । ରାଜ୍ୟ ବିଜେପି ଏହାରୁ ସମାଲୋଚନା କରିବା ସହ ଏଥିପାଇଁ କଂଗ୍ରେସକୁ ଦାୟୀ କରିଥିବା ବେଳେ କଂଗ୍ରେସ ଏହି ହିଂସାକୁ ନିନ୍ଦା କରିବା ସହ କୃଷକଙ୍କ ସମାମ୍ୟାର ତୁରନ୍ତ ସମାଧାନ ପାଇଁ ଦାବି କରିଛି । ସେପଟେ ବିଜେଡି ମଧ୍ୟ ଏହାର କଡା ବିରୋଧ କରିଛି । ଅଧିକ ପଢନ୍ତୁ...

ଦୀଲ୍ଲିରେ ଟ୍ରାକ୍ଟର ରାଲିକୁ ଓଡିଶାର ବିଭିନ୍ନ ରାଜନୈତିକ ଦଳର ପ୍ରତିକ୍ରିୟା

author img

By

Published : Jan 27, 2021, 7:14 PM IST

Updated : Jan 27, 2021, 11:00 PM IST

ଭୁବନେଶ୍ବର: ଜାନୁଆରୀ ୨୬ ତାରିଖରେ ହୋଇଥିବା କୃଷକ ଟ୍ରାକ୍ଟର ରାଲିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ସେ କହିଛନ୍ତି ଯେ, ଏହି ଆନ୍ଦୋଳନ ଦୁର୍ଭାଗ୍ୟ ଜନକ, ଯେଉଁ ଭଳି ଭାବରେ ଦିଲ୍ଲୀରେ ଆତଙ୍କରାଜ ସୃଷ୍ଟି ହେଲା ତାହା ସାରା ବିଶ୍ଵରେ ଭାରତର ଛବିକୁ ବଦନାମ କରିଛି । ଏହାସହ ପୋଲିସ ଉପରେ ଟ୍ରାକ୍ଟର ଚଢାଇବା ଏବଂ ମାଡ ମାରିବା ଘଟଣାକୁ ନିନ୍ଦା କରିଛନ୍ତି କୃଷକ ମୋର୍ଚ୍ଚା ସଭାପତି । ଜାତୀୟ ପତାକାକୁ ଅସମ୍ମାନ କରିବା ଭଳି ଘଟଣା ସାମ୍ନାକୁ ଆସିଛି, ଏହା ପଛରେ କଂଗ୍ରେସ ଓ ବାମ ଦଳ ଦାୟୀ ବୋଲି ସେ କହିଛନ୍ତି।

ଦୀଲ୍ଲିରେ ଟ୍ରାକ୍ଟର ରାଲିକୁ ଓଡିଶାର ବିଭିନ୍ନ ରାଜନୈତିକ ଦଳର ପ୍ରତିକ୍ରିୟା
ସେପଟେ ବିଜେଡି ମଧ୍ୟ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି । ବିଜେଡି ସାସଂଦ ଅମର ଶତପଥି କହିଛନ୍ତି ଯେ, ଗତକାଲି ଯାହା ଘଟିଲା ତାହା ଦୁର୍ଭାଗ୍ଯଜନକ । କୌଣସି ପରିସ୍ଥିତିରେ ହିଂସାକୁ ପ୍ରଶ୍ରୟ ଦିଆଯାଇ ପାରିବ ନାହିଁ । ସେ ଆହୁରି ମଧ୍ୟ କହିଛିନ୍ତି, ସ୍ଵାମିନାଥନ କମିଟି ସୁପାରିଶ ଅନୁଯାୟୀ ଚାଷୀଙ୍କ ଆୟ ଦ୍ଵିଗୁଣିତ କରିବା ପାଇଁ ଯାହା କରିବା କଥା କରାଯାଉ । ଏ ସମସ୍ୟା ଯେତେ ଶୀଘ୍ର ସମାଧାନ ହେବ ଦେଶ ପାଇଁ ଭଲ,ଚାଷୀଙ୍କ ପାଇଁ ମଧ୍ୟ ଭଲ ।

ସେହିପରି କଂଗ୍ରେସ ବିଧାୟକ ସୁର ରାଉତରାୟ ଲାଲକିଲା ଉପରେ ଚଢି ଜାତୀୟ ପତାକାର ଅପମାନ କରିବାକୁ ଘୋର ବିରୋଧ କରିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ କୃଷକ ଆନ୍ଦୋଳନକୁ ସମର୍ଥନ ଦେଇଆସୁଥିଲା ସତ କିନ୍ତୁ, ଏପରି ହିଂସାର କେବେବି ସମର୍ଥନ କରିବ ନାହିଁ । କୃଷକ ମାନଙ୍କ କଥା ତୁରନ୍ତ ଶୁଣି କୌଣସି ଏକସମାଧାନ ବାହାର କରିବାକୁ ପ୍ରଧାନ ମନ୍ତ୍ରୀଙ୍କୁ ଅତି କଟୁ ଭାଷାରେ ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ ଏବଂ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Jan 27, 2021, 11:00 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.