ETV Bharat / city

ପୁନଃଉଦ୍ଧାର ହେବ ନୟାପଲ୍ଲୀର ସର୍ବପୁରାତନ ଜଳାଶୟ; ଖର୍ଚ୍ଚ ହେବ ସାଢ଼େ 3 କୋଟି

ଭୁବନେଶ୍ବରରେ ପୁନଃଉଦ୍ଧାର ହେବ ନୟାପଲ୍ଲୀର ସର୍ବପୁରାତନ ଜଳାଶୟ, ଏଥି ପାଇଁ ଖର୍ଚ୍ଚ ହେବ ସାଢ଼େ 3 କୋଟି ଟଙ୍କା । ଏଥି ସହ ଏହାର ସୌନ୍ଦର୍ଯ୍ୟକରଣ କରାଯିବ । ଏହି ପୁନଃଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା । ଅଧିକ ପଢନ୍ତୁ...

ପୁନଃଉଦ୍ଧାର ହେବ ନୟାପଲ୍ଲୀର ସର୍ବପୁରାତନ ଜଳାଶୟ; ଖର୍ଚ୍ଚ ହେବ ସାଢ଼େ 3 କୋଟି
ପୁନଃଉଦ୍ଧାର ହେବ ନୟାପଲ୍ଲୀର ସର୍ବପୁରାତନ ଜଳାଶୟ; ଖର୍ଚ୍ଚ ହେବ ସାଢ଼େ 3 କୋଟି
author img

By

Published : Apr 29, 2021, 6:48 AM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ରହିଛି ଅନେକ ପୁରାତନ ଜଳାଶୟ । ଯାହା ରାଜଧାନୀବାସୀଙ୍କ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । କିନ୍ତୁ ତେବେ ପ୍ରଶାସନିକ ଅବହେଳାରୁ ବିଲୁପ୍ତ ହେବାକୁ ବସିଛି ଅନେକ ପୁରାତନ ଜଳାଶୟ ଓ ଆଉ କିଛି ଜବରଦଖଲ ମଧ୍ୟ ହୋଇଛି । ତେବେ ଖୁସିର କଥା କି, ଏହି ଜଳାଶୟ ଗୁଡ଼ିକର ଏବେ ପୁନଃଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଛି ।

ପୁନଃଉଦ୍ଧାର ହେବ ନୟାପଲ୍ଲୀର ସର୍ବପୁରାତନ ଜଳାଶୟ; ଖର୍ଚ୍ଚ ହେବ ସାଢ଼େ 3 କୋଟି
ପୁନଃଉଦ୍ଧାର ହେବ ନୟାପଲ୍ଲୀର ସର୍ବପୁରାତନ ଜଳାଶୟ; ଖର୍ଚ୍ଚ ହେବ ସାଢ଼େ 3 କୋଟି

ନୟାପଲ୍ଲୀ ଅଞ୍ଚଳର ଜୀବନଧାରା ସହ ଜଡ଼ିତ ରହିଆସିଥିବା ସର୍ବପୁରାତନ ଜଳାଶୟକୁ ପୁନଃଉଦ୍ଧାର କରାଯିବ । ଏଥି ସହ ଏହାର ସୌନ୍ଦର୍ଯ୍ୟକରଣ କରାଯିବ । ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ସାଢ଼େ ୩ କୋଟି ଟଙ୍କା । ଏହି ପୁନଃଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ।

ଏହି ଜନକଲ୍ୟାଣକାରୀ କାର୍ଯ୍ୟକୁ ଶୁଭାରମ୍ଭ କରିବା ସହ ବହୁତ ଶୀଘ୍ର ଜବରଦଖଲ ହୋଇରହିଥିବା ବଳକା ଜମିକୁ ମୁକ୍ତ କରାଯିବ ଓ ଏହି ସ୍ଥାନରେ ଏକ ଅତ୍ୟାଧୁନିକ ପାର୍କ ନିର୍ମାଣ କରାଯିବ ବୋଲି ଅନନ୍ତ ଘୋଷଣା କରିଛନ୍ତି । କାର୍ଯ୍ୟକ୍ରମରେ ବିଜେଡିର ଯୁବ ନେତା ତଥା ସମାଜସେବୀ ଅର୍ଜ୍ଜୁନ ବେହେରା, ପୂର୍ବତନ କର୍ପୋରେଟର ନବକିଶୋର ବେହେରା, ଅଞ୍ଚଳର ଲୋକପ୍ରତିନିଧି, ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନି ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.