ଭୁବନେଶ୍ବର : ଆସନ୍ତା ୨୬ରେ ନବୀନ ନିବାସ ଘେରିବେ ଓଡିଶା ଦୋଳି ଓ ମୀନାବଜାର ମହାସଂଘ । ପୁଣି ଥରେ ଦୋଳି ଓ ମୀନାବଜାର ବ୍ୟବସାୟ ଚାଲୁ ହେଉ ଏହି ଦାବି ନେଇ ଗାନ୍ଧୀ ମାର୍ଗରେ ୧୫ ଦିନର ଧାରଣାରେ ବସିବେ ଦୋଳି ଓ ମୀନାବଜାର ମହାସଂଘ । କଟକଣା ଭିତରେ ଦୋକାନ ବଜାର ସିନେମା ହଲ ପରି ଅନେକ ସଂସ୍ଥା ଖୁସି ଥିବାବେଳେ ତାଙ୍କୁ କାହିଁକି ସରକାର ଅନୁମତି ମିଳୁନି ବୋଲି ଦାବି କରି ବ୍ୟବସାୟ ସଂଘ ଉଦବେଗ ପ୍ରକାଶ କରିଛି ।
କାରଣ ଏମାନେ ସ୍ୱଳ୍ପ ବ୍ୟବସାୟ ହୋଇଥିବାବେଳେ କେଉଁଠି କେମିତି ଏମାନଙ୍କ ବଜାର ଓ ଦୋଳି ପଡିଲେ ଏମାନଙ୍କ ଘର ଚାଲେ। କିନ୍ତୁ ଏଯାବତ ରାଜ୍ୟ ସରକାର ସେମାନଙ୍କୁ ଅନୁମତି ହେଉନଥିବାରୁ ଜୀବନ ଜୀଵିକା ନେଇ ହତାଶ ବ୍ୟବସାୟୀ । ଯାହାକୁ ନେଇ ନା ଖାଇବାକୁ ଏମାନଙ୍କ ପାଖରେ ପଇସାଟିଏ ଅଛି ନା ଘର ଚଳାଇବା ପାଇଁ । ୧୦ ମାସରୁ ଊର୍ଦ୍ଧ୍ବ ହେବ ବ୍ୟବସାୟୀମାନେ ବେପାର ନକରି ନିରାଶ ହୋଇପଡିଛନ୍ତି । ସବୁଠାରୁ ବଡ଼କଥା ପରିବାର ଚଳାଇବା ପାଇଁ ସେମାନଙ୍କ ପାଖେ ଆଉ ସମ୍ବଳ ନାହିଁ । ତେଣୁ ବିକ୍ଷୋଭ ପରେ ଯଦି ସରକାର ସେମାଙ୍କୁ ଅନୁମତି ନ ଦିଅନ୍ତି, ତେବେ ମାର୍ଚ୍ଚ ୨୬ ତାରିଖରେ ପରିବାର ସହ ଯାଇ ନବୀନ ନିବାସ ଆଗରେ ଧାରଣାରେ ବସିବେ ଆଉ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିିଭି ଭାରତ