ଭୁବନେଶ୍ବର: ଆଜି ଛୁଟି ନେଇପାରିବେନାହିଁ ଗଣଶିକ୍ଷା ବିଭାଗର କୌଣସି କର୍ମଚାରୀ। ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ଏପରି ନିର୍ଦ୍ଦେଶନାମା ଜାରି କରିଥିବା ଜଣାପଡିଛି ।
ଅନାବଶ୍ୟକ ଭାବେ କେହି କର୍ମଚାରୀ ଛୁଟି ନେଇ ପାରିବେ ନାହିଁ । ନିହାତି ଆବଶ୍ୟକ ହେଲେ ଜରୁରୀ ପରିସ୍ଥିତିରେ ଛୁଟି ନେବାକୁ ମିଳିବ ଅନୁମତି । ମାର୍ଚ୍ଚରେ ସମସ୍ତ ଶନିବାର ଓ ରବିବାର ମଧ୍ୟ ଖୋଲା ରହିବ ବିଭାଗୀୟ ନିର୍ଦ୍ଦେଶାଳୟ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ