ETV Bharat / city

ପ୍ରଥମ ଥର ଲୋକସେବା ଭବନରେ ବସିଲା ବିଧାନସଭା, ପାରିତ ହେଲା ବ୍ୟୟ ମଞ୍ଜୁରୀ ବିଲ୍‌

ଲୋକସେବା ଭବନରେ ପାରିତ ହେଲା ୨୦୨୦-୨୧ର ପୂର୍ଣ୍ଣାଙ୍ଗ ବଜେଟ । ଏହି ଆର୍ଥିକ ବର୍ଷ ନିମନ୍ତେ ମୋଟ ୧ଲକ୍ଷ ୫୫ ହଜାର ୯୬୩କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଏହି ବୈଠକରେ ସରକାର ବିରୋଧୀ ଦଳଙ୍କୁ ସାଙ୍ଗରେ ନେଇ କୋରୋନା ବିରୋଧରେ ଲଢେଇ କରିବା ପାଇଁ କହିଛନ୍ତି ।

Od_bbs_01_bidhansabha_avb_7202263
ପାରିତ ହେଲା ୨୦୨୦-୨୧ର ପୂର୍ଣ୍ଣାଙ୍ଗ ବଜେଟ, ୧ଲକ୍ଷ ୫୫ ହଜାର ୯୬୩କୋଟି ଟଙ୍କାର ବ୍ୟୟବରାଦ
author img

By

Published : Mar 30, 2020, 1:30 PM IST

Updated : Mar 30, 2020, 7:15 PM IST

ଭୁବନେଶ୍ବର: ପ୍ରଥମ ଥର ପାଇଁ ଲୋକସେବା ଭବନରେ ବସିଥିବା ବିଧାନସଭା ଅଧିବେଶନରେ 2020-21 ବ୍ୟୟ ମଞ୍ଜୁରୀ ବିଲ୍‌ ପାରିତ ହୋଇଛି । 1 ଲକ୍ଷ 55 ହଜାର 963 କୋଟି 26 ଲକ୍ଷ 11 ହଜାର ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବା ସହିତ ଆଜି ବିଧାନସଭାର ବଜେଟ୍ ଅଧିବେଶନ ଶେଷ ହୋଇଛି ।

ଲୋକସେବା ଭବନରେ ପାରିତ ହେଲା ୨୦୨୦-୨୧ର ପୂର୍ଣ୍ଣାଙ୍ଗ ବଜେଟ

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ଇତିହାସରେ ପ୍ରଥମ ଥର ପାଇଁ ଆଜି ବିଧାନସଭା ବୈଠକ ଲୋକସେବା ଭବନ ସମ୍ମେଳନ କକ୍ଷରେ ଅନୁଷ୍ଠିତ ହୋଇଥିଲା । ତେବେ କୋରୋନା ମୁକାବିଲା ପାଇଁ ବ୍ୟୟ ମଞ୍ଜୁରୀ ବିଲ ଗୃହରେ ପାରିତ ହେବା ସମୟରେ ଦେଖିବାକୁ ମିଳିଥିଲା ବିରଳ ଏକତା । ବିରୋଧୀ ଦଳ ପକ୍ଷରୁ ସରକାରଙ୍କୁ ସମାଲୋଚନା ବଦଳରେ କିଛି ପରାମର୍ଶ ଦେଇଥିଲେ ବିରୋଧୀ ।

ପ୍ରଥମ ଥର ପାଇଁ ବିଧାନସଭା ବାହାରେ ବସିଥିବା ଅଧିବେଶନରେ ବିନା ହଟ୍ଟଗୋଳ ମଧ୍ୟରେ 43ଟି ବିଭାଗର ଖର୍ଚ୍ଚଦାବି ଗିଲୋଟିନ ଆକାରରେ ପାରିତ ହୋଇଛି । 2020-21 ଆର୍ଥିକ ବର୍ଷ ପାଇଁ 1ଲକ୍ଷ 55 ହଜାର 963 କୋଟି 26ଲକ୍ଷ 11 ହଜାର ଟଙ୍କାର ବ୍ୟୟମଞ୍ଜୁରୀ ବିଲକୁ ଗୃହର ମିଳିଛି ଅନୁମୋଦନ ।

କୋରୋନା ମୁକାବିଲା ପାଇଁ ସାରା ବିଶ୍ବ ଲଢୁଥିବାବେଳେ ଦଳମତ ନିର୍ବିଶେଷରେ ସବୁ ଦଳର ବିଧାୟକମାନେ ଏକ ହୋଇ ବିଲକୁ ପାରିତ କରିଥିଲେ । ବିରୋଧୀ ଦଳ ପକ୍ଷରୁ ସମାଲୋଚନା ପରିବର୍ତ୍ତେ ସରକାରଙ୍କୁ କିଛି ପରାମର୍ଶ ଦିଆଯାଇଥିବାର ଦେଖିବାକୁ ମିଳିଛି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି, ‘ସ୍ବାସ୍ଥ୍ୟ ସେବା ଉପରେ ସର୍ବାଧିକ ଗୁରୁତ୍ବ ଦେବା ଦରକାର । ଯେଉଁମାନେ କମ୍‌ ଦରମାରେ କାମ କରି ସ୍ବାସ୍ଥ୍ୟ ସେବା ଯୋଗାଉଛନ୍ତି ସେମାନଙ୍କୁ ବୀମା ଭୁକ୍ତ କରନ୍ତୁ ରାଜ୍ୟସରକାର । ଯେଉଁ ଶ୍ରମିକ ମାନେ ବାହାରେ ରହିଯାଇଛନ୍ତି ସେମାନଙ୍କ ପାଇଁ ସରକାର ବ୍ୟବସ୍ଥା କରନ୍ତୁ । ହସ୍ପିଟାଲ ଗୁଡିକରେ ମାକ୍ସ ଓ ସାନିଟାଇଜେସନ ରଖାଯାଉ ।’ କୋରୋନା ମୁକାବିଲା ପାଇଁ ସର୍ବଦଳୀୟ ବୈଠକ ଡକାଯାଇ ଆଲୋଚନା ହେଉ ବୋଲି ସେ କହିଛନ୍ତି ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ‘କୋରୋନା ଭାରତ ସମେତ ସାରା ବିଶ୍ବରେ ମାନବ ସମାଜକୁ ଧ୍ବଂସ କରିବା ପାଇଁ ଶତ୍ରୁ ରୂପରେ ଉଭା ହୋଇଛି । ତାକୁ ଦୃଷ୍ଟିରେ ରଖି ସମସ୍ତ ସହଯୋଗ କରିଛନ୍ତି । ବିଶେଷ ଭାବେ ଆଲୋଚନା ନକରି ସରକାରଙ୍କୁ କିଛି ପରାମର୍ଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରନ୍ତୁ ।’ କୋରୋନା ମୁକାବିଲା ପାଇଁ ସରକାର ଯାହା କରୁଛନ୍ତି ସ୍ବାଗତଯୋଗ୍ୟ ବୋଲି ସେ କହିଛନ୍ତି । କିନ୍ତୁ ଖାଲି କାଗଜ କଲମରେ କଲେ ହେବ ନାହିଁ । ଲୋକଙ୍କ ପାଖରେ ପହଞ୍ଚିବା ଦରକାର । ବିଧାୟକଙ୍କ କଥାକୁ ଅଫିସର ଶୁଣୁନାହାଁନ୍ତି କି ବିଶ୍ବାସକୁ ନେଉନାହାନ୍ତି । ଯେଉଁଥିରୁ ଅବ୍ୟବସ୍ଥା ଓ ଦୁର୍ନୀତି, ରାଜନୀତି ଗନ୍ଧ ଜଣାପଡିଛି ବୋଲି ଉଲ୍ଲେଖ କରିବା ସହ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଏହି ବିଲ୍‌କୁ ଅଭୂତପୂର୍ବ ଭାବେ ବିଲକୁ ସମର୍ଥନ ମିଳିଛି । ଏଭଳି ଅଭାବନୀୟ ସ୍ଥିତିରେ ଏହାର ମୁକାବିଲା କରୁଛନ୍ତି ସରକାର । ଲୋକଙ୍କୁ କିଭଳି ସେବା ଯୋଗାଇ ଦିଆଯିବ ସେନେଇ ସରକାର ତତ୍ପର ଅଛନ୍ତି ବୋଲି ବିଜେଡି ବିଧାୟକ କହିଛନ୍ତି ।

ତେବେ କୋରୋନା ପାଇଁ ବିଧାୟକ ମାନେ ଗୃହ ଭିତରେ ବେଶ ଦୂରତା ଅବଲମ୍ବନ କରି ବସିଥିଲେ । ଭିତରକୁ ପ୍ରବେଶ କରିବା ପୂର୍ବରୁ ସାନିଟାଇଜେସନ ଦିଆଯାଉଥିଲା । ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ବିଧାୟକ ବିଷ୍ଣୁ ବ୍ରତ ରାଉତରାୟ ନିଜେ ଗାଡି ଚଳାଇ ଆସିଥିଲେ । କିଛି ବିଧାୟକ ଓ ମନ୍ତ୍ରୀ ଚାଲିଚାଲି ଆସିଥିବା ଦେଖିବାକୁ ମିଳିଥିଲା । ଆଜି ବି ଅଧିବେଶନ ପୂର୍ବରୁ ହଲ ଭିତର ବାହାର ବିଶୋଧନ କରାଯାଇଥିଲା । ପାଖାପାଖି ଏକ ଘଣ୍ଟାରୁ ଅଧିକ ସମୟ ଆଲୋଚନା ପରେ ବାଚସ୍ପତି ବଜେଟ୍ ଅନୁମୋଦନ ସହିତ ଗୃହକୁ ମୁଲତବୀ ରଖିଥିଲେ ।

ପୂର୍ବରୁ 30 ପ୍ରତିଶତ ବିଧାୟକଙ୍କ ଉପସ୍ଥିତି ପାଇଁ ବିଧାୟକ ଦଳ ନେତାମାନଙ୍କୁ କୁହାଯାଇଥିଲା । ବିଧାୟକମାନେ ସାମାଜିକ ଦୂରତ୍ବ ରକ୍ଷା କରିଥିଲେ । ହେଲେ ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ଥିଲେ । ଆଜି ଗୃହ ଆରମ୍ଭ ହେବା ମାତ୍ରେ ବାଚସ୍ପତି ପ୍ରଥମେ ପ୍ରଶ୍ନକାଳକୁ ବାତିଲ୍ କରି ଦେଇଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Mar 30, 2020, 7:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.