ଭୁବନେଶ୍ବର: ବାହାରିଲା ଯୁକ୍ତଦୁଇ ତତ୍କାଳ ବିଜ୍ଞାନ, କଳା, ବାଣିଜ୍ୟ ପରୀକ୍ଷା ଫଳ । ବିଜ୍ଞାନରେ ମୋଟ ୮୪୨ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୫୨୬ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୯୧ ଜଣ ଛାତ୍ର ପାସ କରିଥିବା ବେଳେ ୨୩୫ ଜଣ ଛାତ୍ରୀ ପାସ୍ କରିଛନ୍ତି ।
ପ୍ରଥମ ଶ୍ରେଣୀରେ ୨୧ ଜଣ କୃତକାର୍ଯ୍ୟ ହାସଲ କରିଛନ୍ତି । ବିଜ୍ଞାନରେ ପାସ୍ ହାର ୬୨.୪୭ ପ୍ରତିଶତ ରହିଛି । ଭୋକେସନାଲରେ ୫୨ ପ୍ରତିଶତ ପାସ ହାର ରହିଛି । ସେହିପରି କଳାରେ ୮୦.୮୪ ପ୍ରତିଶତ ପାସ୍ ହାର ରହିଥିବା ବେଳେ ବାଣିଜ୍ୟରେ ୫୭.୫୭ ପ୍ରତିଶତ ପାସହାର ରହିଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ