ଭୁବନେଶ୍ବର: କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଓଡିଶା ସରକାର ବିଶ୍ୱର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ଅଭିଜ୍ଞ ପ୍ରଫେସନାଲକୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଵିଶେଷକରି ହେଲଥକେୟାର, ହେଲଥ ଇନ୍ଫ୍ରାଷ୍ଟ୍ରକ୍ଚର, ଆସେସରିଜ, ମାଟେରିଆଲ, ଲଜିଷ୍ଟକ୍ସ ଭଳି କ୍ଷେତ୍ରରେ କାର୍ଯ୍ୟ ସମ୍ପାଦନ କରୁଥିବା ବ୍ୟକ୍ତିଙ୍କ ସହଯୋଗ ଲୋଡିଛନ୍ତି।
ସେମାନଙ୍କୁ ଉପଦେଷ୍ଟା ଭାବରେ ନିଯୁକ୍ତି ଦେଇ ଓଡିଶାରେ କୋରୋନା ମୁକାବିଲା କରିବା ଯୋଜନାରେ ରହିଛନ୍ତି ସରକାର। ସେହିପରି ସେମାନଙ୍କୁ ମାସିକ ଅର୍ଥ ପ୍ରଦାନ କରିବେ ସରକାର ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ